ଛତିଶଦେବିଲ ନଦୀବନ୍ଧ ରାସ୍ତା ମରଣ ଯନ୍ତା ପାଲଟିଛି

Spread the love

ଯାଜପୁର ସଦର,୧୫/୧୦/୨୦୨୦ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଯାଜପୁର ବ୍ଲକ୍ ଅନ୍ତର୍ଗତ ଛତିଶଦେବିଲ ନଦୀବନ୍ଧ ରାସ୍ତା ଶୋଚନିୟ ହୋଇପଡ଼ିଥିବା ବେଳେ, ଏହି ନଦୀବନ୍ଧ ରାସ୍ତା ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ରାଜ୍ୟସରକାର କୋଟି କୋଟି ଟଙ୍କା ପକ୍କାରାସ୍ତା ନିର୍ମାଣ କରାଯିବା ପାଇଁ ଖର୍ଚ୍ଚ କରୁଥିବା ବେଳେ, ଛତିଶଦେବିଲ ରାସ୍ତା ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଚି । ଯାଜପୁର ବ୍ଲକ୍ ଅନ୍ତର୍ଗତ ଛତିଶ ଦେବିଲ ନଦୀବନ୍ଧ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ବେଳେ, ଏହି ନଦୀବନ୍ଧ ରାସ୍ତାରେ ବଡ଼ ବଡ଼ ଗାଢ଼ ସୃଷ୍ଟି ହେବା ସହିତ ଛତିଶଦେବିଲର ଗ୍ରାମବାସୀମାନେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜଳ ସଂପଦ ବିଭାଗ ଚେଇଁ ଶୋଇଥିବା ବେଳେ, ଏହି ନଦୀବନ୍ଧରେ ଯାନବାହାନ ଚଳାଚଳ କରିବାଲାଗି ଏହି ରାସ୍ତା ମରଣଯନ୍ତା ପାଲଟିଥିବାରୁ ଏହି ନଦୀବନ୍ଧ ଉପରେ ଛତିଶଦେବିଲ ଗ୍ରାମବାସୀମାନେ ନିର୍ଭର କରୁଥିବା ବେଳେ, ବଡ଼ସୁଆର ପଞ୍ଚାୟତ ବରୀ ବ୍ଲକ୍ର ଭଁଅରା, ବୋଦୁଅ, ଚଟୁମାରୀ, କମଳପୁର, ଦେବିଲ, ରିଶିପୁର ଗ୍ରାମବାସୀମାନେ ଏହି ନଦୀବନ୍ଧ ଉପରେ ଯାତାୟତ କରିଥାନ୍ତି । ଯାହାଫଳରେ ଖରସ୍ରୋତାରେ କମଳପୁର ଠାରେ ଏକ ସେତୁ ନିର୍ମାଣ କରାଯାଉଥିବା ବେଳେ, ଗମନା ଗମନର ସୁବିଧା ହୋଇପାରିବ । ଦୁଇବର୍ଷ ବିତିଯାଇଥିବା ମଧ୍ୟ ଏହି ସେତୁ ନିର୍ମାଣ ସରିନଥିବା ବେଳେ, ଏହି ପଂଚାୟତର ଗ୍ରାମବାସୀମାନେ ବୋହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରୋଗୀମାନଙ୍କୁ ଆମ୍ବୁଲାନ୍ସରେ ନେବା ପାଇଁ ଏହି ନଦୀବନ୍ଧ ଉପରେ ନିର୍ଭର କରୁଥିବା ବେଳେ, ଏହା ମରଣଯନ୍ତା ପାଲଟିଚି । ଏହି ନଦୀବନ୍ଧ ରାସ୍ତା ଧସୁଥିବା ବେଳେ, ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯାଜପୁର ଜଳ ସଂପଦ ବିଭାଗ ନିଦରେ ଶୋଇପଡ଼ିଥିବା ଦେଖିବାକୁ ମିଳିଚ । ଏହି ନଦୀବନ୍ଧ ଉପରେ ଛାତ୍ରଛାତ୍ରୀ ସ୍କୁଲ କେଲେଜକୁ ଯିବାପାଇଁ ଏହି ବନ୍ଧ ଉପରେ ନିର୍ଭର କରୁଥିବା ବେଳେ, ମହାମାରୀ କରୋନା ପାଇଁ ସ୍କୁଲ କଲେଜ ବନ୍ଧ ରହିଥିବାରୁ ଛାତ୍ର ଛାତ୍ରୀମାନେ ଯିବା ଆସିବାରେ ବହୁ ଅସୁବିଧା ସମ୍ମୁଖିନ ହେଉଛନ୍ତି । କମଳପୁର ଘାଟରେ ଡଙ୍ଗାରେ ପାରି ହେଉଥିବା ଦେଖିବାକୁ ମିଳିଚି । ଏନେଇ ଜନସାଧାରଣଙ୍କ ତରଫରୁ ଏହି ରାସ୍ତା ନିର୍ମାଣ କରାଯିବା ପାଇଁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋରଙ୍କ ନିକଟରେ ସାଧାରଣରେ ଦାବି କରାଯାଉଚି ।

Related Posts

About The Author

Add Comment