ଚଣ୍ଡିଖୋଲ:ଭାଷଣରେ ସୀମିତ ବିଜୁ ଯୁବବାହିନୀର ପ୍ରଶିକ୍ଷଣ ଶିବିର

Spread the love

ଯାଜପୁର,୧୭.୬(ସଂନ୍ଧାନ ନିଉଜ୍/ମାନସ ରାଉତ):- ଯୁବ ଶକ୍ତିକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁବକ ମାନଙ୍କୁ ଏକତ୍ରୀତ କରିବା ଉଦେଶ୍ୟରେ ଯୁବ ବାହିନୀ ଗଠନ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ ୨୫ଜଣ ଲେଖାଏଁ ୩୫ବର୍ଷରୁ କମ୍ ବୟସର ଯୁବକ ମାନଙ୍କୁ ଏଥିରେ ସାମିଲ କରାଯାଇ । ସରକାରୀ ଯୋଜନାକୁ ଲେକାଭିମୁଖି କରିବା ସହ ସାମଜିକ ସେବାରେ ସ୍ୱଳ୍ପ ବେତନ ପ୍ରଦାନ କରି ସେମାନଙ୍କୁ ନିୟୋଜିତ କରାଯାଇଛି । ଏହା ଏକ ସରକାରୀ ଯୋଜନା ହୋଇଥିବା ବେଳେ ଦଳୀୟଭତ୍ତିରେ ଯୁବକ ମାନଙ୍କୁ ଚୟନ କରାଯାଇ ନିଯୁକ୍ତି ଦିଆଯାଇଛି । ବଡଚଣା ବ୍ଲକ ୪୩ଗୋଟି ପଞ୍ଚାୟତରେ କିଛିଦିନ ତଳେ ନିଯୁକ୍ତ ହୋଇଥିବା ବିଜୁ ଯୁବବାହିନୀର ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଖବର ଦୃଷ୍ଟିକୁ ଆସିଛି । ରବିବାର ଅପରାହ୍ନରେ ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଯୁବ ବାହିନୀର କିଛି ସଦସ୍ୟଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା ।

୧୦୭୫ଜଣଙ୍କୁ ବିଭାଗ ଚୟନ କରିଥିବା ବେଳେ ମାତ୍ର ପ୍ରଶିକ୍ଷଣ ଶିବିରରେ ବିଜୁ ଯୁବବାହିନୀର ନାମକୁ ମାତ୍ର ଅଳ୍ପ ସଂଖ୍ୟକ ଯୁବକ ଓ ଯୁବତୀ ପ୍ରଶିକ୍ଷଣକୁ ଆସିଥିବା ବେଳେ ଏଥିରେ ଦଳୀୟ କର୍ମକର୍ତ୍ତାଙ୍କ ସଂଖ୍ୟା ଢେରଥିବା ଦେଖିବାକୁ ମିଳିଥିଲା । ପ୍ରଶିକ୍ଷଣ ଦେବାକୁ ଆସିଥିବା ରାଜ୍ୟ ଯୁବବାହିନୀର ଆବାହକ ଅରୁପ ପଟ୍ଟନାୟକ,ଯୁବବାହିନୀ ସଂଯୋଜକ ଧରିତ୍ରୀ ଜେନା,ବିଧାୟକ ଅମର ପ୍ରସାଦ ଶତପଥୀ,ଅଧ୍ୟକ୍ଷ ଭାଗ୍ୟଧର ମଲିକ,ବିଡିଓ ଅଜୟ ନାରାୟଣ ପ୍ରସାଦ ଗିରି,ବିଜେଡି ସଭାପତି ଅରବିନ୍ଦ ସାମଲ,ଜିଲା ଯୁବ ବିଜେଡି ସଂପାଦକ ଗଣେଶ୍ୱର ବରାଳ,ଛାତ୍ର ବିଜେଡି ସଭାପତି ଜଚିନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ । ସରକାର ଯୁବକ ମାନଙ୍କୁ ବିଜୁ ଯୁବବାହିନୀରେ ନିଯୁକ୍ତ ଦେଇ ଯେଉଁ ମହତ୍ୱ ଉଦେଶ୍ୟକୁ ସଫଳ ରୂପାୟନ କରିବା ପାଇଁ ଯୋଜନା କରିଛନ୍ତି । ସେ ସମ୍ପର୍କରେ କୌଣସି ବକ୍ତା ଉପାଦେୟ ମନ୍ତବ୍ୟ ନଦେଇ କେବଳ ଦଳୀୟ ଭିତ୍ତିରେ ଭାଷଣବାଜି କରିଥିବା ସଭା ବାହାରେ ଆଲୋଚନାର ଖୋରାକ ଯୋଗାଇଥିଲା ।

Related Posts

About The Author

Add Comment