ଯାଜପୁର ସଦର, ୦୨ା୧୦: ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁଆଁ ଗ୍ରାମର ଠାକୁର ଘରେ ଦ୍ୱିପ ଲାଗିଥିବାରୁ ଦ୍ୱିପରୁ ନିଆ ଲାଗି ଗ୍ୟାସ ଟାଙ୍କି ଜଳିଥିବା ସୂଚନା ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଗ୍ୟାସ ଟାଙ୍କି ଜଳିବାରୁ ୫ଜଣ ଗୁରୁତର ଆହୋତ ହୋଇ ଥିବା ବେଳେ, ୩ଜଣଙ୍କୁ ଯାଜପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ, ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଚି । ରିପୋର୍ଟ ଲେଖାହେବା ବେଳକୁ ସେମାନେ କଟକ ମେଡିକାଲକୁ ଯାଇଥିବା ବେଳେ, ୫ଜଣଙ୍କ ମଧ୍ୟରୁ ୩ଜଣ ପୁରଷ ଏବଂ ୨ଜଣ ମହିଳାଙ୍କ ଅବସ୍ଥା ଗୁରୁତର ବୋଲି ଜଣାଯାଇଚି ।
ଗ୍ୟାସ ଟାଙ୍କି ଫାଟିଯିବାରୁ ୫ଜଣ ଗୁରୁତର
|
October 2, 2023 |


