ଚଣ୍ଡିଖୋଲ , ୧୦/ ୧୦ (ସନ୍ଧାନ ନିୟୁଜ/ମାନସ ରାଉତ) : ଗତ ଦଶହରା ଦିନ ଚଣ୍ଡିଖୋଲ ମାଂସ ମାର୍କେଟ ନିକଟରେ ରାତି ବେଳା ମୋଟର ଯାନ ଯାଞ୍ଚ କରିବା ସମୟରେ ଚଣ୍ଡିଖୋଲ ଟ୍ରାଫିକ ଥାନା ଇନ୍ସପେକ୍ଟର ବିଜୟିନୀ ମଲ୍ଲଙ୍କ ଉପରେ ହୋଇଥିବା ଢେଲା ଆକ୍ରମଣ ଘଟଣାରେ ନେଉଳପୁର ମିଲତ ନଗରର ଦୁଇ ଅଭିଯୁକ୍ତ ସେକ ସରିଫୁଲ ହକ ଓ ସେକ ରିଜୁଆନ ଅଲିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବଡ଼ଚଣା ପୋଲିସ୍ । ପୋଲିସ୍ କହିବାନୁସାରେ ଉଭୟ ଅଭିଯୁକ୍ତ ସେଦିନ ପୋଲିସ ଯାଞ୍ଚ ସମୟରେ ଟ୍ରାଫିକ ଇନ୍ସପେକ୍ଟରଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ଢେଲାମାଡ଼ କରି ଫେରାର ହୋଇ ଯାଇଥିବା କଥା ବି ସେହି ଦୁଇ ଅଭିଯୁକ୍ତ ପୋଲିସ୍ ଆଗରେ କୁଆଡ଼େ ସ୍ୱୀକାର କରିଛନ୍ତି । ମାତ୍ର ନିର୍ଭରଯୋଗ୍ୟ ତଥ୍ଯ ଅନୁସାରେ ଆକ୍ରମଣର ପ୍ରକୃତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ନ ପାରି କୁଆଡ଼େ ଏହି ଦୁହିଁଙ୍କୁ ହିଁ ଗିରଫ କରି ପୋଲିସ ସର୍ବସାଧାରଣରେ ଏଭଳି ଏକ ମନଗଢ଼ା କାହାଣୀ ଉପସ୍ଥାପନ କରିଛି ! ପୋଲିସ୍ କୌଣସି ସମୟରେ ଭୁଲିଯିବା ଉଚିତ ନୁହେଁ ଯେ ବରଂ ଶହେ ଅପରାଧୀ ଛାଡ଼ ପାଇଯା’ନ୍ତୁ-କିନ୍ତୁ ଜଣେ କେହି ନିରପରାଧୀ ଯେମିତି କେବେ ଦଣ୍ଡିତ ନ ହେଉ ! ତେଣୁ ପୋଲିସ୍ ହୁଏତ ଏହି ଘଟଣା ଉପରେ ଆଉ ଟିକେ ଗଭୀର ଅନୁଶୀଳନ କରିବାର ଆବଶ୍ୟକତା ରହିଛି !
ଚଣ୍ଡିଖୋଲ ଟ୍ରାଫିକ ଥାନା ଇନ୍ସପେକ୍ଟରଙ୍କୁ ଢେଲା ମାଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ !
|
October 10, 2019 |
