ଜଳସମ୍ପଦ ବିଭାଗରେ ବିକାଶ ନାମରେ ଚାଲିଛି ହରିଲୁଟ

ଯାଜପୁର, ୨୮/୦୨ (ସନ୍ଧାନ ନିୟୁଜ) ଯନ୍ତ୍ରୀ ହୁଅନ୍ତୁ କି ନେବା କିମ୍ବା ଠିକାଦାର ଅଳ୍ପ ସମୟରେ ସମସ୍ତେ ଅଧିକ ଅର୍ଥ ଲୁଟରେ ବ୍ୟସ୍ତ ରହୁଛନ୍ତି । ସେଥିପାଇଁ ବିକାଶ ନାମରେ ସରକାରୀ ଅର୍ଥ ହରିଲୁଟ ସବୁଠାରୁ ସହଜ ବାଟ ହୋଇଛି । ଆବଶ୍ୟକତାଠାରୁ ବିକାଶ ଆଳରେ ଅଧିକ ପ୍ରକଳ୍ପ ଏବଂ ଉକ୍ତ ପ୍ରକଳ୍ପ ନାମରେ ଅଧ୍ୟକ ଅର୍ଥ ମଞ୍ଜୁର କରି ଅର୍ଥ ହରିଲୁଟ ମାଧମକୁ ଅନେକ କ୍ଷେତ୍ରରେ ବିକାଶର ନାଁ ଦିଆଯାଇଛି । ଲୋକଙ୍କ ପାଇଁ କାମ ହେଉଥିବାର ପ୍ରଚାର ହେଉଥିଲେ ବି ସରକାରୀ ଟଙ୍କା ହରିଲୁଟ ପାଇଁ ପ୍ରକଳ୍ପ ସ୍ଥାନରେ ସୂଚନା ଫଳକ ବି ଲଗାଯାଉ ନାହିଁ । ଏଭଳି ହରିଲୁଟ ପାଇଁ ଜଳସମ୍ପଦ ବିଭାଗ ଗୋଟିଏ ବଡ ନମୁନା ସାଜିଛି । ଯାଜପୁର ଜିଲ୍ଲାର ଯାଜପୁର ଟ୍ରେନେଜ ବିଭିଜନ ଅନ୍ତର୍ଗତ ଧର୍ମଶାଳା ବ୍ଲକରେ ରହିଛି ଶଗଡ଼ିଆ ନାଳ । ଏହି ନାଳର ସାଲେପୁର ମୌଜାରେ ଥିବା ପୁରୁଣା ବ୍ରିଟିଶ ଅମଳର ‘ଗଲଗଲି ଶିଖ’ ସେବୁ ନିକଟରେ ଏବେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ବ୍ରିଟିଶ ଅମଳର ଏହି ସେତୁର ପୁନରୁଦ୍ଧାର ସହ ଏହାର ପୁରୁଣା ନିର୍ମାଣ ଶୈଳୀକୁ ଅକ୍ଷ ରଖ ଏହାକୁ ଅଧିକ ମଜଭୁତ କରାଯିବା ପରେ ଏଠାରେ ନୂଆ ପୋଲ ନିର୍ମାଣ କରାଯାଇପାରେ । କାରଣ ଏହି ପୁରୁଣା ସେବୁ ଐତିହାସିକ ଓ ଆଧ୍ୟାତ୍ମିକ ଗୁରୁବ ବହନ କରୁଛି । ଏହି ସେବୁକୁ ଲାଗିକି ଆଉ ଗୋଟିଏ ସେତୁ ନିର୍ମାଣ ହୋଇଗଲେ, ଏହି ପୁରୁଣା ଐତିହାସିକ ସେବୁଟି ନିଜର ଗୁରୁତ୍ବ ହରେଇବ ବୋଲି କେତେକ ଅଭିଯୋଗ କରୁଛନ୍ତି । ଏଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧ ଏଠାରେ ସୁ ନା ଫଳକ ଲଗାଯାଇ ନାହିଁ । ଫଳରେ ସରକାରୀ ଅର୍ଥର ଉପଯୋଗ ନେଇ ଲୋକଙ୍କୁ ଅନ୍ଧାରରେ ରଖାଯାଉଛି । ପ୍ରଥମେ ଏଠାରେ ଥିବା ପୁରୁଣା ଐତିହାସିକ ପୋଲକୁ ମଜଭୁତ ଓ ଦୀର୍ଘସ୍ଥାୟୀ କରାଯିବା ପରେ ଅନ୍ୟ ପୋଲ ନିର୍ମାଣ ପାଇଁ ଚିନ୍ତା କରାଯିବାର ଆବଶ୍ୟକଟା ରହିଛି । ଠାରେ ପୋଲ ନିର୍ମାଣ ପାଇଁ ପ୍ରାକ ଆକଳନ କରିଥିବା ବିଭାଗୀୟ ଅଧୁକାରୀ ସରକାରଙ୍କୁ ଏଠାରେ ଥିବା ଏହି ବ୍ରିଟିଶ ଅମଳର ପୁରୁଣା ଦୀର୍ଘସ୍ଥାୟୀ ପୋଲ ନେଇ ସୂଚନା ଦେଇ ନଥିବର ମଧ୍ୟ ଗୁରତର ଅଭିଯୋଗ ହେଉଛି। ପୁରୁଣା ପୋଲ ମରାମତିରେ ଏବେ ଅଧିକ ଅର୍ଥ ମରୀ ନହେବାର ଆଶଙ୍କା ବି ରହିଛି। । ଶଗଡ଼ିଆ ନାଳର ଏହି ଗଲଗଲି ପୋଲଠାରୁ ମାତ୍ର ଅଧ କିଲୋମିଟର ଦୂରରେ ହମତାପୁର ପୋଲ ନିର୍ମାଣ ଚାଲିଛି । ସବୁଠାରୁ ବଡ କଥା ହେଉଛି ନିର୍ମାଣ ହେବାକୁ ଥିବା ଏହି ପୋଲର ଗୋଟିଏ ପଟରେ ହମଜାପୁର ଗାଁ ଥିବାବେଳେ ଅନ୍ୟପଟରେ ବଙ୍ଗାବୁଡା ମୌଜା। ଏହି ବଡଙ୍ଗାବୁଡାମୌଜାରେ ଆଦୌଜନବସତି ନାହିଁ । ବଙ୍ଗାବୁଡା ମୌଜା ଦେଇ ଯାଇଥିବା ରାସ୍ତାକୁ ମଧ୍ୟ ପୋଲ ସଂଯୋଗ ହେବା ପାଇଁ ରାସ୍ତା ନଥିବା ଦେଖୁବାକୁ ମିଳିଛି । ଏହି ମୌଜର ୩୩୯ ପୁଟରେ ୨୯ ଡିସିମିଲର ଗୋଟିଏ ସରକାରୀ ପୁଟ ଥିବା  ବେଳେ ଏହା ପୂର୍ବରୁ ଗୋଟିଏ ନାଳ ଥିବାର କୁହାଯାଇଛି । ଏବେ ନାଳଟି ପୋତି ହୋଇ ଯାଇଛି । ଏଠାରେ ସରକାରୀଜାଗାପୋଲ ନିର୍ମାଣ ପାଇଁ ଥାଇ ବି ଜୋର ଜବରଦସ୍ତ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସଖଚି ଉପରେ ପୋଲ ନିର୍ମାଣ କରାଯିବାରୁ ଓଡିଶା ହାଇକୋର୍ଟରେ ଏନେଇ କେସ ହୋଇଥୁବାର ଜଣାପଡ଼ିଛି । ଗୋଟିଏ ପଟରେ ଜନବସତି ନଥିଲେ ବି ଏଠାରେ ପୋଲ ନିର୍ମାଣହେବାର କୌଣସି ଆପତ୍ତି ନାହିଁ । ହେଲେ ବହେଲକ୍ଷ ଟଙ୍କା ସରକାରୀ ଅର୍ଥର ଉପଯୋଗ ପ୍ରକୃତ ଜନସାର୍ଥ ପାଇଁ ହେଇଛି ନାଁ ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଅର୍ଥ ହରିଲୁଟ ପାଇଁ ହେଉଛି, ଚାହା ଅନୁଧ୍ୟାନ ଯୋଗ୍ୟ । ଯେତିକି ପରିମାଣର ଅର୍ଥ ବିନିଯୋଗ ହେଉଛି, ସେହି ଅନୁସାରେ ବନସ୍ୱାର୍ଥ ହାସଲ ହେବାର ଲକ୍ଷ ରହିଛି ନାଁ ସରକାରୀ ଅର୍ଥ ବୋଲି ଏଭଳି ଦୁରୁପଯୋଗ କରାଯାଉଛି, ତାହା ଅନୁଧ୍ୟାନ ଯୋଗ୍ୟ ଯଦି ବନସ୍ବାର୍ଥ ପାଇଁ କରାଯାଇଛି ତେବେ, ଏହି ପୋଲ ନିର୍ମାଣ ଆରମ୍ଭ ପୂର୍ବରୁ କୌଣସି ସ୍ଥାନରେ ସୂଚନା ଫଳକ କାହିଁକି ଲଗାଯାଇ ନାହିଁ ? ଗୁରୁବପୂର୍ଣ୍ଣ କଥା ହେଉଛି, ଆଗେ ପୋଲ ନାଁ ଆଗେ ରାସ୍ତା, ଏହାର ମଧ୍ୟ ଚର୍ଜମା କରାଯିବା ଉଚିତ । ହମଜାପୁରରେ ଯଦି ଅପର ପଟରେ ଯୁବା ରାସ୍ତାକୁ ସଂଯୋଗ ହେଉ ନଥାଏ, ତେବେ କେଉଁ ଲକ୍ଷ ନେଇ ଏବେ ବନ୍ତ ପ୍ରକଳ୍ପ କରାଯାଇଛି ? । ଏବେ ଶଗଡ଼ିଆ ନାଳ ରେ ମାତ୍ର ଦୁଇ କିଲୋମିଟର ଭିତରେ ୫ ଟି ସେବୁ ରହିଛି । ପ୍ରଥମେ ଶଙ୍ଖର ଗଲଗଲି ଠାରେ ପୁରୁଣା ବ୍ରିଟିଶ ଅମଳର ସେବୁ ଥିବା ବେଳେ ଏହାକୁ ଲାଗିକରି ଦ୍ୱିତୀୟ ସେତୁ ନିର୍ମାଣ ଆରମ୍ଭ ହୋଇଛି । ଏହାପରେ ହାମଜାପୁରରେ ସେତୁ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ପଟୁଣିଆରେ ମଧ୍ୟ ଗୋଟିଏ ସେତୁ ନିର୍ମାଣ ସରିଛି । ଏହା ନିକଟରେ ବଚଗେଙ୍କୁଟିରେ ମଧ୍ୟ ସେତୁ ନିର୍ମାଣ ହୋଇଛି। ଆଉ ୧୦ଟି ସେବୁ ୨ରୁ ୩କିଲେମିଟର ଭିତରେ କରାଗଲେ ଆମର କୌଣସି ସମସ୍ୟା ନାହିଁ । ହେଲେ ଠିକାଦାରୀ ଲକ୍ଷ ନେଇ ସେବୁ ନିର୍ମାଣ କରାନଯାଇ ବାସ୍ତବରେ ଜନସାର୍ଥକୁ ଗୁରୁବ ଦେଇ ସରକାରୀ ଅର୍ଥର ଉପଯୋଗ କରାଯାଉ ଓ ନସୀର୍ଥ କୁ ଗୁରୁତ୍ବ ଦେଇ ସେବୁ ନିର୍ମାଣ କରାଯାଇଥିଲେ ପଟୁଣିଆ ସେଟୁରେ ଆଖବୁବା ଦୁର୍ନୀତି କରାଯାଇ ନଥାନ୍ତା ଏଠାରେ ଥିବା ପୁରୁଣା ସେବୁ ମୂଳ କନଷ୍ଟ୍ରକସନ୍ନକୁ ନରାଗି ଏହା ଉପରେ ସେତୁ ନିର୍ମାଣ କରାଯିବା ଫଳରେ ସେତୁର ସ୍ଥାୟୀବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସେଗୁର ଚଳ ମୁଣ୍ଡରେ ଥିବା ଅନେକ ଗାଁକୁ ଖରାଦିନେ ପାଣି ମାଡୁନାହିଁ । ଫଳରେ ଶହ ଶହ ଏକର ଚାଷଜ ମି କୁ ଖରାଦିନେ ପାଣି ନଯାଇ ମରୁଡି ହେଉଛି ।