ସୁନ୍ଦରଗଡ ତା:୨୨/୭/୨୦୨୬(ସନ୍ଧାନ ନ୍ୟୁଜ) ସଦଭାବନା ଭବନରେ ଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ପୋଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୋଷଣ ଟ୍ରାକର ଆପ୍ରେ ହିତାଧିକାରୀଙ୍କ ସମୟୋପଯୋଗୀ ପଞ୍ଜୀକରଣ, ଶିଶୁଙ୍କ ଉପସ୍ଥାନ, ଓଜନ ଓ ଉଚ୍ଚତା ସମ୍ପର୍କିତ ସଠିକ ତଥ୍ୟ ଅପଲୋଡ୍ କରିବା ସହ ମମତା, ପି ଏମଏମଭିୱା ଏବଂ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ସୂଚାରୁରୂପେ ଯାଞ୍ଚ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା। ଏତଦ୍ବ୍ୟତୀତ, ଆସନ୍ତା ଅଗଷ୍ଟ ୧ ତାରିଖରୁ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ସକାଳ ଜଳଖିଆ, ନୂତନ ଖାଦ୍ୟ ସାରଣୀ ଏବଂ ଶିଶୁଙ୍କ ପାଇଁ ସଂଶୋଧିତ ପୁଷ୍ଟିକର ଆହାର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅବସରରେ କେନ୍ଦ୍ରଗୁଡ଼ିକର ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ ଓ ସୁରକ୍ଷା ପ୍ରାଚୀର ଭଳି ମୌଳିକ ଭିତ୍ତିଭୂମିର ମଧ୍ୟ ସମୀକ୍ଷା କରାଯାଇଥିଲା। ବୈଠକରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ ସିଡ଼ିପିଓ, ସୁପରଭାଇଜର ଓ ବ୍ଲକ ପୋଷଣ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାସ୍ତରୀୟ ପୋଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
|
July 22, 2026 |



