ଯାଜପୁର , ୨୯/୧୧ (ସନ୍ଧାନ ନିଉଜ) : ଚଳିତ ବର୍ଷ ଜିଲ୍ଲାରେ ରେକର୍ଡ ପରିମାଣର ଖରିଫ ଧାନ ଅମଳ ହେବ । କୃଷି ବିଭାଗର ଆକଳନ ମୁତାବକ, ଜିଲ୍ଲାରେ ଚଳିତ ବର୍ଷ ଅତି କମ୍ରେ ୨ ଲକ୍ଷ ୭୪ ହଜାର ୧୮୬ ମେଟ୍ରିକ୍ ଟନ୍ ଧାନ ଅମଳ ହେବାର ସମ୍ଭାବନା ରହିଛି । ଏଥି ମଧ୍ୟରୁ ୧ଲକ୍ଷ ୮୩ ହଜାର ୭୦୫ ମେଟ୍ରିକ୍ ଟନ୍ ଧାନ ବଳକା ରହିବ । ଆଜି ଜିଲ୍ଳା ଜାତୀୟ ଧାନ ସଂଗ୍ରହ କମିଟି ବୈଠକରେ ଜିଲ୍ଲା ପ୍ରଶାସନ ୧୨୨ ଗୋଟି ପ୍ରାଥମିକ କୃଷି ସମବ୍ୟୟ ସମିତି ଓ ୧୮ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ୮୦ ହଜାର ୧୪୭ ମେଟ୍ରିକ୍ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ରଖିଛି ।
ଜିଲ୍ଲା ପ୍ରଶାସନର ଧାନକିଣା ପ୍ରକ୍ରିୟାକୁ ସମୀକ୍ଷା କଲେ ଏହା ସ୍ପଷ୍ଟ ହେବ ଯେ, ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଭିଯାନକୁ ଧାନ କ୍ରୟ ବେଳେ ଗୁରୁତ୍ୱ ମିଳିନାହିଁ । ଯୋଡିକୁ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ଆଗ୍ରହ ପ୍ରକାଶ କରିପାରିନାହିଁ । ରାଜ୍ୟ ସରକାର ଚଳିତ ବର୍ଷ ମିଶନ ଶକ୍ତି ଅଭିଯାନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ଧାନକ୍ରୟ କରିବାକୁ ଘୋଷଣା କରିଥିଲେ । ଯାଜପୁର ଜିଲ୍ଲାଭଳି ସଚେତନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ମାତ୍ର ୧୮ ଗୋଟି ଏସ୍ଏନଜିକୁ ଧାନକିଣା ପ୍ରକ୍ରିୟାରେ ସାମିଲ କରି ନିଜର ଅପାରଜାକୁ ପ୍ରମାଣିତ କରିଛି ।
ଦ୍ୱିତୀୟତଃ, ଜିଲ୍ଲା ପ୍ରଶାସନ ନିଜେ ସ୍ୱୀକାର କରିଛି ଯେ, ଚଳିତ ବର୍ଷ ଧାନ ଅମଳ ହେବ । ଜିଲ୍ଲାରେ ମୋଟ ୧ ଲକ୍ଷ ୮୩ ହଜାର ମେଟ୍ରିକ୍ ଟନ୍ ଧାନ ନିଶ୍ଚିନ୍ତ ବଳକା ରହିବ । କିନ୍ତୁ ଧାନ କିଣିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ପ୍ରସ୍ତୁତ କରିବାବେଳେ ଜିଲ୍ଲା ପ୍ରଶାସନ ମାତ୍ର ୮୦ ହଜାର ୧୪୭ ମେଟ୍ରିକ୍ ଟନ୍ ଧାନ କିଣିବାକୁ ପ୍ରସ୍ତୁତି ଚଳାଇଛି । ସୁତରାଂ, ଧାନକିଣା ପ୍ରକ୍ରିୟା ଆରମ୍ଭରୁ ହିଁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି ଯେ, ଚାଷୀଙ୍କଠାରୁ ଲକ୍ଷାଧିକ ମେଟ୍ରିକ୍ ଟନ୍ ଧାନ କିଣିବାକୁ ସରକାର ସମର୍ଥ ହେବେ ନାହିଁ । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାଷୀଙ୍କ ବଳକା ଧାନକୁ ବେପାରୀ ସରକାରୀ ଦରଠାରୁ କମ୍ ମୂଲ୍ୟରେ ଗାଁ ଗଣ୍ଡାରୁ ଗୋଟେଇ ନେବେ । ସରକାର ଧାନମଣ୍ଡି ଖୋଲିବା ବେଳକୁ ବେପାରୀଙ୍କ ଧାନକୁ ସରକାର କିଣି ଚାଷୀ ବଦଳରେ ବେପାରୀଙ୍କୁ ହିଁ ।
ଚଳିତ ବର୍ଷ ସରକାର ପୂର୍ବବର୍ଷ ଅପେକ୍ଷା କ୍ୱିଂଟାଲ ପିଛା ୬୫ ଟଙ୍କା ଧାନ ଦର ବଢ଼ାଇଛନ୍ତି । ଏହି ବର୍ଦ୍ଧିତ ଦରକୁ ମିଶାଇ ଚାଷୀଙ୍କଠାରୁ ସରକାର ଧାନ କିଣିଲେ କ୍ୱିଂଟାଲ ପିଛା ୧୮୧୫ ଟଙ୍କାରୁ ୧୮୩୫ ଟଙ୍କା ପର୍ଯ୍ୟନ୍ତ ମୁଲ୍ୟ ପାଇପାରିବେ । ଗାଁ ଗଣ୍ଡାରୁ ଚାଷୀଙ୍କଠାରୁ ବେପାରୀ କ୍ୱିଂଟାଲ ପିଛା ୧୪ ଶହ ଟଙ୍କାରେ ଧାନ କିଣି ସରକାରଙ୍କୁ ୧୮ ଶହ ଟଙ୍କାରୁ ଅଧିକ ଦରରେ ବିକ୍ରି କରିବାକୁ ମସୁଧା କରୁଛନ୍ତି । ସରକାର ମଧ୍ୟ ଜାଣିଶୁଣି ବେପାରୀଙ୍କ ପାଇୁଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରି ମଧ୍ୟ ୩୨ ହଜାରରୁ ଅଧିକ ଧାନଚାଷୀଙ୍କ ପାଇଁ ଅଭାବୀ ବିକ୍ରିର ବାଟ ଫିଟାଇ ଦେଇଛି । ଚାଷୀଙ୍କୁ ଏଫଏନୁ୍ୟ (ସାଧାରଣ) ମାନର ଧାନ ନାଁରେ ଧାନକିଣା କେନ୍ଦ୍ରରେ ଶୋଷଣ କରାଯାଉଛି । ଚାଷୀ ଶୁଖିଲା, ପରିଷ୍କାର, ସମରଂଜା, ସମଆକାର ଓ ଏକ କିସମ ଧାମ ଆଣି ମଣ୍ଡିରେ ବିକ୍ରି କରିବାକୁ ଆଗେଇ ଆସୁଥିବା ବେଳେ , , ଯୋଗାଣ ବିଭାଗ ଅଧିକାରୀ, ପାକ୍ସ କତୃପକ୍ଷ ଏହାକୁ ନିକୃଷ୍ଟମାନର ଆଖ୍ୟା ଦେଇ ଦର କାଟି ଦେଉଛନ୍ତି । ଏ ସମ୍ପର୍କରେ ଜିଲ୍ଳା ପ୍ରଶାସନ ଚଳିତ ବର୍ଷ ଦୃଷ୍ଟି ଦେବାକୁ ଚାଷୀକୁଳ ଦାବି କରିଛନ୍ତି ।
