ଚଣ୍ଡିଖୋଲରେ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ଯାଜପୁର, ୪/୬, (ସନ୍ଧାନ ନିୟୁଜ୍/ମାନସ ରାଉତ) ଶିଶୁକନ୍ୟଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ଓ ଯୌନଶୋଷଣ ବିରୁଦ୍ଧରେ ୟୁନିସେଫ ଓ ରାଜ୍ୟ ଗୃହ ବିଭାଗ ପକ୍ଷରୁ ରାଜ୍ୟ ସାରା ପରିକ୍ରମା କରୁଥିବା ପରୀ ରଥକୁ ଆଜି ଚଣ୍ଡିଖୋଲରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉପଲକ୍ଷେ ‘ପରୀପାଇ କଥାଟିଏ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ରିତା ତରାଇ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଏହାକୁ ଉଦଘାଟନ କରିଥିଲେ ।

ପରିବାର ଓ ଘରର ମୁରବୀ ମା ଚାହିଁଲେ ଶିଶୁ କନ୍ୟା ଏବଂ ନାବାଳିକା ଉପରେ ହେଉଥିବା ଅତ୍ୟାଚାର ବହୁମାତ୍ରାରେ କମି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ଦାସ, ଏସଡିପିଓ କେଦାର ନାଥ ସାହୁ, ବିଡିଓ ଅଜିତ ନାରାୟଣ ପ୍ରସାଦ ଗିରି, ଅଂଚଳିକ ପରିବହନ ଅଧିକାରୀ ଲାଲ ମୋହନ ସେଠୀ, ଜିଲ୍ଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ସୁଙ୍ଗୁଡା ସରପଂଚ ଚାଚାଲିନ୍ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ସୁମତି ବାସ୍କେ, ଶାନ୍ତିପୁର ସରପଂଚ ପ୍ରତିମା ଜେନା, ସୁଙ୍ଗୁଡା ସମିତିସଭ୍ୟ ପ୍ରୀତମ ନାୟକ, ନାଏବ ସରପଂଚ ମସିଲ ଆଲାମ, ବଣିକ ସଂଘ ସଭାପତି କ୍ଷୀରୋଦ ମାହାଲା, ନାରୀନେତ୍ରୀ କିଚିନା ମହାପାତ୍ର, ଆଇନଜୀବି ଦେବରାଜ ବେହେରା, ବ୍ରହ୍ମ କୁମାରୀ ଗିତାଞ୍ଜଳୀ ଭଉଣୀ, ନାରୀନେତ୍ରୀ ମନ୍ଦାକିନୀ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ନାବାଳିକ ମାନଙ୍କ ସୁରକ୍ଷା ଉପରେ ନିଜ ନିଜର ମତ ରଖିଥିଲେ । ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନିଲ କୁମାର ଦାସ ସଭାକୁ ସଂଚାଳନ କରିଥିଲେ । ପ୍ରାରମ୍ଭରେ ଏକ ଭିଡିଓ ମଧ୍ୟମରେ ନାବାଳିକା ମାନଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ ତାହା ଉପରେ ଉପସ୍ଥିତ ଲୋକମାନଙ୍କୁ ସଚେତନତା କରାଯାଇଥିଲା । ବୀଣାପାଣି କଳାପୀଠର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ସଭା ଶେଷରେ ଶିଶୁ କଳାକାର ମାନଙ୍କ ଦ୍ୱାରା ନୃତ୍ୟ,ଗୀତ , ନାଟକ ମଧ୍ୟମରେ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ମହିଳା, ଏନସିସି, ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ବହୁ ସାଧରଣ ଜନତା ଉପସ୍ଥିତ ଥିଲେ । ଏହାକୁ ଚଣ୍ଡିଖୋଲ ପାଣ୍ଡି ଅଧିକାରୀ ନାରାୟଣ ବେହେରା, ସଜୀବ ତାଟୋଇ, ଥାନା ଏସ.ଆଇ ଅନୀତା ସାହୁଙ୍କ ସମେତ ବହୁ ପୋଲିସ କର୍ମଚାରୀ ପରିଚାଳନା କରିବାରେ ସହାୟତା କରିଥିଲେ ।

Related Posts

About The Author

Add Comment