ଘରକୁ ଫେରୁଥିବା ବେଳେ ନଦୀରେ ଭାସିଯାଇ ଦମ୍ପତ୍ତି ନିଖୋଜ
ଘରକୁ ଫେରୁଥିବା ବେଳେ ନଦୀରେ ଭାସିଯାଇ ଦମ୍ପତ୍ତି ନିଖୋଜ
Manas Kumar Rout |
September 20, 2018 |
ଢେଙ୍କାନାଳ,୨୦/୯ (ସନ୍ଧାନ ନିୟୁଜ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ପଂଚାୟତ ଗୁଣ୍ଡିଚାନାଳି ମଲାର ସାହିର ଦମ୍ପତି ଜଙ୍ଗଲରୁ ଘରକୁ ଫେରୁଥିବା ବେଳେ ନଦୀରେ ଭାସିଯାଇଛନ୍ତି। ସୂଚନା ଅନୁସାର ଦମ୍ପତ୍ତି ରାମିଆଳ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଆଜି ଅପରାହ୍ନ ପ୍ରାୟ ୨ଟା ବେଳକୁ ଗାଁର ନାରାୟଣ ପଧାନଙ୍କ ପୁଅ କୁଶ ପଧାନ (୨୪ବର୍ଷ) ଓ ତାଙ୍କ ପତ୍ନୀ ରିଙ୍କି ଦେହୁରୀ (୨୦ ବର୍ଷ) ଗାଁ ପାଖ ଜଙ୍ଗଲକୁ ମହୁ ସଂଗ୍ରହ କରିବା ପାଇଁ ଯାଇଥିଲେ। ଫେରିବା ବେଳକୁ ଗାଁ ପାଖରେ ବୋହି ଯାଇଥିବା ରାମିଆଳ ନଦୀରେ ଅଧିକ ପାଣି ଆସି ଯାଇଥିଲା।
ନଦୀ ପାର ହେଲାବେଳକୁ ଉଭୟ ଦମ୍ପତି ନଦୀରେ ଭାସି ଯାଇଥିଲେ। ପଛରେ ଆସୁଥିବା ବାସନ୍ତୀ ପଧାନ ଦେଖିବା ପରେ ଗାଁ ଲୋକଙ୍କୁ ଖବର ଦେଇ ଥିଲେ। ଗାଁ ଲୋକମାନେ ଆସି ଖୋଜା ଖୋଜି କରିବା ପରେ ପାଇନଥିଲେ। ପରେ ଏହି ଖବର କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଓ ବିଡିଓ ଜ୍ୟୋତିଶଙ୍କର ସାହୁଙ୍କୁ ଜଣାଇବା ପରେ କଙ୍କଡାହାଡରୁ ଅଗ୍ନିସମ ବାହିନୀ ଆସି ଖୋଜା ଖୋଜି କାରିଥିଲେ ମଧ୍ୟ ପାଇନଥିଲେ। ଏହି ଘଟଣାକୁ ନେଇ ଗାଁରେ ଦୁଖର ଛାୟା ଖେଳି ଯାଇଛି।
Related Posts
About The Author