ଜିଲା ପର୍ଯ୍ୟଟନ ସ୍ଥଳୀ ଗୁଡିକର ଭିତ୍ତିଭୂମି ସ୍ଥାପନ ଦାବି

Spread the love
  •  
  •  
  •  
  •  
  •  

ବାରିପଦା, ୦୬.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)-ବଣପାହାଡ ଘରା ପ୍ରାକୃତିକ ପରିବେଶ ମୟୂରଭଞ୍ଜ ଜିଲାରେ ସୌନ୍ଦର୍ଯ୍ୟମୟ ପର୍ଯ୍ୟଟନ ସ୍ଥଳୀଗୁଡିକ ଲୁକ୍କାୟିତ ଅବସ୍ଥାରେ ରହିଥିବାରୁ ସେଗୁଡିକର ଭିତିଭୂମି ସ୍ଥାପନ ସହିତ ପର୍ଯ୍ୟଟନସ୍ଥଳୀଭାବେ ଘୋଷଣା କରିବା ପାଇଁ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଜିଲା ସଭାପତି ଧରମରାଜ ହାଁସଦାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲା ଉପସଭାପତି ଚନ୍ଦନ ସିଂ, ଜଗନ୍ନାଥ ମହାନ୍ତ, ବୈଦ ହେମୁମ ପ୍ରମୁଖଙ୍କ ଦ୍ବାରା ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲା ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଛି । ବିଶୋଇ ବ୍ଲକର ହାତୀଛାଡ ଦ୍ବାରାଶୁଣି ଗ୍ରାମଠାରେ ଥିବା ଅସୁରକୁଣ୍ଠ ଓ ନଙ୍ଗଳବେଡ଼ା ଫଚାୟତର ଡଙ୍ଗାଦରହ ଜଳପ୍ରପାତ, ଗୋପବନ୍ଧୁନଗର ବ୍ଲକକୁଶଳଦା ଫଚାୟତର କୁମ୍ଭରାହୁଡି, ବିଜାତଳା ବ୍ଳକ ଦାଳିଡିହି ଗ୍ରାମର ବିଞ୍ଜଦରହ ଜଳପ୍ରପାତ, ଖୁଣ୍ଟା ବ୍ଲକର ବଣିଆରସ୍ ଟୁଙ୍କବୁରୁ ଜଳପ୍ରପାତ ଆଦି  ପର୍ଯ୍ୟଟନସ୍ଥଳୀ ରହିଥିଲେ ମଧ୍ୟ ଯିବା ଆସିବା ପାଇଁ ରାସ୍ତା ନ ଥିବାରୁ ଲୁକାୟିତ ଅବସ୍ଥାରେ ରହିଛି । ଜିଲା ପ୍ରଶାସନ ଏହି ପ୍ରତି ଦୃଷ୍ଟି ଦେଇ ପର୍ଯ୍ୟଟନସ୍ଥଳୀ ପାଇଁ ଗମନାଗମନ ରାସ୍ତା ନିର୍ମାଣ ଏବଂ ପର୍ଯ୍ୟଟନମାନଙ୍କ ପାଇଁ ପିଇବା ପାଣି ସମେତ ଅନ୍ୟ ସମସ୍ତ ଆନୁସଙ୍ଗିକ ସୁବିଧା ବ୍ୟବସ୍ଥା ଯୋଗାଇ ଦେଲେ ଜିଲାର ବେକାର ଯୁବକଯୁବତୀରୋଜଗାରକ୍ଷମ ହୋଇ ପାରିବା ସହିତ ରାଜସ୍ବ ମଧ୍ୟ ବୃଦ୍ଧି ପାଇ ପାରନ୍ତା ବୋଲି ଦର୍ଶାଯାଇଛି ।

 

Related Posts

About The Author

Add Comment