ଚଣ୍ଡିଖୋଲ: ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

Spread the love

ଚଣ୍ଡିଖୋଲ,୩୦.୮(ସନ୍ଧାନ ନିୟୁଜ): ଚଣ୍ଡିଖୋଲ ବନ ଉପଖଣ୍ଡ ଅଧିନସ୍ଥ ଚଣ୍ଡିମନ୍ଦିର-ମହାବିନାୟକ ରାସ୍ତାର ପିଏନବି ବ୍ୟାଙ୍କ ନିକଟରେ ଦଶ ଫୁଟ ଲମ୍ବର ଅଜଗର ସାପ ରାସ୍ତା ଅତିକ୍ରମ କରୁଥିବା ବେଳେ ଗାଡି ଲାଇଟକୁ ଦେଖି ବ୍ୟାଙ୍କ କଡରେ ଥିବା ଛୋଟ ବୁଦାରେ ପଶିଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଚଣ୍ଡିଖୋଲ ଫରେଷ୍ଟର ଶଶୀକାନ୍ତ ବେହେରାଙ୍କୁ ଖବର ଦେଇଥିଲେ । ବନ ବିଭାଗ ପକ୍ଷରୁ ସ୍ନେକ ହେଲପ ଲାଇନର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ପରେ ବନବିଭାଗ ଅଧିକାରୀ ମାନେ ଉଦ୍ଧାର ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛଡା ଯାଇଥିବା ଜଣାଯାଇଛି ।

Related Posts

About The Author

Add Comment