-
ପୂର୍ନବିଚାର ନହେଲେ ଆନେ୍ଦାଳନକୁ ଓଲ୍ଲାଇବେ ଅଂଚଳବାସୀ
ଯାଜପୁର, (ସନ୍ଧାନ ନିଉଜ୍/ମାନସ ରାଉତ) ଯାଜପୁର ଜିଲ୍ଲାର ପ୍ରମୁଖ ବାଣିଜ୍ୟ ପେଣ୍ଠସ୍ଥଳ ଚଣ୍ଡିଖୋଲକୁ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଷ୍ଟାଡିଙ୍ଗ କମିଟି ରିପୋର୍ଟରେ ସବଡିଭିଜନ ମାନ୍ୟତା ନମଳିବା ଘଟଣା ଏହି ଅଂଚଳବାସୀଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ଏକ ସର୍ବଦଳୀୟ ବୈଠକ ବୁଧବାର ପ୍ରସିଦ୍ଧ ଶୈବପୀଠ ମହାବିନାୟକ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳଙ୍କ ସଂଯୋଜନାରେ ଆୟୋଜିତ ସର୍ବଦଳୀୟ ବୈଠକରେ ବଡଚଣାର ବହୁ ବିଶିଷ୍ଠ ବୁଦ୍ଧିଜୀବି, ରାଜନୈତିକ ବ୍ୟକ୍ତି ବିଶେଷ ଜନସାଧରଣ ଯୋଗଦେଇ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ୨୦୦୨ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଣ୍ଡିଖୋଲ ଜନକଲ୍ୟାଣ ସ୍ଥିତ ହାଇସ୍କୁଲ ପଡିଆଠାରେ ଆୟୋଜିତ ନିର୍ବାଚନୀ ସଭାରେ ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟତା ମିଳିବ ବୋଲି ଅଂଚଳବାସୀଙ୍କ ଆଶ୍ୱସନା ଦେଇଥିଲେ । ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟତା ଦାବି କରି ଅଂଚଳବାସୀଙ୍କ ପକ୍ଷରୁ ୧୯୯୩ ମସିହାରେ ଏକ ଗଣଧାରଣ ଦିଆଯାଇଥିଲା । ଏହା ପୂର୍ବରୁ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ରାଜସ୍ୱ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ନୂତନ କରି ଜିଲ୍ଲା ପ୍ରତିଷ୍ଠା ଉସôବରେ ଚଣ୍ଡିଖୋଲକୁ ସବଡିଭିଜନର ମାନ୍ୟତା ମିଳିବ ନେଇ ପ୍ରତିଶୃତି ଦେଇ ଧାରଣ ପ୍ରତ୍ୟହୃତ କରାଇଥିଲେ । ମାତ୍ର ଏବେ ରାଜସ୍ୱ ବିଭାଗ ପକ୍ଷରୁ ଗଠିତ ଷ୍ଟାଡିଙ୍ଗ କମିଟି ରାଜ୍ୟରେ ୩ଟି ଆରଡିସି କାର୍ଯ୍ୟଳୟ ଏବଂ୧୪ଟି ନୂଆ ସବଡିଭିଜନ ଗଠନ କରିବାକୁ ଘୋଷଣା ହୋଇଥିବା ନେଇ ରାଜସ୍ୱ ପ୍ରମୁଖ ସଚିବ ଡକ୍ଟର ଚନ୍ଦ୍ର ଶେଖର କୁମାର ସୂଚନା ଦେଇଥିବା ବେଳେ ସେଥିରେ ଚଣ୍ଡିଖୋଲର ନାମ ନାହିଁ । ଏକଦା ଚଣ୍ଡିଖୋଲକୁ ସଦର ମହକୁମା ମାନ୍ୟତା ପାଇବା ପାଇଁ ବଡଚଣାବାସୀ ଦାବି ଜଣାଇଥିଲେ ସୁଧା ସରକାରଙ୍କ ଏହା ଉପରେ ଏପ୍ରର୍ଯନ୍ତ ଏହାଉପରେ ଧ୍ୟାନ ଦେଇନାହାନ୍ତି । ସମସ୍ତ ଭିତ୍ତି ଭୂମି ଥାଇ ତିନିଟି ଜାତୀୟ ରାଜପଥର ସଂଯୋଗ ସ୍ଥଳ ହୋଇଥିଲେ ମଧ୍ୟ ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟତା