ଉତ୍ତରାଖଣ୍ଡ: ଘାଟି ତଳକୁ ଖସିଲା ବସ୍; ୪୪ ମୃତ

Spread the love
  • 13
    Shares

ଉତ୍ତରାଖଣ୍ଡ, 1/7(ସନ୍ଧାନ ନିୟୁଜ): ଉତ୍ତରଖଣ୍ଡର ପୌଡି ଗଡବାଲରେ ରବିବାର ସକାଳେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଘାଟି ତଳକୁ ଏକ ଯାତ୍ରୀବାହୀ ବସ ଖସି ପଡି ୪୪ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ସୂଚନାଯୋଗ୍ୟ, ବସଟି ଭୈନରୁ ରାମନଗର ଯାଉଥିବା ବେଳେ ପୌଡି ଧୂମାକୋଟ ନୈନିଡାଡ ବ୍ଳକ୍ ପିପଲି ଭୈନ ମୋଟର ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ବସଟି ସଡକପଥରୁ ପ୍ରାୟ ୬୦ ମିଟର ତଳକୁ ଖସି ପଡିଥିବା ଜଣାପଡିଛି । ବସଟି ୨୮ଟି ସିଟ୍ ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୪୫ରୁ ଅଧିକ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଘାଇ ମଧ୍ୟରୁ ୨୦ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୨ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟମାନଙ୍କ ମୃତଦେହ ଉଦ୍ଧାର କରାଯାଇ ପାରିନାହିଁ। ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ।

 

  • 13
    Shares

Related Posts

About The Author

Add Comment