ଧର୍ମଶାଳା,୧୧/୧୨ (ସନ୍ଧାନ ନିୟୁଜ) ଶିଶୁ ଓ ମହିଳାଙ୍କର ବିବିଧ ଅଭିବୃଦ୍ଧି ଦିଗରେ କାର୍ଯ୍ୟହାତକୁ ନେଇ ସଫଳ ହୋଇଥିବା ଜାରକା ଇନରହୁଇଲ କ୍ଲବ ତଥା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ବୋଲି ସିଜି ପିଡିସି ତଥା ଜିଲ୍ଲା କ୍ଲବର ମୁଖ୍ୟ ପରାମର୍ଶ ଦାତା ନଳିନୀକାନ୍ତ ମହାପାତ୍ର ମତବ୍ୟକ୍ତ କରିଛନ୍ତି । କ୍ଲବର ଅଧିଷ୍ଠାନ ଦିବସକୁ ଉଦଘାଟନ କରିକହିଲେ ଯେ ସ୍ୱାସ୍ଥସେବା ଅସହାୟ ମଣିଷର ସହଯୋଗ ପାଇଁ ହାତବଢ଼ାଇବା, ଶିକ୍ଷାର ସୁବିଧା ସୁଯୋଗ ସୃଷ୍ଟି କରିବା ଓ ଧନ୍ଧା ମୂଳକ ଶିକ୍ଷା ଦେବା ପାଇଁ ଉଦ୍ୟମଜାରି ରଖିଥିବା ଜାରକା ଇନରହୁଇଲ କ୍ଲବର ସଦସ୍ୟମାନେ ଭୂୟଶୀ ପ୍ରଂଶସା କରିଥିଲେ । କ୍ଲବର ସଭାନେତ୍ରୀ କଳ୍ପନା ପରିଡାଙ୍କ ସଭାପତିତ୍ୱ ଅନୁଷ୍ଠିତ ଉସôବରେ ଚାର୍ଟର ସଭାନେତ୍ରୀ ମିନତୀ ସାହୁ, ପୂର୍ବତନ ସଭାନେତ୍ରୀ ତଥା ଜିଲ୍ଲା ଶିକ୍ଷା ସଂଯୋଜିକା ମାଧୁରୀ ଶତପଥୀ, ଆଇପିପି ପ୍ରତିଭା ସାହୁ, କ୍ଲବର ବିିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ରୋଟାରିଆନ ବିନୋଦ ବିହାରୀ ପରିଡାଙ୍କୁ କ୍ଲବ ପକ୍ଷରୁ ମାନପତ୍ର ଉପଢ଼ୈକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦିକ ଲୋପାମୁଦ୍ର ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କଳାକାର ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାକୁ ଇଂ ବିପିନ ବିହାରୀ ପଢ଼ଙ୍ଗୀ, ଜୟପ୍ରକାଶ ତ୍ରୀପାଠୀ ସହାର୍ଯ୍ୟ ସହଯୋଗ କରିଥିଲେ ।//Report-Manas Rout
ଜାରକା ଇନରହୁଇଲି କ୍ଲବର ଅଧିଷ୍ଠାନ ଦିବସ
|
December 11, 2019 |