ନମିଳିବାକୁ ନେଇ ବୈଠକରେ ଘୋର ଉଦବେଗ ପ୍ରକାଶ ପାଇଥିଲା । ଯାଜପୁର ଜିଲ୍ଲାର ଶେଷ ଭାଗ ହୋଇଥିବା ବେଳେ ବଡଚଣା ନିର୍ବାଚନ ମଣ୍ଡଳୀ ଠାରୁ ଜିଲ୍ଲା ମୁଖ୍ୟାଳୟର ଦୂରତା ୭୦କିମି ଥିବା ସତ୍ତ୍ୱେ ଚଣ୍ଡିଖୋଲକୁ ସବଡିଭିଜନର ମାନ୍ୟତା ଦିଆନଯିବା ଘଟଣା ଏଭଳି ନିଷ୍ପତ୍ତି ପଛରେ ଉଦେ୍ଦଶ୍ୟ ବୁଝାପଡୁନାହିଁ । ଏହି ବୈଠକରେ ସର୍ବଦଳୀୟ ବହୁ ନେତା ଏବଂ ଜନସାଧରଣ ଏହକୁ ନିନ୍ଦା କରିବା ସହିତ ସରକାର ପୁଣିଥରେ ନିଜର ନିଷ୍ପତ୍ତିକୁ ପୁର୍ନବିଚାର କରିବା ପାଇଁ ଦାବି ଉପସ୍ଥାପନା କରିଥିଲେ । ଏହି ବୈଠକରେ ଏକ ମିଳିତ ସ୍ୱାକ୍ଷର ଅଭିଯାନ କରାଯାଇ ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ ଏବଂ ଜିଲ୍ଲାପାଳଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ସର୍ବ ସମ୍ମତ୍ତି କ୍ରମେ ନିଷ୍ପତ୍ତି ନିଆଗଲା । ଯଦି ଏହା ଉପରେ କୈଣସି କାର୍ଯ୍ୟନୁଷ୍ଠାନ ନ ନିଆଯାଏ ତେବେ ପରବର୍ତ୍ତୀ ବୈଠକରେ ଭବିଷ୍ୟତର ଆନ୍ଦାଳନ ପନ୍ଥା ଆପଣେଇବା ପାଇଁ ସର୍ବସମ୍ମତ୍ତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ପୁର୍ବତନ ସାଂସଦ ମୋହନ ଜେନା, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ, କୈଳାସ ଚନ୍ଦ୍ର ରାଉତ, ନିରଞ୍ଜନ ସାହୁ, ରାଜ୍ୟ ବିଜେପି ମୁଖପାତ୍ର ଅମର ନାୟକ, ରାଜ୍ୟ ମହିଳା ବିଜେପି ସମ୍ପାଦିକ ସୀମନ୍ତୀନି ଜେନା, ବାର ଆସୋସିଏସନ୍ ସଭାପତି ଶରତ ଷଢଙ୍ଗୀ, ବିଜେପି ରାଜ୍ୟ ପରିଷଦ ସଭ୍ୟ ଉଦୟନାଥ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଜୟ ସାମଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାମକାନ୍ତ ରାଉତ, ପ୍ରଭାକର ସାମଲ, ମାନଗୋବିନ୍ଦ ସେଠୀ, ପୂର୍ବତନ ସମିତି ସଭ୍ୟ ସୁରେଶ ସାହାଣୀ, ବ୍ଲକ କଂଗ୍ରେସ ସଭାପତି ଫକିର ମୋହନ ବଳ,ଯୁବ ବିଜେଡି ସଭାପତି ପ୍ରମୋଦ ଜେନା, ପୂର୍ବତନ ସରପଂଚ ଜ୍ଞାନ ରଂଜନ ସାହୁ, ଦେବରାଜ ବେହେରା, ବୈକୁଣ୍ଠ ସାହୁ, ଓସିଏଲଏଫ ସଭ୍ୟ ସୁରେନ୍ଦ୍ର ସାମଲ, ପ୍ରୟାସର ସମ୍ପାଦକ ଭାରତ ଭୂଷଣ ପଣ୍ଡା, ସମାଜସେବୀ ପ୍ରଦୀପ୍ତ ଧଳ, ଲିୟାସତ ଅଲ୍ଲୀ, ଧୀରେନ୍ଦ୍ର ରାଉତ, ସଲିଲ ରାଜନନ୍ଦନ ମହାନ୍ତି, କମ୍ରେଡ୍ ଇଶ୍ୱର ପରିଡା, ଯଚୀନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟତା ନମିଳିବା ଘଟଣା, ବସିଲା ସର୍ବଦଳୀୟ ବୈଠକ
|
May 23, 2018 |