ଛତିଆ ରେ ଭୟଙ୍କର ବିସ୍ଫୋରଣ ମୃତଙ୍କ ମୁଣ୍ଡ ରୁ ଗଣ୍ଡୀ ଅଲଗା ହେଲା।
ଛତିଆ, // ସନ୍ଧାନ ନିୟୁଜ // ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆ କୁଞ୍ଜିଆ ଛକ ନିକଟ ରେ ଦିନ ଦୁଇ ପ୍ରହର ରେ ବମ୍ ଫୁଟି ୨ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ତେବେ ଗୁରୁତର ଯୁବକ କୁ ବୈରୀ ଥାନା ଗାଡ଼ି ରେ ନିକଟ ବଡଚଣା ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ର ନିଆ ଯାଇଛିଥିବା ବେଳେ ଡ଼ାକ୍ତର କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ମୃତୁ ର ପରିଚୟ ମିଳି ପାରି ନଥିବା ବେଳେ ମୃତୁ ଯୁବକ ଶରୀର ଖଣ୍ଡ ଖଣ୍ଡ ହୋଇ ଏଣେ ତେଣେ ପଡି ରହିଛି। ଗୁରୁତର ହୋଇଥିବା ଯୁବକ ବଡଚଣା ଦେଉଳ କୁଳୁ ର ହାଟ ଢିଅ ସାହି ବୋଲି ଜଣା ପଡ଼ିଛି। ଘଟଣା ସ୍ତଳେ ବୈରୀ ଥାନା ଅଧିକାରୀ ଓ ବଡଚଣା ପୋଲିସ ,ଧର୍ମଶାଳା ପୋଲିସ , ବାଲିଚନ୍ଦ୍ରପୁର ପୋଲିସ, ସହିତ ଏସପି ଫହଁଛି ତଦନ୍ତ କରିଥିବା ଜଣା ପଡ଼ିଛି। ଏହି ଘଟଣା ରେ ସ୍ଥାନୀୟ ଲୋକଙ୍କ ଭିଡ ଜମାଇଥିଲେ। ଘଟଣା ସ୍ଥଳେ ଗୋଟେ ବେଆଇନ ମଦ ଦୋକାନ ଥିବା ବେଳେ ଦୋକାନ ରେ ମଧ୍ୟ ସିସିଟିଭି କ୍ୟାମେରା ଲାଗିଛି । ସିସିଟିଭି ଫୁଟେଜ ଯାଞ୍ଚ ହେଲେ ବିସ୍ଫୋରଣ ରହସ୍ୟ ଜଣା ପଡ଼ିବ ବୋଲି ସାଧାରଣ ରେ ଦାବି ହୋଇଛି। ଘଟଣା ସ୍ଥଳରେ ପଲ୍ସର ବାଇକ ସଂପୂର୍ଣ୍ଣ ନଷ୍ଟ ହୋଇଛି। ଗାଡ଼ି ନମ୍ବର OD-04-V-7741 ଓ ଗାଡ଼ି ମାଲିକ ମିଲି ମୁଣ୍ଡା, ସ୍ୱାମୀ ରମେଶ ମୁଣ୍ଡା ବୋଲି ଜଣା ପଡିଛ.
ଛତିଆ ରେ ଭୟଙ୍କର ବିସ୍ଫୋରଣ : ମୃତଙ୍କ ମୁଣ୍ଡ ରୁ ଗଣ୍ଡି ଅଲଗା
|
May 14, 2025 |
