ଚଣ୍ଡିଖୋଲ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଣଛାତ୍ରଙ୍କ ପାଦୃଭାବ: ପୋଲିସର ଚଢାଉ, ୨୦ ଅଣଛାତ୍ରଙ୍କୁ ଥାନାକୁ ଆଣି ତାଗିଦ

Spread the love
  • 53
    Shares

ବଡଚଣା, ୧୩/୦୭, (ସନ୍ଧାନ ନିୟୁଜ)- ଯାଜପୁର ଜିଲ୍ଳାର ବାବା ଭୈରବାନନ୍ଦ ସ୍ୱଂୟଶାସିତ ମହାବିଦ୍ୟାଳୟରେ କିଛି ଦିନ ହେବ ଅଣଛାତ୍ରଙ୍କ ଅବାଦ ପ୍ରବେଶ ଓ ପାଦୃଭାବ ଯୋଗୁ ଶିକ୍ଷାୟନରେ ଗୁରୁତ୍ୱର ସମସ୍ୟା ଦେଖାଦେବା ସାଙ୍ଗକୁ ଅସାନ୍ତ ବାତାବରଣ ସୃଷ୍ଟି ହେଉଥିଲା । ଯାହା ଫଳରେ କଳେଜରେ ଅଧ୍ୟୟନରତ ଛାତ୍ରୀମାନେ ବିଶେଷ ଭାବେ ପ୍ରଭାବିତ ହେବା ସହ ନିଜକୁ ଅସରୁକ୍ଷିତ ମନେ କରୁଥିଲେ । ଏଥିନେଇ କଳେଜ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ ହେବା ପରେ ଅଧ୍ୟକ୍ଷ ବଡ଼ଚଣା ଥାନାରେ ବୁଧବାର ଦିନ ଏକ ଲିଖିତ ଏତଲା ଦାୟର କରିଥିଲେ । ଅଧ୍ୟକ୍ଷଙ୍କ ଏତଲାକୁ ଭିତି କରି ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ନେଇ ଶୁକ୍ରବାର ଦିନ ଅଚାନକ କଲେଜ ଉପରେ ଚଢାଉ କରିଥିଲେ । ଚଢାଉ ବେଳେ ପ୍ରାୟ ୨୫ରୁ ଉର୍ଦ୍ଧ ଅଣ ଛାତ୍ର କଲେଜ ହତା ଓ ଛାତ୍ରୀ ନିବାସ ନିକଟରେ ଆଡ଼ା ଜମାଉଥିଲା ବେଳେ ପୋଲିସ୍ ସେମାନଙ୍କ ଉପରେ ଚଢାଉ କରିଥିଲା । ଘଟଣା ସ୍ଥଳରୁ କିଛି ଅଣ ଛାତ୍ର ଦୌଡ଼ି ପଳାଇଯାଇଥିଲା ବେଳେ ୨୦ଜଣଙ୍କୁ ପୋଲିସ ଅଟକ ରଖି ସମସ୍ତ ବିଷୟ ପଚରା ଉଚରା କରିବା ପରେ ତାଗିଦ କରି ସେମାନଙ୍କୁ ଛାଡ଼ିଥିବା ଜଣାପଡ଼ିଛି । ଏଥି ସହିତ ଅଣଛାତ୍ର ଅଭିଭାବକମାନଙ୍କ ପୋଲସ ଏ ସମ୍ପର୍କରେ ଅବଗତ କରାଇ ଆଉ ଯେପରି ସେମାନେ କଲେଜ ପରିସରରେ ଏପରି କାର୍ଯ୍ୟ ନକରନ୍ତି ସେଥିପ୍ରତି ଚେତାଇ ଦେଇଥିଲେ । ଅନ୍ୟ ପକ୍ଷରେ କଲେଜ ଭିତରେ ବିନା ୟୁନିଫରମରେ ଥିବା ଛାତ୍ରଛାତ୍ରୀମାନଙ୍କୁ ପୋଲିସ ଓ କଲେଜ କର୍ତ୍ତୁପକ୍ଷ ଡ଼କାଇ ମିଳିତ ଭାବେ ତାଗିଦା କରିବା ସହିତ ଆଉ କୌଣସି ଦିନ ବିନା ୟୁନିଫରମରେ କଳେଜ ନଆସବା ପାଇଁ ସଚେତନ କରାଇଥିଲେ । ପୋଲିସର କଲେଜ ଉପରେ ଏହି ଚଢାଉ ପରେ ଅଣଛାତ୍ରଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅପର ପକ୍ଷ ଏପରି ଚଢାଉ ଅବ୍ୟହାତ ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

  • 53
    Shares

Related Posts

About The Author

Add Comment