ଜେନାପୁର,୦୯/୧୦(ସନ୍ଧାନ ନ୍ୟୁଜ୍) ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମା’ଲକ୍ଷ୍ମୀଙ୍କ ପୂଜା ଧୁମଧାମର ସହ ପାଳିତ ହେଉଛି। ଏହି ଅଞ୍ଚଳର ମର୍ଜିତାପୁର, ମଧୁସୂଦନପୁର,ରାଇଛନ୍ଦା, ରେଖୁଦେଈପୁର, ଅଞ୍ଜିରା, ଚକ୍ରଧରପୁର,ମୁକୁନ୍ଦ ପୁର, ତାଳଜଙ୍ଗ, ଏଣ୍ଡଳବା,
ଜେନାପୁର, ବୃନ୍ଦାଦେଈପୁର, କମାଗଡ଼,
ଅଣ୍ଟିଆ, ସଂପାରୁ, ପୁରୁଣା ବଉଳମାଳ,
ସାହାଣୀଡ଼ିହ, ଗଡ଼ମଧୁପୁର ଆଦି
ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ମା’ଙ୍କ ପୂଜା ଆଡମ୍ବରରେ ଅନୁଷ୍ଠିତ ହେଉଛି । ପୂଜାରେ ଆକର୍ଷଣୀୟ ତୋରଣ ସାଜସଜ୍ଜା ସହ ରଙ୍ଗୀନ ଆଲୋକ ମାଳା ସାଙ୍ଗକୁ ମା’ଙ୍କ ମେଢ଼ ଓ ପୂଜା ମଣ୍ଡପ ବହୁତ ସୁନ୍ଦର ଭାବରେ ଝଲସୁଛି। ଏହି ପୂଜା ବୈଦିକ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯିବ ସହିତ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ପୂଜା ମଣ୍ଡପରେ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଭକ୍ତମାନେ ଶାନ୍ତିଶୃଙ୍ଖଳାରେ ଦେବୀଙ୍କୁ ଦର୍ଶନ କରିବା ସହିତ ଆଶିଷ ଲାଭ କରୁଛନ୍ତି। ପୂଜାକୁ ଆଇନଗତ ଶୃଙ୍ଖଳା ପାଇଁ ଜେନାପୁର ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ସହିତ ଥାନାଧିକାରିଣୀ ବିଭିନ୍ନ ପୂଜା ମଣ୍ଡପ ବୁଲି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖୁଛନ୍ତି ।



