ଜାଜ୍ଞ୍ୟସେନୀ ଅପେରାର ନୃତ୍ୟ ଗୁରୁ ସବୁଦିନ ପାଇଁ ଆଖି ବୁଝିଲେ

Spread the love

ଯାଜପୁର ସଦର, ୨୬ା୦୭: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର ନିକଟସ୍ଥ ଜାଜ୍ଞ୍ୟସେନୀ ଅପେରରାର ନୃତ୍ୟଗୁରୁ ମାୟାଧର ଜେନା ଯାତ୍ରା କ୍ୟାମ୍ପ ପରିଶରରେ ନୃତ୍ୟ ଶିଖାଉଥିବା ବେଳେ, ନୃତ୍ୟଗୁରୁ ମାୟାଧର ଜେନାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଶ୍ରି ଜେନା ଗୁରୁତର ଆହତ ହୋଇଥିଲେ । ଶ୍ରୀ ଜେନାଙ୍କୁ ଯାଜପୁର ମେଡ଼ିକାଲକୁ ନିଆଯାଇଥିବା ବେଳେ, ଯାଜପୁର ମେଡିକାଲରେ ଶ୍ରୀ ଜେନା ଚିକିତ୍ସିତ ହେଉଥିବା ବେଳେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବର ପାଇବା ପରେ ଅପେରା ଜଗତରେ ଶୋକର ଛାୟା ଖେଳିଯାଇଥିଲା । ଶ୍ରୀ ଜେନାଙ୍କ ମୃତ୍ୟୁରେ ଜାଜ୍ଞ୍ୟସେନୀ ଅପେରାର ଅଭିନେତା ଓ ଅଭିନେତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଆମେ ଜଣେ ଦକ୍ଷ ନୃତ୍ୟ ଗୁରୁଙ୍କୁ ହରାଇଲୁ ବୋଲି ଦୁଃଖ ପ୍ରକାଶ କରିଥିଲେ । ଜାଜ୍ଞ୍ୟସେନୀ ଅପେରାର କଳାକାର ମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଥିଲା ।

Related Posts

About The Author

Add Comment