ଚକାଚକ୍ୟ ଦୁନିଆରୁ ଦୂରେଇ ‘ଶେଷ ପରିଚୟ’ ଆଶ୍ରମରେ ଜନ୍ମଦିନ ପାଳନ: ସମାଜକୁ ମହତ ସନ୍ଦେଶ ଦେଲେ ଡକ୍ଟର ନିହାର ରଞ୍ଜନ କର,

Spread the love

ଜେନାପୁର , ୩୦/୦୪ (ସନ୍ଧାନ ନ୍ୟୁଜ): ଆଜିକାଲିର ଦୁନିଆରେ ଯେଉଁଠି ବ୍ୟୟବହୁଳ ହୋଟେଲ, ଚାକଚକ୍ୟ ଓ ଡିଜେ ଗୀତର ତାଳେ ତାଳେ ଜନ୍ମଦିନ ପାର୍ଟିର କ୍ରେଜ୍ ବଢୁଛି, ସେଠାରେ ଯାଜପୁର ଜିଲ୍ଲାର ଜଣେ ଲୋକପ୍ରିୟ ଚିକିତ୍ସକ ସମାଜକୁ ଦେଇଛନ୍ତି ଏକ ପ୍ରେରଣାଦାୟୀ ବାର୍ତ୍ତା। କବାଟବନ୍ଧ ମେଡିକାଲର ଜଣାଶୁଣା ଡାକ୍ତର ନିହାର ରଞ୍ଜନ କର ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଲୋପାମୁଦ୍ରା ନନ୍ଦ ନିଜ କନ୍ୟା ଆୟୁଷ୍ମତି କ୍ରିଶାଙ୍କ ୬ ମାସ ଜନ୍ମୋତ୍ସବକୁ ଅତ୍ୟନ୍ତ ନିରାଡ଼ମ୍ବର ଭାବେ “ସେବା ହିଁ ଶ୍ରେଷ୍ଠ” ଉଦ୍ଦେଶ୍ୟରେ ପାଳନ କରିଛନ୍ତି।
ପାଣିକୋଇଲି ସ୍ଥିତ ‘ଶେଷ ପରିଚୟ’ ଆଶ୍ରମ ପରିସରରେ ଆଜି ଏକ ଭିନ୍ନ ଅନୁଭୂତି ଦେଖିବାକୁ ମିଳିଥିଲା। ଡାକ୍ତର କର ସପରିବାରେ ଆଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କ ଗହଣରେ ନିଜ ଖୁସିକୁ ବାଣ୍ଟିଥିଲେ। ସେଠାରେ ଥିବା ବୃଦ୍ଧବୃଦ୍ଧା ଓ ଅସହାୟମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ପରିବାର ପକ୍ଷରୁ:
​ଶୁଖିଲା ଖାଦ୍ୟ, ସ୍ୱାଦିଷ୍ଟ ଜଳଖିଆ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
​ଆଶ୍ରମର ଉନ୍ନତି ଓ ସେବା କାର୍ଯ୍ୟ ପାଇଁ ଆର୍ଥିକ ସହଯୋଗର ହାତ ବଢ଼ାଯାଇଥିଲା।
କୁନି ଝିଅ କ୍ରିଶା ପାଇଁ ଆଶ୍ରମର ପ୍ରତିଟି ଅନ୍ତେବାସୀଙ୍କ ହୃଦୟରୁ ଆଶୀର୍ବାଦର ଧାରା ଛୁଟିଥିଲା। ଆଶ୍ରମ କର୍ତ୍ତୃପକ୍ଷ ଡାକ୍ତର କରଙ୍କ ଏହି ନିଆରା ପ୍ରୟାସକୁ ଭୂୟସୀ ପ୍ରଶଂସା କରି କହିଛନ୍ତି, “ଏଭଳି ମାନବିକତା ସମାଜରେ ବିରଳ। ମହାପ୍ରଭୁ ଜଗନ୍ନାଥ କୁନି ଝିଅ କ୍ରିଶାଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସେ ସବୁବେଳେ ହସଖୁସିରେ ରୁହନ୍ତୁ।”
ଏହି ଅବସରରେ ଡାକ୍ତର କରଙ୍କ ବନ୍ଧୁବାନ୍ଧବ ଓ ପରିବାରବର୍ଗ ଉପସ୍ଥିତ ରହି ସମାଜସେବାର ଏହି ପବିତ୍ର ଧାରାରେ ସାମିଲ ହୋଇଥିଲେ। କେବଳ ପର୍ବପର୍ବାଣୀ ନୁହେଁ, ବରଂ ନିଜର ଖୁସି ସମୟରେ ଅସହାୟଙ୍କ ପାଖରେ ଠିଆ ହେବା ଯେ ପ୍ରକୃତ ମାନବିକତା, ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି।

Related Posts

About The Author

Add Comment