ଜାମ୍ମୁ କାଶ୍ମୀର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ବିଜେପି

Spread the love
  • ରାଷ୍ଟ୍ରପତି ଶାସନ ଦାବି
  • ମେହେବୁବା ଦେଲେ ଇସ୍ତଫା
    ଭୁବନେଶ୍ୱର():ବିଜେପି ଅଚାନକ ଜାମ୍ମୁ ଓ କାଶ୍ମୀରରେ ମେହବୁବା ମୁଫତି ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର କରିବାର ଘୋଷଣା କରିଛି।ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ଏହି ଘୋଷଣା କରିଛନ୍ତି।ବିଜେପି ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ କାହାକୁ ମଧ୍ୟ ଜଣା ନଥିଲା ଯେ ବିଜେପି ଜାମ୍ମୁ ଓ କାଶ୍ମୀରକୁ ନେଇ ଏହି ଧରଣର ଏକ ବଡ଼ ନିଷ୍ପତ୍ତି ନେବ।ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଜାମ୍ମୁ ଓ କାଶ୍ମୀରର ସମସ୍ତ ବିଜେପି ନେତାଙ୍କ ରାୟ ନେଇଥିଲେ ଏବଂ ଏହାକୁ ଭିତ୍ତି କରି ସରକାରଠୁ ବାହାରି ଆସିବାକୁ ନିଷ୍ପତ୍ତି ନେଇଥିଲେ।ବିଜେପି ମହାସଚିବ ରାମ ମାଧବ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି।
    ମେଣ୍ଟ ସରକାରରୁ ବିଜେପି ଓହରିଯିବା ପରେ ଜାମ୍ମୁକାଶ୍ମୀର ରାଜନୀତି ସରଗରମ ହୋଇପଡ଼ିଛି ।ବିଜେପି ମେଣ୍ଟରୁ ଓହରିଯିବା ନେଇ ଘୋଷଣା କରିବାର କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଇସ୍ତଫା ଦେଇଛନ୍ତି।ବିଜେପି ରାଜ୍ୟପାଳ ଶାସନ ପାଇଁ ଦାବି କରିଥିବାବେଳେ ମୁଫତି ରାଜ୍ୟପାଳଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।
    ଏବେ ଜାମ୍ମୁକାଶ୍ମୀର ବିଧାନସଭାରେ ପିଡ଼ିପିର ସର୍ବାଧିକ ୨୮,ବିଜେପିର ୨୫,ନ୍ୟାସନାଲ କନଫେରେନ୍ସର ୧୫,କଂଗ୍ରେସର ୧୨ ସିପିଆଇ ୧,ସ୍ୱାଧୀନ ୩, ଜାମ୍ମୁକାଶ୍ମୀର ପିପୁଲସ କନଫେରେନ୍ସ ୨,ଜାମ୍ମୁକାଶ୍ମୀର ପିପୁଲସ ଡେମୋକ୍ରାଟିକ ଫ୍ରଣ୍ଟ ଗୋଟିଏ ଆସନ ରହିଛି।ତେବେ ରାଜ୍ୟପାଳ ଶାସନ ଜାରି ହେବା ପୂର୍ବରୁ ନୂଆ ସରକାର ଗଢ଼ିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି।ଯଦି କଂଗ୍ରେସ ପିଡ଼ିପିକୁ ସମର୍ଥନ ଦିଏ ଓ ଅନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକମାନେ ସହଯୋଗ କରନ୍ତି ତେବେ ନୂଆ ସରକାର ଗଢ଼ିବାର ଖୁବ୍ କମ ସମ୍ଭାବନା ରହୁଛି।କିନ୍ତୁ ଏଣେ ନ୍ୟାସନାଲ କନଫେରେନ୍ସ ପିଡିପିକୁ ସମର୍ଥନ ଦେଇ ସରକାର ଗଢ଼ିବାକୁ ମନା କରିଦେଇଛି।

Related Posts

About The Author

Add Comment