ଘଣ୍ଟେଶ୍ୱର କଲେଜରେ ୨ ଛାତ୍ର ଗୋଷ୍ଟି ମୁହାମୁହିଁ
ଘଣ୍ଟେଶ୍ୱର,୨୨/୧୦ (ସନ୍ଧାନ ନିୟୁଜ) ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର କଲେଜରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହେବାର ଦେଖା ଯାଇଛି l ଗୋଟିଏ ଗୋଷ୍ଠୀ ଛାତ୍ରଙ୍କ ପାଇଁ କିଛି ଅଣଛାତ୍ର କଲେଜ ଭିତରେ ପଶି ଗଣ୍ଡଗୋଳ କରିଥିବାର ଅଭିଯୋଗ ହୋଇଛି l ବିଭିନ୍ନ ଦାବୀ ନେଇ କଲେଜ ଫାଟକ ବନ୍ଦ କରି ଆନ୍ଦୋଳନ କରୁଥିବା ସମୟରେ କିଛି ଅଣ ଛାତ୍ର ଆସି ଝାମେଲା ଆରମ୍ଭ କରିଥିଲେ l ଫଳରେ କଲେଜ ପରିସରରେ ଉତ୍ତେଜନା ଦେଖାଯାଇଥିଲା l ପରେ ଘଣ୍ଟେଶ୍ୱର ଫାଣ୍ଡିର ପୋଲିସ ପହଂଚି ଉଭୟ ଛାତ୍ର ଗୋଷ୍ଠୀ ସହ ଆଲୋଚନା ଜାରୀ ରଖିଥିବା ବେଳେ ପରିସ୍ଥିତି ଶାନ୍ତ ପଡିଛି l
Related Posts
About The Author