ଚଣ୍ଡିଖୋଲ ସବଡିଭିଜନ ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତୃତୀୟ ବୈଠକ

Spread the love
  • 17
    Shares

ଯାଜପୁର, ୧/୬(ସନ୍ଧାନ ନିୟୁଜ୍/ମାନସ ରାଉତ)-ଯାଜପୁର ଜିଲା ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟତା ଦାବୀରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଚଣ୍ଡିଖୋଲସ୍ଥିତ ଦୁର୍ଗା ମଣ୍ଡପ ଠାରେ ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତ ସାହଙ୍କୁ ସଭାପିତ୍ୱରେ ଆହୁତ ବୈଠକରେ ମୋହନ ଜେନା, ପ୍ରହଲ୍ଲାଦ ନନ୍ଦ, କୈଳାସ ଚନ୍ଦ୍ର ରାଉତ, ସମର କେତନ ଲେଙ୍କା, ଧିରେନ୍ଦ୍ର ରାଉତ, ଶିବରାମ ସାହୁ, ଯଚୀନ୍ଦ୍ର ଜେନା, ଈଶ୍ୱର ପରିଡା, ଜ୍ଞାନରଞ୍ଜନ ସାହୁ, ନିରଞ୍ଜନ ବିଶ୍ୱାଳ, ଉଦୟାନଥ ସାହୁ, ଯଚୀନ୍ଦ୍ର ଜେନା, ପ୍ରଦୀପ ଜେନା, ପ୍ରୀତମ ନାୟକ, ଦେବରାଜ ବେହେରା, ବଟକୃଷ୍ଣ ପ୍ରଦାନ, ଶରତ ଚନ୍ଦ୍ର ବଳ, ରମାକାନ୍ତ ରାଉତ, ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ । ଆଗାମୀ ଦିନରେ ଅଂଚଳବାସୀଙ୍କ ଦାବୀ ପ୍ରତି ସରକାରୀ ସ୍ତରରେ ଯଦି କିଛି ପଦକ୍ଷେପ ନିଆନଯିବ କମିଟି ପକ୍ଷରୁ ବିଭିନ୍ନ ଗଣ ଆନେ୍ଦାଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସ୍ଥିର କରାଯାଇଅଛି । ଆସନ୍ତା ୧୦ତାରିଖ କମିଟି ପକ୍ଷରୁ ପରିବର୍ଦ୍ଧିତ ବୈଠକ ଚଣ୍ଡିଖୋଲ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ ।

SHARE PLEASE AND SUBSCRIBED 

  • 17
    Shares

Related Posts

About The Author

Add Comment