ଜଳଛତ୍ର ଯୋଗାଇ ଦେବା ପାଇଁ ଦାବି

Spread the love

ଯାଜପୁର ସଦର, ୦୨ା୦୪ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକରେ ସରକାରଙ୍କ ପକ୍ଷରୁ ବ୍ଲକ ମାନଙ୍କରେ ରହିଥିବା ପଂଚାୟତ ଗୁଡ଼ିକ ମାନଙ୍କରେ ଜଳଛତ୍ର ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ଜନସାଧାରଣଙ୍କ ତରଫରୁ ଦାବି କରାଯାଉଥିବା ବେଳେ, ଗ୍ରୀଷ୍ମ ପ୍ରବାହ ତାତି ବଢ଼ୁଥିବାରୁ ଦିନ ୮ଟା ଠାରୁ ଦିନ ୪ଟା ପର୍ଯ୍ୟନ୍ତ ତାତିର ପ୍ରକୋପରେ ବାଟୋଇ ମାନେ ଅବୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଚି । ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲକ ମାନଙ୍କରେ ଜଳଛତ୍ର ଯୋଗାଇ ଦେବାପାଇଁ ନିୟମ ଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନଥିବା ଦେଖିବାକୁ ମିଳୁଚି । ଯାହାକି ତାତିର ଦାଉରୁ ଶୋଷ ମେଣ୍ଟାଇବା ପାଇଁ ଜଳର ଆବଶ୍ୟକତା ରହିଚି । ଦହି ସର୍ବତ ଏବଂ ଲେମ୍ବୁ ପାଣି ସରକାରଙ୍କ ପକ୍ଷରୁ ଦେବା ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଆସୁଥିବା ବେଳେ, ଏହା ବାଟମାରଣା ହେଉଚି । ବାଟ ମାରଣାକୁ ରୋକାଯିବା ସହିତ ପ୍ରତି ପଂଚାୟତର ବିଭିନ୍ନ ଛକ ମାନଙ୍କରେ ବ୍ଲକ ପକ୍ଷରୁ ପାନୀୟ ଜଳ ଜଳଛତ୍ର ଦେବା ପାଇଁ ସାଧାରଣରେ ଦାବି କରାଯାଉଚି ।

Related Posts

About The Author

Add Comment