ଯାଜପୁର ସଦର, ୨୩ା୦୧: ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଓଟିଭିର ସାମ୍ବାଦିକ ସଂଜୟ ନାୟକ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଶରରେ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରୁଥିବା ବେଳେ ଖବର ସଂଗ୍ରହ ପାଇଁ ୧୯ ତାରିଖ ଦିନ ସଂଜୟ ନାୟକ ଯାଇଥିବା ବେଳେ, ଯାଜପୁର ଟାଉନ ଥାନା ଆଇଆଇସି ଅଜୟ କୁମାର ଜେନା ଶ୍ରୀ ନାୟକଙ୍କୁ ମାରିବାକୁ ଧମକ ଦେବା ସହିତ ତାଙ୍କ ବୁମକୁ ଫିଙ୍ଗିଦେଇଥିଲେ । ଏନେଇ ଶ୍ରୀ ନାୟକ ପ୍ରତିବାଦ କରିବାରୁ ଟାଉନ ଥାନା ଅଧିକାରୀ ହତ୍ୟା ଧମକ ଦେବା ସହିତ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ଯାଜପୁର ଜିଲ୍ଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଥିଲା ଏହାକୁ ନେଇ ଯାଜପୁର ସାମ୍ବାଦିକ ଜେୟୁଜେ ଯୁନିୟନ ସଂଘର ସଭାପତି ଆଦିତ୍ୟ ମେକାବଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ମାନେ ଯାଜପୁର ଜିଲ୍ଲା ଏସପି ଭିନିତ ଅଗ୍ରୱାଲଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହିତ ଟାଉନ ଥାନା ଆଇଆଇସି ବିରୋଧରେ କାର୍ଯ୍ୟାନୁଷ୍ଟାନ କରାଯିବା ପାଇଁ ସଂଘର ସଭାପତି ଆଦିତ୍ୟ ମେକାବ ଜିଲ୍ଲା ଏସପିଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ଏସପିଙ୍କ ସାମ୍ବାଦିକ ।ମନେ ସାକ୍ଷାତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଯାଜପୁର ପ୍ରେସକ୍ଲବର ସଭାପତି ରାଜିବ ମହାନ୍ତି, ଆଦିତ୍ୟ ମେକାବ, ଜେୟୁଜେର ସାଧାରଣା ସମ୍ପାଦକ ପ୍ରମୋଦ ମିଶ୍ର କାର୍ଯ୍ୟକାରୀ ସଭାପତି ବିଶ୍ୱଜିତ ପତି, ଉପ ସଭାପତି ସମର୍ଜିତ ମହାନ୍ତି, ବିରଜା ପାଣି, ପରମେଶ୍ୱର ବେଉରିଆ, ହିମେଶ ଜେନା, ସୁବ୍ରତ ମଲିକ, ସୁବ୍ରତ ଜେନା, ଜଗମୋହନ ରାଉତ, ସ୍ମୃତିରଂଜନ ରାଉତ, ପ୍ରକାଶ ସାହୁ ଏବଂ ବହୁ ସାମ୍ବାଦିକ ଏସପିଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ ।
ଜେୟୁଜେ ସାମ୍ବାଦିକ ସଂଘ ଯାଜପୁର ଏସପିଙ୍କୁ ଦାବିପତ୍ର ଦେଲା
|
January 27, 2023 |



