ଚଣ୍ଡିଖୋଲ ଛକ ଟ୍ରାଫିକ୍ ସମସ୍ୟା: ଲୋକେ ହନ୍ତସନ୍ତ

Spread the love

ଯାଜପୁର,():-

  • ଯାଜପୁର ଜିଲାର ଚଣ୍ଡିଖୋଲ ଛକ ତିନୋଟି ଜାତୀୟ ରାଜପଥର ସଂଯୋଗ ସ୍ଥଳ ଭାବେ ପରିଚିତ ।
  • ପ୍ରତିଦିନ ଏହି ଛକ ଦେଇ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ଯାତାୟତ କରିଥାନ୍ତି ।
  • ଚଣ୍ଡିଖୋଲ ଛକର ଭୈାଗଳିକ ସ୍ଥିତ ଯାହା ସେଥିରେ ଦୁଇ ଚକିଆ ଓ କାର ଆଦି ଗାଡ଼ି ପାର୍କିଂ ପାଇଁ ସେପରି ସୁବିଧା ନାହିଁ । ଫଳରେ ଦୈନଦିନ ଟ୍ରଫିକ୍ ସମସ୍ୟା ଦେଖାଯାଇଛି ।
  • ଛକର ଶେଷ ମୁଣ୍ଡରେ ଆଂଚଳିକ ପରିବହନ କାର୍ଯ୍ୟାଳୟ ଅବସ୍ଥିତ । ପ୍ରତିଦିନ ଗାଡ଼ିର ଫିଟନେସ୍ ପ୍ରମାଣ ପତ୍ର ନିମନ୍ତେ ଶତାଧିକ ଗାଡ଼ି ଏହି କାର୍ଯ୍ୟାଳୟକୁ ଆସିଥାନ୍ତି ।

ସ୍ଥାନ ଅଭାବରୁ ଗାଡ଼ି ଗୁଡ଼ିକ ବହୁତ ସମୟ ଧରି ରାସ୍ତାରେ ଉପରେ ଛିଡ଼ା ହେଉଥିବାର ଦେଖାଯାଇଛି । ଯେଉଁ ରାସ୍ତାରେ ଗାଡ଼ି ଗୁଡ଼ିକ ପାର୍କିଂ କରିଥାନ୍ତି ସେହି ରାସ୍ତା ଦେଇ ଚଣ୍ଡିଖୋଲ ଅଗ୍ନିଶମ ବିଭାଗର ଗାଡ଼ି ଯାତାୟତ କରିଥାଏ । ସ୍ଥାନ ଅଭାବରୁ ଦୁଇ ଚକିଆ ଗାଡ଼ି ଗୁଡ଼ିକ ମଧ୍ୟ ବେପରୁଆ ଭାବେ ଏଣେ ତେଣେ ପାର୍କିଂ ହୋଇଥାଏ । ଫଳରେ ବହୁ ସମୟରେ ଅଗ୍ନିଶମ ଗାଡ଼ି ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହୋଇଥାଏ । ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ କିଛିଦିନ ତଳେ ଜିଲାର ଏକମାତ୍ର ଟ୍ରାଫିକ୍ ଥାନା ଚଣ୍ଡିଖୋଲ ଛକ ନିକଟରେ ପୋଲିସ୍ ମହା ନିଦେ୍ର୍ଦଶକଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଏହି ଥାନାଟି ଜଣେତ୍ଥଥାନାଧିକାରୀ ଓ ୩୭ ଜଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଛି । ଟ୍ରାଫିକ୍ ବ୍ୟବସ୍ଥାକୁ ସୁ-ସଙ୍ଗତ କରିବା ପାଇଁ ଏହି ଥାନାକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି । ମାତ୍ର ଉଦ୍ଘାଟନର ତିନି ମାସ ବିତିଯାଇଥିଲେ ସୁଦ୍ଧା ଟ୍ରାଫିକ୍ ସମସ୍ୟାରେ ସେପରି କିଛି ସୁଧାର ଆସିନଥିବାର ସାଧାରଣରେ ଅଭିଯୋଗ ହେଉଛି । ଖୋଦ୍ ଟ୍ରାଫିକ୍ ଥାନାଧିକାରୀ ଓ ତାଙ୍କର କର୍ମଚାରୀମାନେ ଖାଲି ଦୁଇ ଚକିଆ ଯାନ ଗୁଡିକୁ ଅଟକାଇ ହେଲମେଟ୍ ଚେକିଙ୍ଗ୍ କରିବା ଛଡ଼ା ଟ୍ରାଫିକ୍ ସମସ୍ୟାର ସମାଧାନ ଉପରେ ସେମାନେ ଦୃଷ୍ଟି ଦେଉନାହିଁନ୍ତି ବୋଲି ଅଭିଯୋଗ ହେଉଛି । ଇତି ମଧ୍ୟରେ ଟ୍ରାଫିକ୍ ଥାନାରେ ଥିବା ଥାନାଧିକାରୀଙ୍କ ବଦଳି ହୋଇଥିବାରୁ ନୂତନ ଥାନାଧିକାରୀଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।

Related Posts

About The Author

Add Comment