ଚଣ୍ଡିଖୋଲରେ ପୁଲିସ ନିଷ୍କ୍ରିୟ:ବଢୁଛି ରାହାଜାନୀ ଓ ଟ୍ରାଫିକ ସମସ୍ୟା

Spread the love

ଯାଜପୁର,୨୪.୬(ସଂନ୍ଧାନ ନିଉଜ):-ଚଣ୍ଡିଖୋଲ ରାଜ୍ୟରେ ଏକ ପ୍ରମୁଖ ବ୍ୟବସାୟିକ ଓ ଗମନାଗମନ କେନ୍ଦ୍ରସ୍ଥଳି ଅଟେ । ଦୈଣିକ ଶହ ଶହ ଲୋକମାନେ ବିଭିନ୍ନ ଅଂଚଳକୁ ୍ୟାତାୟତ ଓ ବ୍ୟବସାୟିକ ତଥା ଅନେକ କାର୍ଯ୍ୟପାଇଁ ଆସିଥାନ୍ତି । ଏହି ଛକଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥ କଡରେ ଅସ୍ଥାୟୀ ବ୍ୟବସାୟୀ ଓ ଗାଡି ପାର୍କିଙ୍ଗ ସମସ୍ୟା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ସେବା ଓ ଅଗ୍ନିଶ୍ରମ ବିଭାଗ ଗାଡି ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଟ୍ରାଫିକ ସମସ୍ୟା ସୁଦ୍ଧାର ଆଣିବା ପାଇଁ ଏଠାରେ ଏକ ଟ୍ରାଫିକ ପୋଷ୍ଟ ବ୍ୟବସ୍ଥା କରାଯାଇଥିଲେ ବି ଏହା ସାଧାରଣ ଲୋକମାନଙ୍କ ସମସ୍ୟା ସମାଧାନରେ ଆସୁନଥିବା ଦେଖାଯାଇଛି । ଚଣ୍ଡିଖୋଲ ଫାଣ୍ଡିଠାରୁ ପ୍ରାୟ ଏକଶହ ମିଟର ଦୂରରେ ଥିବା ଆଂଚଳିକ ପରିବହନ କାର୍ଯ୍ୟାଳୟକୁ ଦୈନିକ ଶହ ଶହ ଲୋକ ନିଜର ଆବଶ୍ୟକ କାର୍ଯ୍ୟପାଇଁ ବିଭିନ୍ନ ଅଂଚଳରୁ ଆସିଥାନ୍ତି । ଗତ କିଛିଦିନ ହେବ କିଛି ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ଫଳରେ ସାଧାରଣ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି । ସେମାନେ କାର୍ଯ୍ୟାଳୟକୁ ଆସୁଥିବା ଅନ୍ୟ ଅଂଚଳର ଲୋକ ଓ ସେଠାରେ କାର୍ଯ୍ୟରତ ଏଜେଣ୍ଡ ମାନଙ୍କ ଠାରୁ ଜୋର ଜବରଦସ୍ତ ସ୍ପଷ୍ଟ ଦିବାଲୋକରେ ଟଙ୍କା ହଡପ କରୁଥିବା ଖବର ଶୁଣିବାକୁ ମିଳୁଛି । ସେମାନେ ସ୍ଥାନୀୟ ଅଂଚଳର ଯୁବକ ହୋଇଥିବାରୁ ଭୟରେ ପୋଲିସକୁ ଖବର ଦେବା କିମ୍ବା ଲିଖିଥ ଅଭି୍ୋଗ କରିବାକୁ କୁଣ୍ଠାବୋଧ କରୁଛନ୍ତି । ଏଠାରେ ପ୍ରଶ୍ନ ଉଠେ ରାତ୍ରିକାଳୀନ ପ୍ରହରା ପାଇଁ ଛକ ଉପରେ ମାଳ ମାଳ ପୋଲିସ କର୍ମଚାରୀ ଗଦା ହେଉଥିବା ବେଳେ ଦିନ ସମୟରେ ସେମିତି କାହାର ଦେଖା ମିଳେ ନାହିଁ । ଏହାର ସୁଯୋଗ ନେଇ ଲୁଟେରା ଓ ଅସାମିକ ତତ୍ୱମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ଚାଲିଛନ୍ତି । ଟ୍ରାଫିକ ସମସ୍ୟା ସୁଧୁରିବା ପାଇଁ ଏବେ ରାସ୍ତା କଡରେ ନୋ ପାକିଁ ହୋଡିଂ ଲଗାଯାଇଥିଲେ ବି ଏହି ନିୟମକୁ କେହି ପାଳନ କରୁନାହାନ୍ତି ଏବଂ ଏଥିପ୍ରତି ପୋଲିସର କୌଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରାଯାଉ ନାହିଁ । ସମସ୍ୟା ଗୁଡିକ ସମାଧାନରେ ବିପଳତା ପାଇଁ ସ୍ଥାନୀୟ ପୋଲିସ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related Posts

About The Author

Add Comment