ଜୟଚଣ୍ଡୀ ହାଇସ୍କୁଲ ଅବସର ପ୍ରାପ୍ତ ଶିକ୍ଷକଙ୍କ ବିୟୋଗରେ ସ୍ମୃତି ଚାରଣ ସଭା

Spread the love

ଯାଜପୁର ସଦର,  ୧/୪/୨୬ (ସନ୍ଧାନ ନ୍ୟୁଜ )  :ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଦୁବକଣ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ସହକାରୀ ଶିକ୍ଷକ ସ୍ବର୍ଗତ ବ୍ରହ୍ମାନନ୍ଦ ନାୟକଙ୍କ ବିୟୋଗରେ ଆଜି ବିଦ୍ୟାଳୟ ପରିସରରେ ଏକ ସ୍ମୃତି ଚାରଣ ସଭା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଝୁନୁପ୍ରିୟା ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି | ଏହି ସ୍ମୃତି ଚାରଣ ସଭାରେ ଏସଏମଡିସି ସଭ୍ୟ ଚିନ୍ମୟ କୁମାର ବାରିକ, ଜୟପ୍ରକାଶ ନାୟକ, ସଭ୍ୟା ଆଶାଲତା ସାହୁ, ସ୍ନେହଁ ଲତା ବାରିକ, ସହକାରୀ ଶିକ୍ଷକ ଧରମଜିତ ମଲ୍ଲିକ, ଶିକ୍ଷୟତ୍ରୀ ମାଳବିକା ସ୍ୱାଇଁ, ଚିତ୍ରା ଘୋଷ, କ୍ଲର୍କ ସଂଗ୍ରାମ ନାୟକ, କର୍ମଚାରୀ ଅଶୋକ ବେହେରା ପ୍ରମୁଖ ଯୋଗଦେଇ ସ୍ବର୍ଗତ ବ୍ରହ୍ମାନନ୍ଦ ନାୟକଙ୍କ ସ୍ମୃତି ଚାରଣ କରିବା ସହ ସ୍ବର୍ଗତ ନାୟକ ଜଣେ ଅମାୟିକ, ଛାତ୍ର ବସ୍ଥଳ, ପରୋପକାରୀ ଓ ଅନୁଷ୍ଠାନ ପ୍ରେମି ଶିକ୍ଷକ ଥିଲେ ବୋଲି ମତବ୍ୟକ୍ତ କରିବା ସହ ସ୍ବର୍ଗତ ନାୟକ ଏହି ବିଦ୍ୟାଳୟର ଛାତ୍ର ଥିଲେ ପଢା ସାରିବା ପରେ ଏହି ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ଏହି ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ବୋଲି ସ୍ମୃତି ଚାରଣ ସଭାରେ ବକ୍ତା ମାନେ ଆଲୋକପାତ କରିଥିଲେ |

Related Posts

About The Author

Add Comment