ଜନ୍ମ ସ୍ଥାନରେ ଉନ୍ମୋଚନ ହେଲା ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି

Spread the love

ଯାଜପୁର ସଦର, ୧୬/୪/୨୬ (ସନ୍ଧାନ ନ୍ୟୁଜ ) :ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିଛି।ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଜଗନ୍ନାଥଙ୍କ ପରମ ଭକ୍ତ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି।ବନ୍ଧୁ ମହାନ୍ତିଙ୍କ ଜନ୍ମ ସ୍ଥାନ ଦଶରଥପୁର ବ୍ଲକ ଦତ୍ତପୁର ପଞ୍ଚାୟତ ଦତ୍ତପୁର ଗ୍ରାମରେ କିଛି ଦିନ ପୂର୍ବରୁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା।କିଛି ଲୋକ ଏହାକୁ ବିରୋଧ କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ୧୪/୪ରିଖରେ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି।ଏହି ପରିପ୍ରେକ୍ଷୀରେ ବରିଷ୍ଠ ସମାଜସେବୀ ନାରାୟଣ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱ ସଭାରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଥମେ ବାବା ଗୋପୀନାଥଙ୍କ ନିକଟରେ ପୂଜାର୍ଚନା କରି ଜଗନ୍ନାଥଙ୍କ ସହିତ ଏକ ଶୋଭାଯାତ୍ରାରେ ବନ୍ଧୁ ମହାନ୍ତିଙ୍କ ପୀଠକୁ ଆସିଥିଲେ।ପରେ ପରେ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ।ବାଉଁଶ ସିଡିରେ ଚଢି ଜୀବନକୁ ବାଜି ଲଗାଇ ଖୁସିରେ ଆତ୍ମ ବିହୋର ହୋଇ ବନ୍ଧୁ ମହାନ୍ତିଙ୍କୁ ଆଲିଙ୍ଗନ କରି ଆଖିରୁ ଲୁହ ଝରାଇଥିଲେ। କାର୍ଯ୍ୟକ୍ରମରେ ସଂମ୍ମାନିତ ଅତିଥି ରୂପେ ଯାଜପୁରର ବରିଷ୍ଠ ସମାଜସେବୀ ସରୋଜ ମହାପାତ୍ର,୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବନ୍ଧୁ ମହାନ୍ତିଙ୍କ ଦଶମ ପିଢ଼ିର ଦାୟାଦ ଦିଲ୍ଲୀପ ମହାନ୍ତି,ନନ୍ଦିପୁର ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ମହାନ୍ତି,କମାରଡ଼ିହ ପ୍ରାକ୍ସ ସଭାପତି ଭାଗିରଥି ସାହୁ,ଦତ୍ତପୁର ପଞ୍ଚାୟତ ସରପଞ୍ଚ ଶୁଚିସ୍ମିତା ମହାନ୍ତି,ବିଂଝାରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ବବିତା ମଲ୍ଲିକ,ଦତ୍ତପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ମନୋରଞ୍ଜନ ପରିଡା,ନିଜାମପୁର ପ୍ରାକ୍ସ ସଭାପତି ସରୋଜ ସାହୁ,କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ ନନ୍ଦ,ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ପଣ୍ଡା,ଗୋପବନ୍ଧୁ ତ୍ରିପାଠୀ, ବାଟକୃଷ୍ଣ ମେକାପ, ପଳସାହି ପଞ୍ଚାୟତ ତ୍ରିଲୋଚନ ଦାସ,ଦୁଦୁରାଅଣ୍ଟା ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ସରପଞ୍ଚଙ୍କ ପ୍ରତିନିଧି ରଶ୍ମିରଂଜନ ସେଠୀ,ସମିତି  ସଭ୍ୟାଙ୍କ ପ୍ରତିନିଧି ଶିଶିର କୁମାର ରାଉତ,ଶିକ୍ଷକ ନେତା ଧର୍ମାନନ୍ଦ ମଲ୍ଲିକ,ୱାର୍ଡ ସଭ୍ୟା ଝରଣା ଦାସଙ୍କ ସମେତ ବହୁ ଜଗନ୍ନାଥଙ୍କ ଭକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Related Posts

About The Author

Add Comment