ଏହାର ନିର୍ମାଣ ଶୈଳୀକୁ ଅଣଦେଖା କରାଯାଇ ବ୍ୟାପକ ଦୁର୍ନୀତି କରାଯାଇ ଏଭଳି ସେତୁ ନିର୍ମାଣ କରାଯାଇଛି । ଏପରିକି ଏହି ନିର୍ମାଣଗତ ଚୁଟି ଏବଂ ଦୁର୍ନୀତି ପାଇଁ ଏହି ଶଗଡ଼ିଆ ନାଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇ ନିର୍ମିତ ହୋଇଥିବା ବହୁ ଆନିକଟ ମଧ୍ୟ ଅଚଳ ହୋଇପଡିଛି । ଏନେଇ ମ ଚ ଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ର ଆବଶ୍ୟକତା ରହିଛି ବୋଲି ଦାବି କରି ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ତେବେ ଯେଉଁ ‘ଗଲିଗଲି ଶଙ୍ଖ ନିକଟରେ ପୋଲକୁ ଲାଗିକରି ଆଉ ଗୋଟିଏ । ପୋଲ ନିର୍ମାଣ ଚାଲିଛି, ସେଠାରେ ବର୍ଷ ବର୍ଷ ଧରି ବର୍ଷା ପାଣି ମାଡରେ ଚାଷ ଜମିରେ ଫସଲ ଉଜୁଡି ଯାଉଛି । ଏହି ଶଗଡ଼ିଆ ନାଳରେ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥ ବିନିଯୋଗ ହୋଇ ଚାଷ ଜମିକୁ ପାଣି ମାଡିବା ପାଇଁ ଆନିକଟ ତଥା । ଚେକଡ୍ୟାମ ମାନ ନିର୍ମାଣ ହୋଇଛି । ହେଲେ ଗୋଟିଏ ହେଲେ ଆନିକଟରୁ କିମ୍ବା ଉଠାଣ ଚଳହେସନ ପ୍ରକଳ୍ପରୁ ଚାଷୀ ବୃନ୍ଦାଏ ପାଣି ପାଉ ନଥୁବା ଏବଂ ପାଣି ମାଡରେ ବର୍ଷା ଦିନେ ଫସଲ ହାନି ନେଇ ପ୍ରତିକାର କରାଯାଉ ନାହିଁ । ଏସବୁ କ୍ଷେତ୍ରରେ ସମୟ ଦେଲେ ଅଧୁକ ଲାଭର ସମ୍ଭାବନା ନଥିବାରୁ କେବଳ ପୋଲ ନାମରେ ବହୁ କୋଟି ଟଙ୍କା ମଞ୍ଜରୀ କରାଯାଇ ଅର୍ଥ ହଡ ପର ଯୋଜନା ଚାଲି ଥିବା ନେଇ ସାଧାରଣରେ ଘୋର ଭଦବେଗ ପ୍ରକାଶ ପାଉଛି । Report- K Pradhan

Related Posts

About The Author

Add Comment