ଛତିଶଗଡ଼ର: ମାଓବାଦୀଙ୍କ ଧମକ କାମଦେଲାନି , ପ୍ରଥମ ପର୍ଯ୍ୟାୟରେ 70 ପ୍ରତିଶତ ମତଦାନ

Spread the love

ରାୟପୁର,୧୨/୧୧ (ସନ୍ଧାନ ନିଉଜ): ଛତିଶଗଡ଼ର ମାଓପ୍ରବଣ ଅଞ୍ଚଳରେ ଚାଲୁଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ  ମତଦାନ ଶେଷ ହୋଇଛି । ମାଓବାଦୀଙ୍କ ଧମକ ଏବଂ ବିସ୍ଫୋରଣକୁ ବେଖାତିର କରି ବୁଥ୍‌ରେ ଭୋଟ ଦେଇଛନ୍ତି ଲୋକେ । ତେବେ ପ୍ରଥମ ପର୍ଯ୍ୟାୟରେ 70 ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି ।

18 ଟି ସିଟ୍‌ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଲାଲ୍‌ ବାହିନୀ ନିଜର ସ୍ଥିତି ଜାହିର କରିଥିଲେ । ଆଜି ମତଦାନ ସମୟରେ ବିଜାପୁର ଏବଂ ଦାନ୍ତେଓ୍ୱାଡ଼ାରେ ମାଓବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ 5 ଜଣ ଯବାନ ଗୁରୁତର ହୋଇଥିବା ବେଳେ 5 ମାଓବାଦୀ ନିହତ ହୋଇଛନ୍ତି ।

ମାଓବାଦୀଙ୍କ ଧମକ ଲୋକମାନଙ୍କ ପାଇଁ ପାଣିର ଗାର ପାଲଟିଛି  । ଦାନ୍ତେଓ୍ୱାଡ଼ା, ସୁକମା, ରାଜନନ୍ଦଗାଓଁ, ବିଜାପୁର, ମୋତିପୁର ଭଳି ମାଓ ପ୍ରବଣ ଅଞ୍ଚଳରେ ଭୋଟରମାନେ ଧାଡ଼ିରେ ଛିଡ଼ା ହୋଇ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି । ଏପରିକି ବରିଷ୍ଠ ନାଗରିକ ଟ୍ରାଇସାଇକେଲରେ ଆସି ଭୋଟ ଦେଇଛନ୍ତି ।

ତେବେ ଏଥିରୁ ସ୍ପଷ୍ଟ ଯେ ଲୋକମାନେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ କାହାକୁ ଭୟ କରିବାକୁ ମନେ କରୁନାହାନ୍ତି । ସେଠାରେ ଦାୟିତ୍ୱରେ ଥିବା ଯବାନମାନେ ଲୋକମାନଙ୍କୁ ଯଥା ସମ୍ଭବ ସାହାଯ୍ୟ-ସହଯୋଗ କରିଥିବା ସୂଚନା ମିଳିଛି ।

Related Posts

About The Author

Add Comment