ଯାଜପୁର/୨୨/୧୦ (ସନ୍ଧାନ ନ୍ୟୁଜ):ଏବେ ଏବେ ଦେଖିବାକୁ ମିଳୁଛି ଗାଁ ଗାଁ ରେ ବନ୍ୟଜନ୍ତୁ ଆକ୍ରମଣ କରିବାର ଚିତ୍ର ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ ଆଜି ସକାଳୁ ସକାଳୁ ଏକ ଜଙ୍ଗଲୀ ବାରହା ଆକ୍ରମଣ କରିବା ଫଳରେ ଚାରି ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି, ଏଥି ମଧ୍ୟରୁ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛି,
ସୂଚନା ଅନୁସାରେ, ଘମା ପୂର୍ତ୍ତି (ବୟସ ୫୦) ନିଜ ବାଗିଚାରେ କାମ କରୁଥିବା ବେଳେ ଏକ ଜଙ୍ଗଲୀ ବାରହା ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ତାଙ୍କୁ ବଞ୍ଚାଇବା ପାଇଁ ଅଡିଥିବା ଅନ୍ୟ ୪/୫ ଗ୍ରାମବାସୀଙ୍କୁ ମଧ୍ୟ ବାରହା ଆକ୍ରମଣ କରି ଆହତ କରିଥିଲା। ଆହତମାନଙ୍କୁ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଯାଜପୁର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣାର ସୂଚନା ପାଇ ଟମକା ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଅଞ୍ଚଳରେ କିଛି ମାସ ଧରି ଜଙ୍ଗଲୀ ବାରହା ଓ ହାତୀ ଦେଖାଦେବା ଘଟଣା ବଢ଼ିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ, ଜଙ୍ଗଲ ହ୍ରାସ ଓ ପରିବେଶ ସନ୍ତୁଳନ ଭାଂଗିବାରୁ ଜଙ୍ଗଲୀ ପଶୁମାନେ ବାସସ୍ଥାନ ହରାଇ ଗାଁ ଅଞ୍ଚଳକୁ ପଶୁଛନ୍ତି। ସେମାନେ ଜଙ୍ଗଲ ବିଭାଗର ଅବହେଳା ଓ ନିରୀକ୍ଷଣ ଅଭାବକୁ ଏହି ପରିସ୍ଥିତି ପାଇଁ ଦାୟୀ କରୁଛନ୍ତି।
ସ୍ଥାନୀୟ ଲୋକ ଓ ସାମାଜିକ ସଂଗଠନମାନେ ଦାବି କରିଛନ୍ତି ଯେ — ଗ୍ରାମ ପରିସରରେ ପଶୁ ପ୍ରତିରୋଧ ବାଡ଼, ଆଲୋକ ସୁବିଧା ଓ ନିରୀକ୍ଷଣ ବ୍ୟବସ୍ଥା ଶକ୍ତିଶାଳୀ କରିବା ସହ ଆହତମାନଙ୍କୁ ତତ୍କାଳ ଆର୍ଥିକ ସାହାଯ୍ୟ ଯୋଗାଇବା ଉଚିତ।
ଫୁଲଝର ଅଞ୍ଚଳର ଏହି ଘଟଣା ପୁନରାୟ ସ୍ପଷ୍ଟ କରିଦେଲା — ପରିବେଶ ସନ୍ତୁଳନ ରହିଲେ ହିଁ ମନୁଷ୍ୟ ଓ ପଶୁ ଉଭୟ ସୁରକ୍ଷିତ ରହିପାରିବେ। ବାରହା ଆକ୍ରମଣ କରିଥିବା ବ୍ୟକ୍ତି ମାନଙ୍କୁ କ୍ଷତି ପୂରଣ ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି,,



