ଗ୍ରାମବାସୀଙ୍କୁ ବାଲି ମାଫିଆଙ୍କ ନାଲିଆଖି

Spread the love

ମୟୂରଭଞ୍ଜ , 1/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ବଡ଼ ସାହି ତହସିଲ ଅଧୀନରେ ଥିବା ଟୁଣାଗମ୍ଭାରିଆ ବାଲି ଖାଦାନରୁ ବେଆଇନ ବାଲି ଚାଲାଣକୁ ନେଇ ବିବାଦ ଉପୁଜିବା ପରେ ଆଜି ସେଠାରେ ପ୍ରଶାସନ ପକ୍ଷରୁ ସୀମୀ । ଚିହ୍ନଟ କରାଯାଇଛି । ବାଲି ଖାଦାନରେ ତହସିଲଦାରଙ୍କ ତତ୍ବାବଧାନରେ ଏହି ସୀମା ଚିହ୍ନଟ ହୋଇଥିଲା । ମାତ୍ର ତହସିଲଦାର ସେଠାରୁ ଚାଲିଯିବା ପରେ ବାଲି ମାଫିଆ ଓ ବଡ଼ ଗମ୍ଭାରିଆ ବାସିନ୍ଦାଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ବାଲି ମାଫିଆମାନେ ଗ୍ରାମବାସୀଙ୍କୁ ଧମକଟମକ ଦେଇଥିଲେ । ସୁଶାନ୍ତ ଜେନା, କରୁଣାକର ଗିରି, ଲକ୍ଷ୍ମୀଧର ଜେନା, ପ୍ରସନ୍ନ ଗିରି, ପ୍ରଦୀପ ଗିରି, ଈଶ୍ୱର ଚନ୍ଦ୍ର ଦଳେଇ, ସନ୍ତୋଷ ଦଳେଇଙ୍କ ସମେତ ଅନେକ ଗ୍ରାମବାସୀଙ୍କୁ ଧମକଚମକ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନା ଯୋଗୁ କି, ବଡ଼ ସାହି ତହସିଲ ଅଧୀନରେ ଥିବା ଟୁଣାଗମ୍ଭାରିଆ ବାଲିଖାଦାନରୁ ବେଆଇନ ବାଲିଚାଲାଣ ହେଉଥିବା ସୁନାମୁହିଁ ଏବଂ ବାରି ହାପାଲ, ବଡ଼ଗମ୍ଭାରିଆ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ । ମେସିନରେ ବେଆଇନ ବାଲିଚାଲଣ ହେଉଥିବା ଜିଲ୍ଲାପାଳ, ଉପଜିଲ୍ଲାପାଳ, ପୁଲିସ ଅଧୀକ୍ଷକ ଏବଂ ବଡ଼ସାହି ଥାନାକୁ ଲିଖୁତ ଅଭିଯୋଗ କଲା । ପରେ ବି କୌଣସି ପଦକ୍ଷେପ ନିଆଯାଉ ନଥିଲା । ଏପରିକି ଗତ ଅଗଷ୍ଟ ୧୭ ତାରିଖ ବାଲିମାଫିଆ ଏବଂ ଏହି ତିନି ଗ୍ରାମବାସୀଙ୍କୁ ନେଇ ବୁଢାବଳଙ୍ଗ ନଦୀପଠାରେ ସୀମା ବିବାଦ ଉପୁଜିଥିଲା। ମେସିନ୍ ଦ୍ଵାରା ବାଲି ଉଠାଇବା ସହିତ ଯୋଗୀନୂଆଗାଁ ପଞ୍ଚାୟତ ସୀମାରୁ ବାଲି ଉଠାଣ କରୁ ଥିବାରୁ ସୁନାମୁହିଁ ଏବଂ ବାରିହାପାଳ ଗ୍ରାମବାସୀ ମିଳିତ ହୋଇ ବାଲି ଉଠାଣ ବନ୍ଦ କରିଥିଲେ । ବନ୍ଦ ହେବା ପରେ ଟୁଣାଗମାରିଆ ଏବଂ ଯୋଗୀନୁଆଗାଁ ପଞ୍ଚାୟତ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଖବରପାଇ ବଡ଼ ସାହି ପୁଲିସ ଏବଂ ବଡ଼ ସାହି ତହସିଲଦାର ମମତାଜ ମହାରଣା ବିବାଦୀୟ ସ୍ଥାନରେ ପହଞ୍ଚି ଥିଲେ । ସୀମା ଚିହ୍ନଟ ପରେ ନିଲାମଧାରୀ ବାଲି ଉଠାଇବା ପାଇଁ ଅନୁମତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିବାଦ ତୁଟିଥିଲା । ତେବେ ପ୍ରଶାସନ ପକ୍ଷରୁ ଆଜି ଟୁଣାଗମ୍ଭାରିଆ ଓ ବଡଗମ୍ଭାରିଆ, ସୁନାମୁହିଁ, ବାରିଆପାଲ ମଧ୍ୟରେ ସୀମା ଚିହ୍ନଟ ହୋଇଥିଲା । ଚିହ୍ନଟ ପରେ ସୁନାମୁହିଁ ଏବଂ ବଡଗମ୍ଭାରିଆ ସୀମାରୁ ମେସିନ ସାହାଯ୍ୟରେ ବାଲି ଉଠିଯାଇଥିବାର ଦୃଶ୍ୟ ଦେଖୁକୁ ମିଳିଥିଲା। ଏ ବାବଦରେ ଗ୍ରାମବାସୀ ତହସିଲଦାରଙ୍କୁ କାର୍ଯ୍ୟନୁଷ୍ଠାନ ପାଇଁ କହି ଥିଲେ । ମୟୂରଭଞ୍ଜ ଜିଲ୍ଲାପାଳ ବଡସାହି ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରିଛନ୍ତି ବୋଲି ତହସିଲଦାର କହିଥିଲେ । ତେଣୁ ଅଲଗା ସୀମାରୁ ବାଲି ନେଇଥିବା ଲିଜଧାରୀଙ୍କ ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ ।

Related Posts

About The Author

Add Comment