ବାଲେଶ୍ଵର ୨୫/୮/୨୦(ଲିଙ୍ଗରାଜ ପଣ୍ଡା):-କରୋନା ସଂକ୍ରମଣନେଇ ଜିଲ୍ଲାରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଆମେରିକାଭଳି ଅନ୍ୟ ଦେଶରେ ଲୋକେ ବାଟଘାଟରେ ମରି ଯାଉଥିବାର ଦୃଶ୍ୟ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ଦେବା ଭଳି ଜିଲାରେ ସେଭଳି ପରିସ୍ଥିତି ଉପୁଜିଛି । ଜିଲା ପ୍ରଶାସନ ତଥା ସ୍ବାସ୍ଥ୍ୟ ବିଭାଗ ନିଜେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ସାଧାରଣ ଲୋକଙ୍କ କଥା ଶୁଣିବାକୁ କେହି ନାହାନ୍ତି। ଫୋନ କଲେ ଜିଲାପାଳଙ୍କଠାରୁ ଆରମ୍ଭ କରି କୌଣସି ଅଧୁକାରୀ ଫୋନ ଉଠାଉ ନାହାନ୍ତି । ଆଉ ଜିଲା ମୁଖ୍ୟ ଚିକିତ୍ସାଳୟର ଅଧିକାଂଶ ପ୍ରମୁଖ ଅଧୁକାରୀ କରୋନା ଆକ୍ରାନ୍ତ ହୋଇ ସଙ୍ଗରୋଧରେ ରହିଛନ୍ତି ନହେଲେ କେଉଁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କରୋନା ସଂକ୍ରମିତ ରୋଗୀଙ୍କୁ ସାଧାରଣ ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀମାନେ ଛୁଉଁ ନଥିବା ଅଭିଯୋଗ ହେଉଛି । ଫଳରେ କରୋନା ସଂକ୍ରମିତ ରୋଗୀ ଛଟପଟ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । ଆଉ ପରିବାର ଲୋକେ କେବଳ ଆତ୍ମୀୟଙ୍କର ମୃତ୍ୟୁ ଦେଖୁବା ଛଡ଼ା ଆଉ କିଛି କରିବାର ଯୁ ରହୁ ନାହିଁ । ଏହାକୁ ନେଇ ଜିଲ୍ଲାରେ ଏବେ ଭୟଙ୍କର ପରିସ୍ଥିତି ଉପୁଜିଥିବା ବେଳେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ବିଶେଷ କରି ଜିଲାରେ ଚିକିତ୍ସା ପାଇଁ ରହିଥିବା ଜ୍ୟୋତି ହସପିଟାଲରେ ଆଉ ବେଡ଼ ଫାଙ୍କା ନାହିଁ କି ନୋସିରେ ବି କୌଣସି ବେଡ଼ ଫାଙ୍କା ନାହିଁ । ଯେଉଁଥ୍ୟ ପାଇଁ ‘ରୋଗୀଙ୍କୁ ଯେଉଁଠିକି ଚାହୁଁଛି ନେଇ ଯାଅ, ଯାହା କରିବା କର ବୋଲି କହୁଛନ୍ତି ଜିଲା ସ୍ବାସ୍ଥ୍ୟ ବିଭାଗରେ ବଳକା ରହିଥିବା କର୍ମଚାରୀମାନେ ।
ଶନିବାର ଦିନ ଘଟିଥିବା ଦୁଇଟି ଘଟଣା କରୋନାର ଭୟାବହତା ସମ୍ପର୍କରେ ବେଶ ସ୍ପଷ୍ଟ ଭାବେ ସୂଚନା ଦେଉଛି । ଆଉ କରୋନା ଚିକିତ୍ସା ପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କାର କାର୍ଯ୍ୟକାରିତା ମଧ୍ୟ ଜଣେଇ ଦେଉଛି । ସକାଳେ ରେମୁଣାର ଦୁଲାଲ ଚାନ୍ଦଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ତାଙ୍କର ହୃଦୟ ସମ୍ପର୍କିତ ରୋଗ ସହିତ ଅନ୍ୟ ରୋଗ ମଧ୍ୟ ରହିଥିଲା । ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନା ଅଣା ଯାଇଥିଲା । ପରୀକ୍ଷାରେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା । ଫଳରେ କେହି ତାଙ୍କୁ ଆଉ ଚିକିତ୍ସା କରିବା ତ ଦୂରର କଥା ଦେଖୁବାକୁ ବି ଆସିଲେ ନାହିଁ । ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଙ୍କୁ ଟିକେ ଦେଖୁବା ପାଇଁ ଯେତେ ନେହୁରା ହେଲେ ବି କେହି ଶୁଣି ନଥିଲେ । ଜିଲାପାଳଙ୍କ ସମେତ ଜିଲା ପ୍ରଶାସନର ସମସ୍ତ ଅଧୁକାରୀ ଫୋନ ଉଠାଇ ନଥିଲେ। ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ବି କିଛି ଶୁଣି ନଥିଲେ । ମୁଖ୍ୟ ଚିକିତ୍ସାଳୟରେ ଅକସିଜେନ ନାହିଁ କି ବେଡ଼ ନାହିଁ ମନା କରିବା ସହିତ ଜ୍ୟୋତିରେ ମଧ୍ୟ ବେଡ଼ ନଥିବା କହିଥିଲେ। ୩ ଘଣ୍ଟା ଏପଟ ସେପଟ ହେବା ପରେ କେହି ନଶୁଣିବାରୁ ଶେଷରେ କାନ୍ଦି କାନ୍ଦ ହୋଇ ପରିବାର ଲୋକେ ଡାକ୍ତର ଗିରିଙ୍କଠାରୁ ମେଡ଼ିସିନ ଲେଖାଇ ଘରକୁ ନେଇ ଆସିଥିଲେ । ହେଲେ ଘରକୁ ନେଇ ଆସିବାର କିଛି ସମୟ ଭିତରେ ଦୁଲାଳଙ୍କର ମୃତ୍ୟୁ ହୋଇ ଯାଇଥିଲେ ।
ସେହିପରି ୧୮ ତାରିଖରେ ରେମୁଣା ଅଞ୍ଚଳର ଚନ୍ଦ୍ରଶେଖର କମିଳା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ତାଙ୍କର ଉଚ୍ଚ ରକ୍ତଚାପ ସହ ମଧୁମେହ ରୋଗ ରହିଥିଲା । ଚିକିତ୍ସା କରି ଘରକୁ ନେଇ ଆସିବା ପରେ ଦେହ ପୁଣି ଖରାପ ହେବାରୁ ୨୧ ତାରିଖରେ ଡାକ୍ତରଖାନା ନେଇଥିଲେ। ରାତିରେ କରୋନା ସଂକ୍ରମିତ ହୋଇଥିବାରୁ ଜୋତି ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେହି ରାତିରେ ତାଙ୍କୁ ଡାକ୍ତରଖାନା କର୍ତ୍ତୁପକ୍ଷ ତାଙ୍କୁ ମୃତ ଘୋଷଣା କରିବା ସହ ପରିବାର ଲୋକଙ୍କୁ ଖବର ଦେଇ ଦେଇଥିଲେ । ସରକାରୀ ଭାବେ ତାଙ୍କର ଶବକୁ ପୋଡ଼ି ଦିଆଯାଇଥିଲା । ତେବେ ମୃତ ଚନ୍ଦ୍ରଶେଖରଙ୍କ ପତ୍ନୀଙ୍କୁ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରିବା ସହ ପରୀକ୍ଷା ପାଇଁ ସକାଳୁ ଅପରାହ୍ନ ୩ଟା ଯାଏ ଜ୍ୟୋତି ହସପିଟାଲରେ ହିଁ ରଖୁଥିଲେ । ସ୍ଵାମୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ପଡ଼ିଥିବା ପତ୍ନୀ ହସପିଟାଲରେ ପଡ଼ିଥିଲା ବେଳେ ଛୋଟଛୋଟ ପିଲାମାନେ ଜ୍ୟୋତି ହସପିଟାଲ ଗେଟ ବାହାରେ ସେମିତି ଭୋଗରେ ଆଉଟୁପାଉଟୁ ହୋଇଥିଲେ ।
ଏଭଳି ପରିସ୍ଥିତି ବାରମ୍ବାର ଉପୁଜୁଥିବାରୁ ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଷୋଭ ପ୍ରକାଶ ପାଇଛି । ଏନେଇ ଏକ ପ୍ରେସ ବିବୃତିରେ କମିଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ସାଧାରଣ ସମ୍ପାଦକ ନିରଞ୍ଜନ ପରିଡ଼ା ଏନେଇ ଲିଖୁ ଭାବେ ଜଣାଇଛନ୍ତି ଯେ ଦୁଲାଲ ଚାନ୍ଦଙ୍କ ମୃତ୍ୟୁ ପ୍ରଶାସନିକ ଅବହେଳାର ଉଦାହରଣ। କରୋନା ମହାମାରୀକୁ ମୁକାବିଲା କରୁଥିବା ଡାକ୍ତରମାନେ ଯଦି ରୋଗୀମାନଙ୍କୁ ଚିକିତ୍ସା ଦେବାରେ ଅବହେଳା କରିବେ ଓ ସେଥିପାଇଁ ରୋଗୀମାନଙ୍କର ମୃତ୍ୟୁ ହେବ, ହେବ, ତେବେ ସରକାରୀ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କର ଭରସା ତୁଟିଯିବ। ଏହି ଘଟଣାରେ ସରକାରୀ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନକମିଟି ଉଦବେଗ ପ୍ରକାଶ କରିବା ସହ ଏମିତି ଘଟଣାର ପୁନରାବୃତ୍ତି ହେଲେ ନ କମିଟି କରୋନା କଟକଣାକୁ ଉଲ୍ଲଘନ କରି ନ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।