ବେତନଟୀ,୦୨/୧୧(ସନ୍ଧାନ ନ୍ୟୁଜ୍)- ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଇଲାକାରେ ଥିବା କୃଷ୍ଣଚନ୍ଦ୍ରପୁର ଉଚ୍ଚ ମହା ବିଦ୍ୟାଳୟ (+୨ କେସିପୁର)ର ତାଲାଭାଙ୍ଗି ଗତମାସ ୧୮ ତାରିଖ ରାତିରେ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରୁ କମ୍ପ୍ୟୁଟର, ଏଲସିଡି, କ୍ୟାମେରା ହାର୍ଡ଼ଡିସ୍କ, ପେନାଲ ବୋର୍ଡ, ବରୋୱେଲ ମଟର ବ୍ୟାଟେରୀ ସହିତ ଇନଭେଟର, ଜେନେରେଟର ଆର୍ମଚାର ଇତ୍ୟାଦି ପ୍ରାୟ ଦେଢଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସାମଗ୍ରୀ ଲୁଟ ହେବାର ଏକମାସ ପୁରିଲା, ମାତ୍ର ଚୋର କିମ୍ବା ଚୋରି ସାମଗ୍ରୀର କିଛି ସନ୍ଧାନ ମିଳିପାରିନାହିଁ । ପୁଲିସ ପକ୍ଷରୁ ଏଥି ନିମନ୍ତେ ଅନୁସନ୍ଧାନ ଜାରି ରଖିଥିବାବେଳେ କେତେକ ସନ୍ଦେହକାରୀଙ୍କୁ ପୁଲିସ ଆଣି ପଚରା ଉଚାର କରିଥିଲେ ମଧ୍ୟ କୌଣସି ସନ୍ଧାନ ନମିଳିବାରୁ ଲୁଟ ହୋଇଥିବା ସାମଗ୍ରୀ କେଉଁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚୋରି ହେବାର ମାସେ ପରେ ମଧ୍ୟ ପୁଲିସ ହାତ ଖାଲିକରି ବସିଥୁର୍ବା ଜଣାଯାଇଛି । ମହାମାରୀ କୋଭିଡ-୧୯ ନିମନ୍ତେ କଲେଜ ୬ମାସ ହେବ ବନ୍ଦଥିବାର ସୁଯୋଗ ନେଇ ଲୁଟେରାମାନେ ଏହି ଲୁଟ ଅତି ଚତୁରତାର ସହିତ ଖସି ପଳାଇ ଯାଇଥିଲେ । କଲେଜରେ ରାତ୍ର ଜଗୁଆଳୀ ବ୍ୟବସ୍ଥା ନଥିବାରୁ ଜଣେ ୩ୟ ଶ୍ରେଣୀ କର୍ମଚାରୀ ପ୍ରତ୍ୟେକଦିନ ସନ୍ଧ୍ୟାରେ କଲେଜ ଆସି ବାହାର ଲାଇଟ ସବୁ ଜଳାଇ ଚାଲିଯାଆନ୍ତି । ଗତ ସେପ୍ଟେମ୍ବର ୧୯ ତାରିଖ ଉକ୍ତ କର୍ମଚାରୀ ସକାଳୁ ଲାଇଟ ଲିଭାଇକୁ ଆସି ଜଲେଜର ତାଲା ଭଙ୍ଗାଯାଇଥିବାର ଦେଖି କଲେଜର ଅଧ୍ୟକ୍ଷା ଶ୍ରୀମତୀ ସୁଶାନ୍ତ ପ୍ରଧାନଙ୍କୁ ଟେଲିଫୋନ ଯୋଗେ ଅବଗତ କରାଇଥିଲେ। ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଏ ସମ୍ପର୍କରେ କେସିପୁରଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଜଲେଜଟି ୧୮ ନଂ ଜାତୀୟରାଜପଥ ପାର୍ଶ୍ବରେ ଅବସ୍ଥିତଥିବାରୁ ଚୋରମାନେ ସଦର ଫାଟକ ପଟୁ କଲେଜ .ଭିତରକୁ ପଶି କଲେଜକୁ ଲାଗିଥିବା ଜଙ୍ଗଲ ପଟୁ ବାଡକାଟି ଭିତରକୁ ପଶିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭକରି ଏହି ଚୋରିରେ ଲୋକାଲ ଚୋରଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରିଥିଲା । ଯେତିକି ସାମଗ୍ରୀ ଲୁଟ କରିଛନ୍ତି ସେଥି ନିମନ୍ତେ ୪ଚକିଆଯାନର ବ୍ୟବହାର କରିବା ସହିତ ଏହି ଚୋରିରେ ପଡୋଶୀ ଜିଲାର କିଛି ପୁରୁଣାଚୋରଙ୍କ ସମ୍ପୃକ୍ତି ଥାଇପାରେ ବୋଲି ପୁଲିସ ଅନୁମାନ କରୁଥିଲେ ମଧ୍ୟ ଅଦ୍ୟାବ ସେମାନଙ୍କ ସନ୍ଧାନ ପାଇପାରିନାହିଁ । କଲେଜର ଅଧ୍ୟକ୍ଷା ସୁଶାନ୍ତ ପ୍ରଧାନ କହନ୍ତି ବହୁ କଷ୍ଟରେ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତାରେ କଲେଜ ନିମନ୍ତେ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ସହିତ ବିଶେଷଭାବେ ପାନୀୟଜଳର ସୁବିଧା କରିଥିଲେ ମାତ୍ର ଚୋରମାନେ ଅନ୍ୟ ସାମଗ୍ରୀ ସହିତ ବରୋୱେଲ ମଟରକୁ ମଧ୍ୟ ଚୋରି କରିନେଇ ଯାଇଥିବାରୁ ଯେଉଁ ଜଳକଷ୍ଟକୁ ସେହି ଜଳକଷ୍ଟ ଭୋଗ କରିବାକୁ ପଡୁଛି ବୋଲି ପ୍ରକାଶ କରିଥିଲେ । ତଥାପି ଚୋରର ସନ୍ଧାନ ମିଳିଯିବ ବୋଲି କେସିପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରିକା ରଣଜିତ ପ୍ରକାଶ କରିଛନ୍ତି ।
ଚୋରି ଘଟଣାର ମାସେ ପୂରିଲା, ପୋଲିସର ହାତ ଖାଲି
|
November 2, 2020 |