ଶ୍ରୀନଗର,୨୧/୮ (ସନ୍ଧାନ ନିୟୁଜ): ଜାମ୍ମୁ-କାଶ୍ମୀରର ହନ୍ଦୱାଡ଼ାରେ ମଙ୍ଗଳବାର ଅପରାହ୍ଣରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସେଠାରେ ଆଉ ୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଆତଙ୍କବାଦୀଙ୍କ ସହ ସୁରକ୍ଷା କର୍ମୀଙ୍କ ଗୁଳି ବିନିମୟ ଜାରି ରହିଛି। ହନ୍ଦୱାଡ଼ାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ରାଷ୍ଟ୍ରୀୟ ରାଇଫଲ୍ସ, ଜାମ୍ମୁ କାଶ୍ମୀର ପୁଲିସ୍ ଏସ୍ଓଜି, ସିଆରପିଏଫ ଯବାନମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଚଳାଇଥିଲେ। ଫଳରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୁରକ୍ଷା ବାହିନୀର ପ୍ରତିଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଗୁଳି ବିନିମୟ ଜାରି ରହିଥିବାରୁ ମୃତ ଆତଙ୍କବାଦୀର ଶବ ଜବତ କରାଯାଇ ପାରି ନାହିଁ।
Related Posts
About The Author
Add Comment