ଜିଲ୍ଳ୍‌ା କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ ପରଲୋକ

Spread the love
  •  
  •  
  •  
  •  
  •  

ଯାଜପୁର,  ୩ା୫, (ସନ୍ଧାନ ନିଉଜ) : ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଶୈଳଜା ପଣ୍ଡାଙ୍କର ତା ୧ା୫ା୨୦୨୧ ରିଖ ଶନିବାର କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ବିୟୋଗ ହୋଇଯାଇଚ୍ଥି । ସ୍ୱର୍ଗତ ପଣ୍ଡାଙ୍କ ଘର ଯାଜପୁରର କିଆରେଶ୍ୱର ଅଂଚଳରେ । ସେ ଗତ ୮ ଦିନ ହେବ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଥିଲେ । ସେ ଦୀର୍ଘଦିନ ଧରି ଜିଲ୍ଳ୍‌ାର ବିଭିନ୍ନ ବ୍ଳ୍‌କରେ କାର୍ଯ୍ୟ କରିବା ପରେ ବର୍ତ୍ତମାନ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ମେଳାପୀ, ମିଷ୍ଠଭାଷୀ ଓ ଦକ୍ଷ କର୍ମଚାରୀ ଥିଲେ । ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ବହୁ ଲୋକଙ୍କୁ ସେ ସହଯୋଗ କରୁଥିଲେ । ସ୍ୱର୍ଗତ ଶ୍ରୀ ପଣ୍ଡାଙ୍କର ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ଉତ୍ତମ ସଂପର୍କ ଥିଲା ଓ ସମସ୍ତେ ତାଙ୍କୁ ଭଲ ପାଉଥିଲେ । ସେ ଯାଜପୁର ସହରରେ ଅତି ପରିଚିତ ଥିଲେ । ତାଙ୍କ ବିୟୋଗରେ ଯାଜପୁରରେ ଶୋକର ଚ୍ଥାୟା ଖେଳିଯାଇଚ୍ଥି । ଆଜି ପୂର୍ବାହ୍ନରେ ତାଙ୍କ ବିୟୋଗରେ ଜିଲ୍ଳ୍‌ା କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍‌ିକ, ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି, ଡେପୁଟୀ କଲେକ୍ଟର ଶୁଭଦର୍ଶନ ମିଶ୍ର, କାଜଲ ପ୍ରଧାନ, ସହାୟକ ଜିଲ୍ଳ୍‌ାପାଳ ଉମେଶ ଚନ୍ଦ୍ର ଲେଙ୍କା, ତିଳୋତ୍ତମା ପୃଷ୍ଟି , ବହୁ ଅଧିକାରୀ ଓ ସମସ୍ତ କର୍ମଚାରୀ ମାନେ ଶ୍ରୀ ପଣ୍ଡାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

Related Posts

About The Author

Add Comment