ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥରେ ଦୁର୍ଘଟଣା ଜଣେ ମୃତ

Spread the love

ଜେନାପୁର,୧୦/୧୦(ସନ୍ଧାନ ନ୍ୟୁଜ): ୫୩ ନମ୍ବର ଜାତୀୟ ରାଜପଥ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଚଢ଼େଇଧରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହି ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହିତ ଥିବା ସମ୍ପର୍କୀୟ ଭଉଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ମୃତକ ଜଣଙ୍କ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ବଉଳା ଗ୍ରାମର ଅଲେଖ ଦଳାଇ ଓରଫ ପପୁ (୩୨)ବୋଲି ସୂଚନା ମିଳିଛି।ସୂଚନା ଅନୁସାରେ ଅଲେଖ ଜେନାପୁର ଥାନା ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ କଣ୍ଟାପାଟଣା ଗ୍ରାମର ମାମୁଁ ଘରୁ ନିଜ ଗାଁ ବଉଳାକୁ ଫେରୁଥିଲେ। ଅଲେଖ ଏକ ମୋଟର ସାଇକେଲ ଯୋଗେ ନିଜ ମାମୁଁ ଝିଅ ଙ୍କୁ ସାଥିରେ ନେଇ ଯାଉଥିବା ସମୟରେ ଚଢ଼େଇଧରା କଲେଜ ନିକଟରେ ଜାତୀୟ ରାଜପଥ ଉପରେ ଆସୁଥିବା ଏକ ୧୬ ଚକିଆ ଟ୍ରକ ଯାହାର ରେଜିଷ୍ଟ୍ରେସନ ନମ୍ବର ଓଡ଼ି୧୯ ୱାଇ ୨୪୬୬ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ମାମୁଁ ଝିଅ ଛିଟିକି ପଡିବା ସହିତ ଅଲେଖ ସେହି ଗାଡ଼ିର ଆଗ ଚକା ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖରାପ ରାସ୍ତା କାରଣରୁ ନିରୀହ ଲୋକଙ୍କ ଜୀବନ ଯାଉଥିବା କହି ଉକ୍ତ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହିତ ମେଡ଼ିକାଲରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ କରି ପରିବାର କୁ ହସ୍ତାନ୍ତର କରିଥିଲେ

 

Related Posts

About The Author

Add Comment