ଜେନାପୁରସ୍ଥିତ ବ୍ରାହ୍ମଣୀ ନଦୀରୁ ଧିବରଙ୍କ ଦ୍ଵାରା ବିରାଟକାୟ ମାଛ ଉଦ୍ଧାର

Spread the love

ଜେନାପୁରୁ/ସନ୍ଧାନ ନିଉଜ୍) ୦୧/୦୭/ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ନିକଟସ୍ଥ ବ୍ରହ୍ମପୁର ଗ୍ରାମବାସୀଙ୍କ ଦ୍ୱାରା ଏକ ବିରାଟକାୟ ମାଛ ଉଦ୍ଧାର ହୋଇଛି । ସୂଚନା ଥାଉକି ରେଙ୍ଗାଲିରୁ ପ୍ରଥମ ବର୍ଷା ଜଳ ବ୍ରାହ୍ମଣୀ ନଦୀରେ ଛାଡିଥିବାରୁ ଏହି ମାଛଟି ଭାସି ଆସିଥିବାର ଅନୁମାନ କରାଯାଉଛି । ନଦୀର ଜଳପତନ ବଢିଥିବାରୁ ପ୍ରତିଦିନ ପରି ଆଜି ଦିନ ୨ଟା ରୁ ୩ଟା ବେଳେ ବିଚିତ୍ର ଦଳାଇ ଓ ତାଙ୍କ ସାଙ୍ଗ ଜାଲ ନେଇ ମାଛ ଧରିବା ପାଇଁ ବାହାରି ଯାଇଥିଲେ ନଦୀକୁ କିନ୍ତୁ ଭାଗ୍ୟ ତାଙ୍କର ଉଜ୍ୱଳ ଆଜି ଏକ ବଡ ମାଛ ୫୦ ରୁ ୬୦ କେଜି ହାରାହାରି ହେବ ଜାଲରେ ପଡିଥିଲା । ଏହି ମାଛର ନାମ କିଛି ଲୋକ ସାରଣା କହୁଥିବା ବେଳେ ଆଉ କିଛି ଲୋକ ସାରଙ୍ଗ କହୁଛନ୍ତି । ଏହାକୁ ଖବର ପାଇ ଗ୍ରାମବାସୀମାନେ ନଦୀକୁ ଦୌଡି ଯାଇଥିଲେ ଦେଖିବା ପାଇଁ ମାଛଟା ଏତେ ଓଜନ ଥିଲା ଆଣିବା ଅସମ୍ଭବ ହୋଇପଡିଲା । ତେଣୁ ଏକ ବାଉଁଶ ଓ ରଶି ସାହାଯ୍ୟରେ ବାନ୍ଧି ଗ୍ରାମ ଭିତରକୁ ଆଣିଥିଲେ । ଏହି ସୂଚନା ପାଇ ଆଖପାଖ ଅଞ୍ଚଳର ଲୋକମାନେ ମାଛକୁ ଦେଖିବା ପାଇଁ ଖୁସିରେ ଭିଡ ଜମାଇଥିଲେ

Related Posts

About The Author

Add Comment