ବାରିପଦା, 05.12.2020 (ଲିଙ୍ଗରାଜ ପଣ୍ଡା): ଜିଲ୍ଲାରେ ବେଧଡକ ଭାବେ ଚାଲିଥିବା ଖଣି ଖାଦାନ ଲୁଟ୍ ପ୍ରସଙ୍ଗରେ ମୟୁରଭଞ୍ଜି ସଂସଦ ଇଂ ବିଶେଶ୍ଵର ଟୁଡୁ କେନ୍ଦ୍ର ଖଣିମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ସାଂସଦ ତଥା ବିଜେପି ର ରାଷ୍ଟ୍ରୀୟ ସଚିବ ଗୁରୁବାର କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସାକ୍ଷାତ କରି ରାଜ୍ୟ ତଥା ମୟୁରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ଖଣି ସମ୍ପର୍କରେ ଆଲୋଚନା କରିଥିଲେ ବହୁ ପରିମାଣରେ ଖଣିଜ ସମ୍ପଦ ହରିଲୁଟ ହେଉଥିବା ନେଇ ସାଂସଦ ଶ୍ରୀ ଟୁଡ଼ୁ କେନ୍ଦ୍ର ମନ୍ତ୍ରୀ ଙ୍କ ନିକଟ ରେ ଉଦବେଗ ପ୍ରକାଶ କରିଥିଲେ । କମ୍ପାନୀ ମାନେ ପୁଲିସ ସହାୟତା ରେ ବ୍ରିଟିଶ ଶାସନ କୁ ବଳି ଅନ୍ୟାୟ ଭାବରେ ଜନସାଧାରଣଙ୍କୁ ଦମନ କରି ବହୁଳ ମାତ୍ରାରେ ଖଣି ଖାଦାନକୁ ଲୁଟ କରୁଥିବା କହିଥିଲେ। ଖଣିରେ କାର୍ଯ୍ୟରତ ସ୍ଥାନୀୟ ଶ୍ରମିକ ମାନଙ୍କୁ ବହିଷ୍କାର କରି ମେସିନ ମାଧ୍ୟମରେ କାମ କରା ଯାଉଥିବାରୁ ସ୍ଥାନୀୟ ଅଂଚଳର ଅର୍ଥନୀତି ଭୁଶୁଡ଼ି ପଡୁଥିବା ବେଳେ ଜନ ସାଧାରଣଙ୍କ ଆର୍ଥିକ ମାନଦଣ୍ଡ ଦୋହଲି ଯାଉଛି ସାଂସଦ ଶ୍ରୀ ଟୁଡୁ ଏ ବାବଦରେ ବାରମ୍ବାର ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା କେନ୍ଦ୍ର ମନ୍ତ୍ରୀ ଙ୍କୁ କହିଥିଲେ ଜୋର ଜବରଦସ୍ତ ଟ୍ରାନ୍ସପୋର୍ଟ କରିବା ଓ ଖଣିଜ ପଦାର୍ଥ ଉତ୍ତୋଳନ କରାଯାଉ ଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବା ରେ ଲାଗିଥିବା ବେଳେ ଖଣି ଅଞ୍ଚଳ ରେ ପାରିପାର୍ଶିକ ଉନ୍ନତି ପ୍ରତି ଅଣଦେଖା କରାଯାଉଥିବାରୁ ଅସନ୍ତାଷ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାଧୀନତା ର ଦୀର୍ଘ ୭୨ ବର୍ଷ ପରେ ମଧ୍ୟ ଖଣି ଅଞ୍ଚଳ ରେ ପିଇବା ପାଣି, ରାସ୍ତା ଘାଟ, ଶିକ୍ଷାନୁଷ୍ଠାନ , ଆଲୁଅ ଓ ଡାକ୍ତରଖାନା ଆଦିର ବ୍ୟବସ୍ଥା ନ କରିବା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ବୋଲି ସଂସଦ ଶ୍ରୀ ଟୁଡୁ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ କେନ୍ଦ୍ରମନ୍ତ୍ରୀ ଏହାକୁ ଗୁରୁତର ସହ ବିଚାର କରି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଏ ବାବଦରେ ଆଲାଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।