ରାଉରକେଲା,୩୦/୧୧/୨୦୨୦ (ସନ୍ଧାନ ନିଉଜ) : ସାରନଗରୀ ଅନ୍ତର୍ଗତ ଗଂଜୁ ମାର୍କେଟ ଅଂଚଳରେ ମୋଟର ସାଇକେଲ ମରାମତି ଦୋକାନ କରିଥିବା ଜଣେ ବରିଷ୍ଠ ଦୋକାନୀ ଗୁଣନିଧି ସାହୁ(୫୩)ଙ୍କ ହୃଦଘାତରେ ପରଲୋକ ହୋଇ ଯାଇଛି । ତାଙ୍କ ମୃତ ଶରୀରକୁ ତାଙ୍କର ପୈତୃକ ଗ୍ରାମ ବାଲିପାଟଣା ନିଆଯିବା ପରେ ସେଠାରୁ ପୁରୀର ସ୍ୱର୍ଗଦ୍ୱାର ନିଆଯାଇ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପୂର୍ବରୁ ଦୋକାନରେ କାର୍ଯ୍ୟ କରୁଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ହାଇଟେକ ଓ ପରେ ଆଇଜିଏଚରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା, ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଉଥିବା ସମୟରେ ବାଟରେ ହୃଦଘାତରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ସେ ସ୍ଥାନୀୟ ଅଂଚଳରେ ବହୁ ବର୍ଷରୁ ବିଭିନ୍ନ କମ୍ପାନୀର ଗାଡ଼ି ମରାମତି କରି ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ । ତାଙ୍କ ମୃତ୍ୟୁରେ ଗଂଜୁ ମାର୍କେଟ ବନ୍ଦ ରଖାଯିବା ସହ ଦୋକାନୀ ମାନଙ୍କ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି ।
ଜନପ୍ରିୟ ମେକାନିକଙ୍କ ପରଲୋକ
|
November 30, 2020 |