ଜାତୀୟ ରାଜପଥ ଚୁଡାଖିଆ ଛକରେ ଅଘଟଣା: ନିଆଁ ଲାଗି ହୁତୁହୁତୁ ଜଳିଲା ବାଇକ୍ ଏବଂ ଟ୍ରକ; ୨ଗୁରୁତର

Spread the love

ଯାଜପୁର, ୫/୩(ସନ୍ଧାନ ନିୟୁଜ) ଧର୍ମଶାଳା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଚୁଡାଖିଆ ଛକ ନିକଟରେ ଆଜି ଏକ ୧୦ଚକିଆ ଟ୍ରକ ଏବଂ ବାଇକ ମଧ୍ୟରେ ଦୃର୍ଘଟଣା ଘଟି ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଟକ୍ରଟି ଆଂଶିକ ଜଳିଯାଇଛି । ବାଇକ ଆରୋହୀ ଜଣେ ମହିଳା ଏବଂ ଜଣେ ପୁରୁଷ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଦୁଇଜଣଙ୍କ ପ୍ରଥମେ ବଡଚଣା ଏବଂ ପରେ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଦୁଇଜଣ ସ୍ୱାମୀ ସ୍ତ୍ରୀ କୌଣସି ଏକ ଦେବାଳୟ ସ୍ଥାନକୁ ଯାଇ ଭଦ୍ରକ ଫେରୁଥିବା ବେଳେ ଚୁଡାଖିଆ ଛକ ନିକଟରେ ଏକ ଟକ୍ର ସେମାନଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେଇଥିଲା ଫଳରେ ଟାଙ୍କିରୁ ତେଲ ଲିକ୍ ହୋଇ ଗାଡିରେ ନିଆଁ ଲାଗିଯାଇ ହୁତୁହୁତୁ ହୋଇ ଜଳିଥିଲା । ଚଣ୍ଡିଖୋଲ ଦମକଳ ବାହିନୀ ପଂହଚି ନିଆଁକୁ ଆୟତ୍ତ କରିଥିବା ବେଳେ ଟକ୍ର ଚାଳକ ଫେରାର ହୋଇଯାଇଛି । ଧର୍ମଶାଳା ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି । ଉଭୟଙ୍କ ପରିଚୟ ଭଦ୍ରକ ବନ୍ତ ଅଂଚଳର ତାପସ ତରାଇ ଏବଂ ଶୁଭଲକ୍ଷ୍ମୀ ନାୟକ ବୋଲି ଜଣାପଡିଛି ।

Related Posts

About The Author

Add Comment