ଖରିଫ ଧାନ ଅମଳ ପରିସଂଖ୍ୟାନ
ବ୍ଲକ୍ / ପାକ୍ସସଂଖ୍ୟା ଚାଷୀସଂଖ୍ୟା ଧାନ ଅମଳ (ଲକ୍ଷ୍ୟ)
(ମେଟ୍ରିକ୍ ଟନ୍)
୧୩ ୨୦୨୫ ୧୨୦୭୯.୮୩
୩୫୯୫୭.୬୧
ଧର୍ମଶାଳା ୧୩ ୨୦୩୫ ୩୨୯୮୫.୮୧
ଯାଜପୁର ୧୩ ୩୧୯୫ ୨୫୨୩୩.୯୦
ସୁକିନ୍ଦା ୦୬ ୧୩୮୩ ୧୭୯୩୯.୨୦
ଦାନଗଦୀ ୬ ୧୩୮୩ ୧୫୪୨୮.୮୨
ରସୁଲପୁର ୧୧ ୧୬୦୫ ୧୧୭୭୯.୫୮
କୋରେଇ ୧୭ ୬୯୫୯ ୫୦୩୫୯.୪୯
ବ୍ୟାସନଗର ୧ ୬୪ —
ଡିିିଏମଏଫ୍ ପାଣ୍ଡି ପରିଚାଳନା ଉଦ୍ବେଗଜନକ
ଆଦାୟ ହୁଏ, ଖର୍ଚ୍ଚ ହୁଏନା
ଯାଜପୁର ୧୬/୧୧ (ନ:ବୁ୍ୟ) : ରାଜ୍ୟ ସରକାର ୫ଟି ଶାସନ ସୂତ୍ରରୁ କାର୍ଯ୍ୟକାରୀ କରୁଛନ୍ତି । ବଡବଡ ସାଫଲ୍ୟତା ହାସଲ ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାରୀ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ୫ମାସ ତଳୁ ବିଭାଗୀୟ ଅଧିକାରୀଙ୍କୁ କଡା ନିଦେ୍ର୍ଦଶ ଦେଇଛନ୍ତି । ଯାଜପୁର ଜିଲ୍ଲାରେ ସରକାରଙ୍କ ଟିପ୍ସ ପ୍ରକଳ୍ପ ନିର୍ମାଣ ଓ ଆର୍ଥିକ ପରିଚାଳନା ଦାୟିତ୍ୱରେ ରହିଥିବା ଅଧିକାରୀ ଗୁରୁତ୍ୱ ଦେଇ ନଥିବାର ସବତ୍ର ଦେଖିବାକୁ ମିଳୁଛି । ଜିଲ୍ଲା ଖଣିଜ ପାଣ୍ଠିର ପ୍ରକଳ୍ପ ନିର୍ମାଣ, ପାଣ୍ଠି, ପରିଚାଳନାକୁ ସମୀକ୍ଷା କଲେ, ସରକାରଙ୍କ ୫-ଟି ଶାସନ ସୂତ୍ର କିଭଳି ଜିଲ୍ଲା ପ୍ରଶାସନକୁ ପ୍ରଭାବିତ କରି ପାରୁ ନାହିଁ ତାହା ସ୍ପଷ୍ଟ ହେବ ।
୫ଟି ଆର୍ଥିକ ବର୍ଷରେ ଯାଜପୁର ଜିଲ୍ଲା ଖଣିଜ ପାଣ୍ଠି ପାଇଁ ୮୭୦ କୋଟି ଟଙ୍କା ଆଦାୟ ହୋଇଛି । ଏଥି ମଧ୍ୟରୁ ମାତ୍ର ଖର୍ଚ୍ଚ ହୋଇଛି ୨୧୯ କୋଟି ଟଙ୍କା । ——–୨୭୦୮ ଗୋଟି ପ୍ରକଳ୍ପ ମଧ୍ୟରୁ ନିର୍ମାଣ ସରିଛି ମାତ୍ର ୯୪୦ ଗୋଟି ପ୍ରକଳ୍ପ । ସହସôାଧିକ ପ୍ରକଳ୍ପ ଭୂଇଁରୁ ଉଠି ପାରୁ ନଥିବା ବେଳେ ପାଖାପାଖି ୬୫୦ କୋଟି ଟଙ୍କାର ଡିଏମଏଫ୍ ପାଣ୍ଠି ବିଭିନ୍ନ ବିଭାଗ ଦ୍ୱାରା ବ୍ୟାଙ୍କରେ ଜମା ରଖାଯାଇଛି । ୫ବର୍ଷ ମଧ୍ୟରେ ଜିଲ୍ଲାରେ ଡିଏମଏଫ୍ ପାଣ୍ଠିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବିନିଯୋଗ କରିବା ସହ ଖଣି ପ୍ରଭାବିତ ଅଂଚଳରେ ପରିବେଶ, ଜୀବିକା, ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସୁରକ୍ଷା ନିମନ୍ତେ ସରକାର ଗୁରୁତ୍ୱ ଦେବାକୁ ଡିଏମଏଫ୍ ଗଠନ ବେଳେ ଲକ୍ଷ୍ୟ ରଖାଯାଇଥିଲା । ଇତି ମଧ୍ୟରେ ଜିଲ୍ଲା ଖଣିଜ ପାଣ୍ଠିର ପ୍ରଶାସନିକ ଖର୍ଚ୍ଚ ୨ କୋଟି ୩୩ ଲକ୍ଷ ଟଙ୍କା ହୋଇଥିବାର ହିସାବ ଦିଆଯାଇଥିବା ବେଳେ ପ୍ରକଳ୍ପରେ ଖର୍ଚ୍ଚ ହିସାବ ଅତ୍ୟନ୍ତ ନୈରାଶ୍ୟ ଜନକ ରହିଛି ।
ଡିଏମଏଫ୍ ପାଣ୍ଠିର ପରିଚାଳନା ପାଇଁ ବାର୍ଷିକ ବହୁ କୋଟି ଟଙ୍କା ଦରମା ନେଇ ——– ସଂସ୍ଥା କାର୍ଯ୍ୟ କରୁଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତ୍ୟକ୍ଷ ନିଦେ୍ର୍ଦଶ କ୍ରମେ , ବ୍ଲକ୍ ପ୍ରଶାସନ ଓ ଲାଇନ୍ ଡିପାର୍ଟମେଂଟ ଗୁଡିକ ଡିଏମଏଫ୍ ପାଣ୍ଠିର ଖର୍ଚ୍ଚ ଦାୟିତ୍ୱ ନେଇଛି । ଏକ ଜୁମ୍ବୋ କାର୍ଯ୍ୟନ୍ୱୟନ ସଂସ୍ଥା ଡିଏମଏଫ୍ ପାଣ୍ଠି ପରିଚାଳନାର ଦାୟିତ୍ୱ ନେଇଥିବା ବେଳେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନ ପାରିବା ଘଟଣା ଉଦ୍ବେଗଜନକ ଘଟଣା । ଏଯାବତ୍ ୯୯୬ ଗୋଟି ପ୍ରକଳ୍ପ ନିର୍ମାଣ ବି ହୋଇପାରୁନି । ୭୭୧ ଗୋଟି ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି । ଡିଏମଏଫ୍ ପାଣ୍ଠିରେ ଉଚ୍ଚ ଅଗ୍ରାଧିକାର ପ୍ରକଳ୍ପ ତାଲିକାରେ ପାନୀୟ ଜଳ, ଆବାସ, ଦକ୍ଷତାବିକାଶ, ପରିମଳ, ଅପହଂଚ ଇଲାକାକୁ ରାସ୍ତା, ଜୀବିକା ସ୍ଥାନିତ ହୋଇଛି । ଏସମସ୍ତ ବିଭାଗରେ ଜିଲ୍ଲା ଖଣିଜ ପାଣ୍ଠି ଦ୍ୱାରା ୧୬୮୫ ଗୋଟି ପ୍ରକଳ୍ପ ହାତକୁ ନିଆଯାଇଛି । ସମ୍ପୃକ୍ତ ପ୍ରକଳ୍ପ ନିମନ୍ତେ ୧୯୨ କୋଟି ଟଙ୍କା ବରାଦ ହୋଇଥିବା ବେଳେ ମାତ୍ର ୯୨ କୋଟି ଟଙ୍କା ବିନିଯୋଗ ହୋଇପାରିଛି । ସର୍ବୋପରି ଉଚ୍ଚ ଅଗ୍ରାଧିକାର ପ୍ରକଳ୍ପରୁ ୪୦୭ ଗୋଟି ସମ୍ପୂର୍ଣ୍ଣ ହୋଇଛି ଓ ୧୨ରୁ ଅଧିକ ପ୍ରକଳ୍ପ ଭୂଇଁରୁ ଉଠି ପାରୁନି ।