ଚଣ୍ଡିଖୋଲ କୋର୍ଟରେ ନୁତନ ବିଚାରପତିଙ୍କ ଯୋଗଦାନ

Spread the love
  •  
  •  
  •  
  •  
  •  

ଚଣ୍ଡିଖୋଲ, ୧୬/୫ (ସନ୍ଧାନ ନିୟୁଜ) : ଚଣ୍ଡିଖୋଲ କୋର୍ଟର ନୁତନ ସିଭିଲି ଜଜ୍ (ଜୁନିୟର ଡ଼ିଭିଜନ) ତଥା ଜେଏମ୍ଏଫ୍ସି ଭାବେ ଶ୍ରୀମତୀ ଇପ୍ସିତା ମହାନ୍ତି ଆଜି ଯୋଗଦେଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନୁତନ ବିଚାର ପତିଙ୍କୁ ପାରମ୍ପରିକ ଭାବେ କୋର୍ଟ ବାର ଆସୋସିଏସନ ପକ୍ଷରୁ ବାର୍ ସଭା ଗୃହରେ ସ୍ୱାଗତ ସମ୍ବର୍ଦ୍ଦନା ଦିଆଯାଇଥିଲା । ବାର ଆସୋସିଏସନର ସଭାପତି ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ସଂପାଦକ ଉଦୟନାଥ ସାହୁ ପ୍ରାରମ୍ଭିକ ସୁଚନା ପ୍ରଦାନ କରିବା ସହିତ ବାର୍ ପକ୍ଷରୁ ନୁତନ ବିଚାରପତିଙ୍କୁ ସ୍ୱାଗତ୍ କରିଥିଲେ । ମୁଖ୍ୟ ଅତିଥି ଭାବେ କୋର୍ଟର ସିଭିଲି ଜଜ୍ (ସିନିୟର ଡ଼ିଭିଜନ) ତଥା ସହକାରୀ ଦୈାରାଜଜ୍ ଶ୍ରୀ ବିଷ୍ଟୁ ପ୍ରସାଦ ମିଶ୍ର ଯୋଗଦେଇ ନୁତନ ବିଚାରପତିଙ୍କୁ ସ୍ୱାଗତ୍ କରିବା ସହିତ ବାର୍ ଓ ବେଂଚ୍ ମଧ୍ୟରେ ସୁସଂପର୍କ ରକ୍ଷାକରି କୋର୍ଟ୍ କାର୍ଯ୍ୟକୁ ସୁଚାରୁ ରୁପେ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ଉପସଭାପତି ନିରଂଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ବାର୍ର ସମସ୍ତ କର୍ମକର୍ତା, ସଦସ୍ୟ ଓ ସଦସ୍ୟା ଉପସ୍ତିତ ରହି ନୁର୍ତନ ବିଚାରପତିଙ୍କୁ ସ୍ୱାଗତ କରିଥିଲେ ।

Related Posts

About The Author

Add Comment