କେନ୍ଦୁଝର, 2/9 (ସନ୍ଧାନ ନିୟୁଜ/ଲମ୍ବୋଦର ବାରିକ) କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅନ୍ତର୍ଗତ ବେଗୁନିଆଡିହି ପଞ୍ଚାୟତର ମାତ୍ର ୧୨ ଟି ଆଦିବାସୀ ପରିବାର ବରାଙ୍ଗ ଗ୍ରାମର ପ୍ରଥମରୁ ବାସ କରନ୍ତି ଜୟନ୍ତୀ ମୁଣ୍ଡା କିନ୍ତୁ ସମ୍ପୂର୍ଣ୍ଣ ଗ୍ରାମଟି ଅନ୍ୟତ୍ର ବ୍ଲକ୍ ରେ ଯାଉଅଛି । ଜୟନ୍ତୀ ମୁଣ୍ଡା ସ୍ୱାମୀ ଓ ଦୁଇ ପିଲାଙ୍କୁ ନେଇ ତାଙ୍କ ସଂସାର।
ସ୍ୱାମୀ ଦିନ ମଜୁରିଆ ଭାବେ କାମ କରନ୍ତି ଯାହା ରୋଜଗାର କରନ୍ତି ପରିବାର ଚଳିବାକୁ ଅକ୍ଷମ । ସରପଞ୍ଚ ନିକଟକୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଯାଇ ଯାଇ ପାଦରୁ ଚମ ଉଠି ଗଲାଣି କିନ୍ତୁ ସରପଞ୍ଚ ମହାଶୟ ଶୁଣିବାରେ ନାହିଁ ନିଜ ଭାଗ୍ୟକୁ ଆଦରି ଭଙ୍ଗା କୁଡିଆରେ ଜୀବନ ଅତିବାହିତ କରୁଛନ୍ତି ଜୟନ୍ତୀ ।
ସରକାର ଗରିବ ମାନଙ୍କ ପାଇଁ ସବୁ ଯୋଜନା କରି ସେମାନଙ୍କର ବିକାଶ କରୁଥିବା ଡିଡିମ ପିଟୁଥିବା ବେଳେ ଜୟନ୍ତୀ ବିକାଶ ପାଇଁ ଏକ ଉଦାହରଣ ପାଲଟିଛି । ତୁରନ୍ତ ଜୟନ୍ତୀଙ୍କ ପରବାରକୁ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଗୃହ ଯୋଗାଇଦେବା ସହିତ ଅନ୍ୟ ସମସ୍ତ ସରକାରୀ ସାହାର୍ଯ୍ୟ ଯୋଗାଇଦେବାକୁ ସାଧରଣରେ ଦାବି ହେଉଛି ।