ବାଲେଶ୍ଵର, 5/11 (ସନ୍ଧାନ ନ୍ୟୁଜ୍) ;- ବାଲେଶ୍ୱର ପୁଲିସର ମାନ ସମ୍ମାନକୁ ଦାଣ୍ଡ ହାଟରେ ପକାଇ ପୂର୍ବତନ ଟ୍ରାଫିକ ଥାନାଧୁରୀ ଜୀବନ ନାୟକ ବଦନାମ କରୁଛନ୍ତି ବୋଲି ଜିଲା ସାରା ଚର୍ଚ୍ଚା ହେଉଛି । ପୁଲିସ ନାକ କାଟିବା ପାଇଁ କୌଣସି ସୁଯୋଗ ଛାଡୁ “ନାହାନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏମିତି କାମ ପାଇଁ ତାଙ୍କୁ ଟ୍ରାଫିକ ଥାନାରୁ ବଦଳି କରାଯାଇଥିଲେ ବି ଶ୍ରୀ ନାୟକ ଟ୍ରାଫିକ ଥାନାରେ ରହିଛନ୍ତି, ବଦଳି ହୋଇନାହାନ୍ତି ବୋଲି କହିଛନ୍ତି । ଯାହାକୁ ନେଇ ସାଧାରଣରେ ଭ୍ରମାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି ଓ ଲୋକେ ଏବେ ବି ଶୋଷଣ ଶିକାର ହେଉଛନ୍ତି । ସୂଚନାଯୋଗ୍ୟ ଯେ ପ୍ରଶାନ୍ତ କୁମାର ରଣସିଂହ ଟ୍ରାଫିକ ସବଇନସପେକ୍ଟର ଏ ଥିଲା ବେଳେ ଟ୍ରାଫିକ ଥାନାକୁ ନେଇ ଇଁ ଜିଲା ସାରା ଚର୍ଚ୍ଚା ଚାଲିଥିଲା । ଏମିତି ଲୋକେ ସହରରେ ରହିଥିବା ଥାନାର କୁ ଥାନାକାରୀଙ୍କୁ ଭୁଲି ଯାଇ ସମସ୍ତେ | ରଣସିଂହଙ୍କୁ ପୁଲିସ ବୋଲି ଜାଣିଥିଲେ । ରୁ ଘଟଣା ହେଉ କି ଦୁର୍ଘଟଣା, ଯେ କ କୌଣସି ସ୍ଥାନରେ ସେ ପହଞ୍ଚିଥିଲେ। କି କୋଭିଡ଼ ସମୟରେ ତାଙ୍କର କାମ ବହୁତ ପ୍ରଶଂସନୀୟ ଥୁଲା । ଏହା ସହ । ଟ୍ରାଫିକ ବ୍ୟବସ୍ଥା କ’ଣ ସେ ବାଲେଶ୍ବର ସହରବାସୀଙ୍କୁ ଶିଖେଇ ଦେଇ ଯାଇଥୁଲେ । ହେଲମେଟ ପିନ୍ଧିବା ଶିଖାଇବା ସହିତ ସହରର ଛକମାନଙ୍କରେ କ୍ୟାମେରା ଲଗାଇବା, ଡିଭାଇନର ନିର୍ମାଣ କରିବା ଆଦି ବିଭିନ୍ନ ଜନହୀତକର କାର୍ଯ୍ୟରେ ମଧ୍ୟ ପ୍ରମୁଖ ଭୂମିକା ନେଇଥିଲେ । ହେଲେ ତାଙ୍କର କଟକ ବଦଳି ହୋଇ ଯିବା ପରେ ଟ୍ରାଫିକ ବ୍ୟବସ୍ଥା ସହରରେ ଭୁଷୁଡ଼ି। ପଡ଼ିଥୁବା ଲକ୍ଷ୍ୟ କରାଯାଉଛି । ଇତି ମଧ୍ୟରେ ଜୀବନ ନାୟକଙ୍କୁ ଟ୍ରାଫିକ ଥାନାର ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା । ହେଲେ ନିଯୁକ୍ତି ଦିନଠାରୁ ସେ ନିଜର ବ୍ୟବହାର । ପାଇଁ ଚର୍ଚ୍ଚାରେ ରହିଥିଲେ। ବିଶେଷ କରି ବିଭିନ୍ନ ଲୋକଙ୍କଠାରୁ ଅର୍ଥ ଆଦାୟ କରୁଥିବା ନେଇ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଥିଲା । ଦୋକାନ ଦୋକାନ ବୁଲିବା, ଯେ କୌଣସି ସ୍ଥାନରେ ବସ, ଟ୍ରକ ବା ଟ୍ରାକ୍ଟର ଠିଆ ହୋଇଥିଲେ ଅତ୍ୟଧୁକ ଫାଇନ ଆଦାୟ କରିବା ନେଇ ଅଭିଯୋଗ ହେଉଥିଲା । ଏମିତି କି ଷ୍ଟେସନ ଛକ ନିକଟରେ ଥୁବା ଦୋକାନରେ ତାଙ୍କୁ ଦୁବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏଭଳି ବହୁ । ଅଭିଯୋଗ ପାଇବା ପରେ ଏସପି ତାଙ୍କୁ ଟ୍ରାଫିକ ଥାନାଧୂରୀରୁ ବଦଳି କରି ଦେଇଥିଲେ । ନିର୍ବାଚନ ପାଇଁ ତାଙ୍କୁ ସାମୟିକ ଭାବେ ସିଙ୍ଗଲ ଉଇଣ୍ଡାରେ । କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। । ତାଙ୍କ ବଦଳରେ ମୋନାଲିସା କରଙ୍କୁ ଡ଼ିଆଇବିରୁ ଆଣି ଟ୍ରାଫିକ ଥାନାରେ ନିଯୁକ୍ତ କରାଯାଇଥିଲା । ବଦଳି ହେଲା ପରେ ବି ଶ୍ରୀ ନାୟକ ପୂର୍ବ ଅଭ୍ୟସରୁ ବିରତ ହେଉ ନଥିବା ଏବେ, ଅଭିଯୋଗ । ହେଉଛି । ଏବେ ବି ବିଭିନ୍ନ ସମୟରେ । ଗାଡ଼ିଗୁଡ଼ିକୁ ଅଟକାଇ ତାଙ୍କୁ ଦେଖା । କରିବାକୁ କହୁଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ସାଧାରଣ ଲୋକଙ୍କଠାରୁ ପୁଲିସ କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ସୃଷ୍ଟି ହେଉଛି । ପରିସ୍ଥିତି ଏମିତି ହୋଇଛି କି ଶ୍ରୀ ନାୟକ ଆଉ ଟ୍ରାଫିକ ଥାନାରେ ନାହାନ୍ତି ବୋଲି ବିଜ୍ଞପ୍ତି ଜାରି କରିବାକୁ ସାଧାରଣରେ ଦାବି ହେଉଛି । ଘଟଣା ସମ୍ପର୍କରେ ଶ୍ରୀ ନାୟକଙ୍କ ଯୋଗାଯୋଗ କରିବାରେ କହିଥିଲେ ଅଭିଯୋଗ ଭିତ୍ତିହୀନ । ତେବେ ସେ ଏବେ ବି ଟ୍ରାଫିକ ଥାନାରେ ରହିଛନ୍ତି । ନିର୍ବାଚନ ପାଇଁ ସିଙ୍ଗଲ ଉଇଣ୍ଡା ବିଭାଗରେ କାର୍ଯ୍ୟରତ । ନିର୍ବାଚନ ପରେ ପୁଣି ଟ୍ରାଫିକ ଥାନାକୁ ଫେରିବେ ବୋଲି ମଧ୍ୟ ସୂଚନା ଦେଇଥିଲେ ।