ଆଠଗଡ, 09.02.2021 (ସନ୍ଧାନ ନିଉଜ୍):- ମହାତ୍ମା ଗାନ୍ଧୀ ହୁଅନ୍ତୁ କି ଗୋପବନ୍ଧୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିର ହେଉ କି ଚତୁର୍ଦ୍ଧାମୂର୍ତ୍ତିଙ୍କର ବିଗ୍ରହ, ଗଛର ବକଳ କିମ୍ବା ଚକ୍ ଖଡିଟିରେ ଅବିକଳ ନକଲ କରିଦେଉଛନ୍ତି ରଶ୍ମୀରଞ୍ଜନ ବିଶୋଇ । କଟକ ଜିଲ୍ଲା ତିଗିରିଆ ବ୍ଲକ୍ ବଡନାଉପୁଟ ପଞ୍ଚାୟତ ବଉଳାଙ୍ଗ ଗାଁର ରଶ୍ମୀରଞ୍ଜନ ପିଲାଟି ବେଳୁ ବାଲୁକା କଳା ସହିତ ଏହିସବୁ କଳା ପ୍ରତି ରୁଚି ରଖିଛନ୍ତି । ପରିବାର ଲୋକେ ତାଙ୍କୁ ଅନେକ ବିରୋଧ କରିବା ଏବଂ ପାଠ ପଢ଼ାରେ ମନ ଦେବାକୁ ବାରମ୍ବାର ତାଗିଦ ସତ୍ତ୍ଵେ ପାଠ ପଢା ପରେ ଲୁଚି ଛପି ଚିତ୍ର କଳାକୁ ପୁର୍ନଜୀବିତ କରୁଥିଲେ ରଶ୍ମୀରଞ୍ଜନ । ଲକ୍ ଡାଉନ୍ ପାଇଁ ଏବେ ଘରକୁ ଆସିଥିବା ବେଳେ ପାଠ ପଢା ପରେ ଟିକେ ବି ସମୟ ମିଳିଲେ ଲାଗି ପଡନ୍ତି ଚିତ୍ର କଳାରେ । ଏମିତିକି ନ୍ୟୁଜ୍ ସେଭେନ୍ ମୋ ପ୍ରିୟ ଚ୍ୟାନେଲ କହିବା ସହ ନ୍ୟୁଜ୍ ସେଭେନ୍ ଲୋଗୋ ବାଲୁକା କଳା ମାଧ୍ୟମରେ ଆଙ୍କିଥିଲେ ରଶ୍ମୀରଞ୍ଜନ କେବଳ ବାଲୁକା କଳାରେ ନୁହେଁ ରଶ୍ମୀରଞ୍ଜନ ପାଠପଢ଼ାରେ ମଧ୍ୟ କମ୍ ନୁହନ୍ତି । ଭୁବନେଶ୍ବର ସିଭିରମଣ କଲେଜରେ ବି-ଟେକ୍ କରୁଛନ୍ତି । ପରିବାର କହିଲେ ବାପା-ମାଆ ଏବଂ ସାନ ଭଉଣୀ । ରଶ୍ମୀରଞ୍ଜନଙ୍କ ବାପା ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରନ୍ତି । ସେ ଚାହାଁନ୍ତି ତାଙ୍କ ପୁଅ ଚିତ୍ର କଳା ଛାଡ଼ି ପାଠ ପଢ଼ାରେ ମନୋନିବେଶ କରିବା ସହିତ ଭାଲ ଚାକିରି ଖଣ୍ଡେ କରୁ । କିନ୍ତୁ ରଶ୍ମୀରଞ୍ଜନଙ୍କର ବାଲୁକା କଳା ପ୍ରତି ବେଶ୍ ଦୁର୍ବଳତା । ଯେତେବେଳେ ସମୟ ପାଆନ୍ତି ଚକ୍ ଖଡ଼ି ଟିଏ ହେଉକି ଗଛର ପତ୍ର ହେଉ ତାକୁ ଧରି ଲାଗି ପଡନ୍ତି ଚିତ୍ର କଳାରେ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ରଶ୍ମୀରଞ୍ଜନଙ୍କ ଗୁଣ ବି ଫୁଟି ଉଠିଛି ଚିତ୍ର କଳା ଓ ଭଲ ପାଠପଢାରୁ ଏତେ କମ୍ ବୟସରୁ ପାଠପଢା ଏବଂ ଚିତ୍ର କଳା ତାଙ୍କୁ ବେଶ ପରିଚୟ ଦେବା ସହ ରାଜ୍ୟ ତଥା ରାଜ୍ୟ ବାହାରେ ଲୋକପ୍ରିୟ କରିବ ବୋଲି କହିଛନ୍ତି ସ୍ଥାନୀୟ ଲୋକ ପ୍ରତିନିଧି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ନିଜର ଆଦର୍ଶ ମାନୁଥିବା ରଶ୍ମୀରଞ୍ଜନଙ୍କୁ ସରକାରଙ୍କଠାରୁ କିଛି ପ୍ରୋତ୍ସାହନ ମିଳିଲେ ଏବଂ ଉପଯୁକ୍ତ ତାଲିମ୍ ପାଇଲେ ଆଗକୁ ଯାଇ ଦେଶ ବିଦେଶରେ ନାଁ କରିପାରିବେ । ନହେଲେ ବଣ ମଲ୍ଲି ବଣରେ ଫୁଟି ମଉଳି ଯିବ ।
ଚକ୍ ଖଡିଟିରେ ଅବିକଳ ନକଲ କରିଦେଉଛନ୍ତି ରଶ୍ମୀରଞ୍ଜନ
|
February 9, 2021 |



