ଲାଠିକଟା, ୨୫/୦୮/୨୦ (ସନ୍ଧାନ ନିଉଜ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗ୍ରାମ ପଂଚାୟତ ସ୍ତରରେ କରୋନା ମୁକାବିଲା କାର୍ଯ୍ୟକ୍ରମକୁ ତ୍ୱରାନିତ କରାଯିବା ସହ ଅନେକ ସ୍ଥାନରେ ସରପଂଚ ମାନେ ନିଜ କ୍ଷମତାର ପ୍ରଯୋଗ କରି ସଟ ଡାଉନ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଗ୍ରମାଂଚଳରେ ôତବା ହାଟ ବଜାର ଗୁଡ଼ିକ ମଧ୍ୟ ବନ୍ଦ ରହୁଛି । ମାତ୍ର ଗ୍ରାମାଚଂଳ ହାଟରେ କରୋନା ମୁକାବିଲା କାର୍ଯ୍ୟକ୍ରମ ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଦକ୍ଷିଣ ରାଉରକେଲା ନିକଟବର୍ତି ଅଂଚଳରେ ରହିଛି ଜଲଦା ଗ୍ରାମ ପଂଚାୟତ । ଏହି ପଂଚାୟତରେ ସାପ୍ତାହିକ ହାଟ ବସିଥାଏ । କିଛି ଦିନ ତଳେ ଜଲଦା ପଂଚାୟତରେ କରୋନା ପଜେଟିଭ କିଛି ବ୍ଲକରେ ବାହାରିବା ଯୋଗୁ ଜଲଦା ସରପଂଚ ଜାତୃ ଓରାମଙ୍କ ପକ୍ଷରୁ ଅଂଚଳକୁ ସଟଡାଉନ କରାଯାଇଥିଲା । ପଂଚାୟତ ସ୍ତରରେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଗାଇଡ଼ ଲାଇନ ପାଳନ କରାଯାଉଥିବା ବେଳେ, ପରିବା ହାଟରେ ସାମାଜିକ ଦୂରତା ପ୍ରହସନରେ ପରିଣତ ହୋଇଛି । ହାଟରେ ପରିବା ବ୍ୟବସାୟ କରିବାକୁ ବେପାରୀ ମାନେ ବିିଭିନ୍ନ ଅଂଚଳରୁ ଏଠାକ ଆସିଥାନ୍ତି । ଏପରିସ୍ଥଳେ,କିଛି ବେପାରୀ ଓ ଗ୍ରାହକ ମାନେ ଆଦୌ ମାସ୍କ ପରିଧାନ କରୁ ନଥିବା ତଥା ଗ୍ରାହକ ମାନେ ସାମାଜିକ ଦୂରତା ବଜାୟ ନରଖିବା କାରଣରୁ କରୋନା ବଢିବା ଆଶଙ୍କା ପ୍ରକାଶ ପାଉଛି! ପ୍ରଶାସନ ଓ ପୁଲିସ ପକ୍ଷରୁ ସହରାଚଂଳରେ ଅମାନିଆ ମାନଙ୍କୁ ଧରିବା ସହ ବିଭିନ୍ନ ପରିବା ମାର୍କେଟରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଲୋକଙ୍କୁ ଅନୁରୋଧ କରାଯାଉଛି । ମାତ୍ର ଅନେକ ଗ୍ରାମାଚଂଳ ଯେପରି ରାମଯୋଡ଼ି, ଡେଲାକୁଦର, ମୁଣ୍ଡାଯୋର, ନୂଆଟୋଲି ଆଦି ଗ୍ରାମରେ ଥିବା ବିଭିନ୍ନ ଦୋକାନ, ପରିବା ହାଟରେ ଗ୍ରାହକ ଓ ବେପାରୀ ମାନଙ୍କ ମଧ୍ୟରେ ଆଦୌ ସାମାଜିକ ଦୂରତା ରହୁ ନଥିବା ଦେଖିବାକୁ ମିଳିଛି ।
ଗ୍ରାମାଚଂଳରେ କରୋନା ସଚେତନତା ସତ୍ୱେ ରହୁନି ସାମାଜିକ ଦୂରତ୍ୱ!
|
August 25, 2020 |