ଯାଜପୁର,୩୧.୫(ସନ୍ଧାନନୁ୍ୟଜ୍/ତ୍ରୈଲୋକ୍ୟନାଥ ନାୟକ):-ଯାଜପୁର ଜିଲ୍ଲାର ବଡଚଣା ବ୍ଲକର ବିଭିନ୍ନ ପାଂଚୟତରେ ପାନୀୟ ଜଳ ସମସ୍ୟା ଏବେ ଉକôଟ ରୁପ ଧାରଣ କରିଛି । ଚଳିତ ଗ୍ରୀଷ୍ମ ପ୍ରଭାବରେ ପାନୀୟଜଳକୁ ମୁଖ୍ୟ ସମସ୍ୟା ଭାବେ ପଂଚାୟତ ସମିତି ବୈଠକରେ ଆଲୋଚନା କରାଯାଇଥିବା ବେଳେ ବିଧାୟକ ଏହାକୁ ଯୁଧ୍ୟ କାଳୀନ ଭିତିରେ ସମାଧାନ କରିବାକୁ ପ୍ରଶାସନକୁ ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ବଡଚଣା ପ୍ରଶାସନ ଏହାକୁ ସମାଧାନ କରିବାରେ ସଫଳ ହୋଇନଥିବା ସ୍ପଷ୍ଟ ବାରି ହୋଇପଡୁଛି । ଖୋଦ୍ ବ୍ଲକ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଚଣ୍ଡିତଳ ପଂଚାୟତର ତେଲିଗଡରେ ପାନୀୟଜଳ ସମସ୍ୟା ଉକôଟ ରୁପ ଧାରଣ କରିଥିବା ଦେଖିବାକୁ ମିଳିଛି । ଏହି ପଂଚାୟତର ତିନୋଟି ସାହିର ମୋଟ ୧ହଜାରରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି । ଏମାନଙ୍କ ପାଇଁ ପାନୀୟଜଳ ମୁଖ୍ୟ ସମସ୍ୟା ସୃଷ୍ଟି କରିଥିବା ବେଳେ ୩ଟି ନୂଳକୂପ ଏବଂ ୨ଟି ଗଭୀର କୂପ ରହିଛି । କିନ୍ତୁ ତାହାକୁ ପାନୀୟଜଳ ଭାବେ ବ୍ୟବହାର କରିବା ଅନୁପଯୋଗୀ ହୋଇପଡିଛି । ଶୁକ୍ଲା ସାହି ଲୋକମାନଙ୍କ ପାଇଁ ଗୋଟିଏ ନଳକୂପ ରହିଥିବା ବେଳେ ଏଥିରୁ ବହୁତ କମ୍ ପାଣି ବାହାରୁଛି ତାହା ମଧ୍ୟ ସମୁଦ୍ରକୁ ସଂଙ୍ଖେ ପରି । ଜଳ ନିମ୍ନଗାମୀ ହୋଇଥିବାରୁ କୂପଟିର ପାଣି ଝରିବାରେ ବ୍ୟଘାତ ସୃଷ୍ଟି ହେଉଛି । ଦାସସାହି ନିକଟରେ ରହିଥିବା ନଳକୂପ ଅଚଳ ଅବସ୍ଥାରେ ରହିଥିବା ବେଳେ କେତକ କୂପ ଏବଂ ନଳକୂପରୁ ଗୋଳିଆ ପାଣି ବାହାରୁଛି । ସେହିପରି ହରିଜନସାହି ବାସିନ୍ଦାଙ୍କ ପାଇଁ ରହିଥିବା ନୂଳକୂପରୁ ଗୋଳିଆ ପାଣି ବାହାରୁଥିବା ବେଳେ କୂପରୁ ମଧ୍ୟ ଅନୁରୁପ ଭାବେ ଅଳ୍ପ ପାଣି ବାହାରିବା ସହ ମାଟିଆ ରଙ୍ଗର ପାଣି ବାହାରୁଛି । ଏହି ଗ୍ରାମରେ ଅନ୍ୟ ଗୋଟିଏ କୂପ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି । ପାନୀୟଜଳ ପାଇଁ ଅନ୍ୟ କୌଣସି ସୁବିଧା ନଥିବାରୁ ଲୋକମାନେ ବାଧ୍ୟ ହୋଇ ଏହାକୁ ବ୍ୟବହାର କରୁଛନ୍ତି । ଏଭଳି ଅବସ୍ଥାରେ ମାତ୍ର ଟୋପାଏ ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ ହେବାକୁ ପଡୁଛି । ତେବେ ପାଣି ପାଇଁ ଗ୍ରାମର ମହିଳା ମାନେ ଏହାକୁ ବ୍ୟବହାର କରୁଥିବା ବେଳେ କେତେକ ସ୍ଥଳେ ଗ୍ରାମର ପୁରୁଷ ମାନେ ଗ୍ରାମ ଠାରୁ ଦୂରରେ ଥିବା ଅନ୍ୟ ଗ୍ରାମମାନଙ୍କରୁ ପାଣି ମଟରସାଇକେଲ କିମ୍ଭା ସାଇକେଲ ଯୋଗେ ପାଣି ଆଣି ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଇଛି । ଅନ୍ୟ ପଟରେ ଏହି ଗ୍ରାମ ପାଇଁ ନୂତନ ନଳକୂପ ଏବଂ ଗଭୀର କୂପ ଖନନ କରିବା ପାଇଁ ପଂଚାୟତ ଏବଂ ବ୍ଲକ ଅଧିକାରୀଙ୍କ ନିକଟରେ ବହୁବାର ଗ୍ରାମର ସୁରେଶ ଚନ୍ଦ୍ର ଶୁକ୍ଳା, ମଧବ ଚନ୍ଦ୍ର ଶୁକ୍ଳା, ମନୋଜ କୁମାର ଶୁକ୍ଳା, ରାମଚନ୍ଦ୍ର ଦାସ, ସୁରେଶ ଦାସ, ଜ୍ଞାନ ରଂଜନ ଦାସ, ମିନତି ମଲିକ, ବାସନ୍ତି ମଲିକ ପ୍ରମୁଖ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାର ସମାଧାନ କରାଯାଇନଥିବା ଅଭିଯୋଗ ହୋଇଛି । ଚଣ୍ଡିଖୋଲ ଜଳଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଚଣ୍ଡିତଳ ପଂଚାୟତରେ ଉକôଟ ପାନୀୟଜଳ ପାଣି ମୁନେ୍ଦ ପାଇଁ ଜୀବନ ଡହଳ ବିକଳ: ପିଇବାକୁ ପଡୁଛି ଗୋଳିଆ ପାଣି: ସୁଦ୍ଧ ପାଣି ପାଇ ଯିବାକୁ ପଡେ କୋଷେ ବାଟ
|
May 31, 2018 |