କୋରାପୁଟ, ୨୦/୧୧/୨୦୨୧ (ସନ୍ଧାନ ନିଉଜ) : ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟ ଜିଲ୍ଲା ବିଚାରଧାର ଶାଖା ଦ୍ୱାରା ଆହୂତ ଏକାଦଶ ଇ-ପାଠଚକ୍ର ରେ ଆଜି ଏଭଳି ମତପ୍ରକାଶ ପାଇଅଛି। ଶନିବାର ସଂଧ୍ୟା ୭.୦୦-୮.୦୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଏହି ସଭାଟି ଅନୁଷ୍ଠିତ ହେଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ହୃଷିକେଶ ରାୟ ମହାବିଦ୍ୟାଳୟ, ରାଉଲକେଲାର ଅଧ୍ୟକ୍ଷ ତଥା ଶ୍ରୀ ଅରବିନ୍ଦର ଦର୍ଶନର ପ୍ରବକ୍ତା ଶ୍ରୀ ଭବେଶ ଚନ୍ଦ୍ର ସାହୁ । ସେ ନିଜ ଅଭିଭାଷଣରେ ଅରବିନ୍ଦଙ୍କ ଜୀବନ ଦର୍ଶନ ତଥା ସାମ୍ପ୍ରତିକ ସମାଜରେ ତାହାର ବ୍ୟବହାର ତଥା ସିଦ୍ଧି ପାପ୍ତିର ମାର୍ଗସମୂହ ଆଲୋଚନା କରିଥିଲେ । ସ୍ୱତନ୍ତ୍ର ଅତିଥି ଋପେ ରେଭେନ୍ସା ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର୍ ତଥା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ରାଜ୍ୟ ସାଧାରଣ ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ଯୋଗଦେଇ ଶ୍ରୀ ଅରବିନ୍ଦଙ୍କ ତତ୍ତ୍ୱ ତଥା ସମାପ୍ତ ଟିପ୍ପଣୀ ପ୍ରଦାନ କରିଥିଲେ ।ସଭାଧ୍ୟକ୍ଷା ଋପେ ଯୋଗଦେଇଥିଲେ ସେମିଳିଗୁଡା ମହାବିଦ୍ୟାଳର ରାଜନୀତି ବିଭାଗର ମୁଖ୍ୟା ତଥା ସ୍ୱାମୀ ବିବେକାନନ୍ଦ ଲୋକସଂସଦର ଆଜୀବନ ସଦସ୍ୟା ଡ. ଝାନସୀ ସିଂହ ।ସଭା ସଂଯୋଜନା କରିଥିଲେ ବିବେକାନନ୍ଦ ଯୁବ ସଂସଦ ସଦସ୍ୟ ଶ୍ରୀ ମନୋରଂଜନ ପଣ୍ତା ।ଓଡିଶା ତଥା ରାଜ୍ୟବାହାରୁ ଜ୍ଞାନପିପାସୁ ଗଣ ଏହି ଅନ୍ ଲାଇନ୍ ପାଠଚକ୍ରରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ତଥା ଶେଷରେ ଶାନ୍ତିପାଠ ପରିବେଷଣ କରିଥିଲେ ଅଧ୍ୟାପିକା ଅସୋମ୍ବିତା ପୋଦ୍ଦାର ଏବଂ ବିବେକବାଣୀ ପାଠ କରିଥିଲେ ଅଧ୍ୟାପିକା ସନ୍ଧ୍ୟାରାଣୀ ପାଢି। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟର ମେଡିଆ ସେଲ୍ ସଂଯୋଜକ ତଥା ଅଧ୍ୟାପକ ସରୋଜ ପ୍ରହରାଜ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।
ଅବଚେତନ ମନରୁ ଅତିମାନସ ଗତି – ସମୟର ଆହ୍ୱାନ
|
November 21, 2021 |