ଚୋରା ଗାଡି ଧରିବାକୁ ଯାଇ ହେଲେ ହଟହଟା

Spread the love
  •  
  •  
  •  
  •  
  •  

ପୁରୀ, 18.01.2021(ସନ୍ଧାନ ନିଉଜ୍): ପୋଲିସକୁ ଆକ୍ରମଣ  ଚୋରାଗାଡ଼ି ଧରିବାକୁ ଯାଇ ହଟହଟା ହେଲା ପୋଲିସ ।  ପୁରୀ କୁମ୍ଭାରପଡ଼ା ଟାଉନଥାନା ଅଞ୍ଚଳରେ ଘଟଣା ଘଟିଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖବର ଅନୁଯାୟୀ. କୁମ୍ଭାରପଡ଼ା ଥାନା ଅଞ୍ଚଳର ପୋଲିସ ଚୋରା ଗାଡ଼ି ଧରିବାକୁ ଯାଇଥିଲା । ତେବେ ପୋଲିସ ଗାଡିଟି ଚୋରା କି ନୁହେଁ ଯାଞ୍ଚ କରୁଥିବା ସମୟରେ ଆଇଆଇସି ଏବଂ ତାଙ୍କ ଟିମ୍‌କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ଓ ସାହି ଲୋକ ସାମିଲ ଥିବା ସୂଚନା ରହିଛି । ସେପଟେ ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Related Posts

About The Author

Add Comment