ଯାଜପୁର ସଦର, ୨୪ା୦୮ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ମଠସାହୀ ଗ୍ରାମର ଦଇତାରୀ ମିଶ୍ରଙ୍କ ଏକ ମାତ୍ର ପୁଅ ଆଲୋକ ମିଶ୍ର(ଟୁକୁନା) ରଳ ବିଭାଗରେ ଚାକିରି ୪ମାସ ହେଲା କରିଥିବା ବେଳେ, ଧାନମଣ୍ଡଳ ଷ୍ଟେସନରେ କାର୍ଯ୍ୟରତ ଆଲୋକ ମିଶ୍ର ଗତକାଲି ସଂଧ୍ୟା ୬ଟା ୩୦ ମିନଟରେ ଷ୍ଟେସନରେ ପତକା ଦେଖାଇ ସିଗନାଲ ଦେଉଥିବା ବେଳେ, ପଛ ଆଡ଼ୁ ପୁରୀ ବଡ଼ବିଲ ଏକ୍ସପ୍ରେସ ଧକ୍କା ଦେବାରୁ ଆଲୋକର ଘଟଣା ସ୍ଥଳରେ ଜୀବନ ଦ୍ୱିପ ଲିଭିଗଲା । ଏଠାରେ ସୂଚନା ଯେଗ୍ୟ ଦେ, ବାପା ଦଇତାରୀ ମିଶ୍ର ସମସ୍ଥ ଜମିବାଡ଼ି ବିକ୍ରିକରି ରେଳ ବିଭାଗରେ ଚାକରୀ କରିବା ପାଇଁ ଟଙ୍କା ଦେଇଥିବା ବେଳେ, ଟ୍ରେନିଂ ସାରି ଆଲୋକ ଧାନମଣ୍ଡଳ ଷ୍ଟେସନରେ ଚାକିରି କରିଥିଲେ । ଡିୟୁଟି କରୁଥିବା ବେଲେ, ବଡ଼ବିଲ ପୁରୀ ଏକ୍ସପ୍ରେସ ଧକ୍କାରେ ଆଲୋକର ମୃତ୍ୟୁ ଘଟିଥିଲା । ଏହି ଖବର ବନ୍ଧଡିହ ପଂଚାୟତ ମଠସାହି ଗ୍ରାମର ଦଇତାରୀ ମିଶ୍ରଙ୍କ ନିକଟରେ ପହଁଞ୍ôଚବାକ୍ଷଣି ଆଲୋକର ପରିବାର ବାପା, ମା, ଆତ୍ମୀୟ ସୋଜନ ଧାନମଣ୍ଡଳରେ ପହଁଞ୍ôଚ ଖଣ୍ଡବିଖଣ୍ଡିତ ଆଲୋକର ଶବକୁ ପୋଲିସ ଜବତ କରି ପୋଷ୍ଟବଟମ ପାଇଁ ପଠାଇଥିଲେ । ପୋଷ୍ଟବଟମ କରାଯାଇ ଆଲୋକର ଶବକୁ ହସ୍ତାନ୍ତର କରାଯିବା ସହିତ ଶୋକାକୁଳ ପରିବେଶରେ ଆଲୋକର ଶବ ମଠସାହି ଗ୍ରାମରେ ପହଁଞ୍ôଚବା କ୍ଷଣି ବିରାଟ ଶୋଭାଯାତ୍ରାମରେ ଗ୍ରାମ ପରିକ୍ରମା କରି ଆଲୋକ ଅମର ରହେ ସ୍ଲୋଗାନ ଦେବା ସହିତ ମରଶରୀରକୁ ନିକଟସ୍ଥ ଶସ୍ମାନରେ ଶବ ସଂସ୍କାର କରାଯାଇଥିଲା । ଆତ୍ମିୟ ସ୍ୱଜନ ସାଙ୍ଗ ସାଥିମାନେ ଆଲୋକର ଆତ୍ମାର ସଦ୍ଗତି କାମନା କରିଥିଲେ । ଆଲୋକର ପରିବାରକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କ୍ଷତିପୁରଣ ଦେବାପାଇଁ ଦାବି କରିଥିଲେ । ବନ୍ଧଡିହ ପଂଚାୟତରେ ଶୋକର ଛାୟା ଖେଳିଯାଇଚି ।
ଟ୍ରେନ୍ ଧକ୍କା ଦେବାରୁ ଟ୍ରେନ କର୍ମଚାରୀଙ୍କ ଜୀବନ ଗଲା
|
August 24, 2023 |
