ଚାନ୍ଦପୁର ଗ୍ରାମର କଲେଜ ଛାତ୍ର ବ୍ରାହ୍ମଣୀ ନଦୀରେ ନିଖୋଜ

Spread the love

ଯାଜପୁର ସଦର,ସନ୍ଧାନ ନ୍ୟୁଜ: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଗ୍ରାମର ତିନି ଜଣ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ, ଦୁଇ ଜଣ ସାଙ୍ଗ ଉଦ୍ଧାର ହୋଇ ମେଡିକାଲରେ ଚିକିତ୍ସା ହେଉଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରହ୍ମବରଦା ଥାନା ନିକଟସ୍ଥ ଚାନ୍ଦପୁର ଗ୍ରାମର ତିନି ଜଣ ଯୁବକ ଆଜି ଦିନ ୧ଘଟିକା ବେଳେ ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ, ଜଣେ କଲେଜ ଛାତ୍ର ନିଖୋଜ ହୋଇଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ସେକ ମୁକତାର ମହମ୍ମଦଙ୍କ ପୁଅ ଜଲାଲ ମହମ୍ମଦ(ବାବୁଲା)୧୮, ସେକ ତପୁଜୁଲଙ୍କ ପୁଅ ସେକ ରଫିକ(୧୮) ଓ ସେକ ପପୁଙ୍କ ପୁଅ ସେକ ସାଦ(୧୮) ଚାନ୍ଦପୁର ମହେଶ୍ୱରପୁର ଗ୍ରାମର ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁ ଘଟିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ସ୍ଥାନରେ ବେନାମି ବାଲିଘାଟ ଚାଲିଥିବା ବେଳେ, ଏହି ସ୍ଥାନରୁ ଶହ ଶହ ବାଲି ଟ୍ରିପ ଚୋରାରେ ଚାଲାଣ କରାଯାଉଥିଲା, ଯାହାକି ୨ଟି ଇନଭଟର ଇକ୍ସାବିତର ଜବତ କରାଯାଇଥିବା ସୂଚନା ମିଳିଚି । ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, +୨ ପଢ଼ୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ୩ଜଣ ଯୁବକ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବାରୁ ନଦୀରେ ବନ୍ୟାଜଣ ପ୍ରଖର ଥିବାରୁ ଦୁଇ ଜଣ ଭାସି ଯାଇଥିଲେ । ଯାଜପୁର ସଦର ବରୁଆଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚ ଦୁଇ ଯୁବକକୁ ଉଦ୍ଧାର କରିଥିବା ବେଳେ, ସେମାନଙ୍କୁ ମେଡିକାଲକୁ ନିଆଯାଇଥିଲା । ଜଣେ କଲେଜ ଛାତ୍ର ନଦୀରେ ନିଖୋଜ ରହିଥିବା ଜଣାଯାଇଚି । ରିପୋର୍ଟ ଲେଖା ହେବା ବେଳକୁ କଲେଜ ଛାତ୍ରର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଚି ।

Related Posts

About The Author

Add Comment